Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଦାଦାନ ଖଟିବାକୁ ଯାଇ କେରଳ ରୁ ମତ୍ସ୍ୟଜୀବୀ ନିଖୋଜ।

ଗୋପାଳପୁର,୧୦/୦୨
ଦାଦାନ ଖଟିବାକୁ କେରଳ ଯାଇ ମତ୍ସ୍ୟଜୀବୀ ନିଖୋଜ ରହିଥିବା ନେଇ ପରିବାର ବର୍ଗ ଙ୍କ ପକ୍ଷରୁ ଗୋପାଳପୁର ଥାନାରେ ଲିଖିତ ଅଭିଯୋଗ କରାଯାଇଛି। ନିଖୋଜ ମତ୍ସ୍ୟଜୀବୀ ଜଣଙ୍କ ରଙ୍ଗେଇଲୁଣ୍ଡା ବ୍ଲକ ଅଧିନସ୍ଥ ବକ୍ସିପଲ୍ଲି ପଞ୍ଚାୟତ ଅନ୍ତର୍ଗତ ଦିଗିପୁର ଗ୍ରାମର ସିଏଚ ପୋତେୟା (୪୭) ବୋଲି ଜଣାପଡିଛି। ଅଭିଯୋଗ ଅନୁଯାୟୀ ପୋତେୟା ଗତ ସେପ୍ଟେମ୍ବର ମାସରେ ଅନ୍ୟ ଦୁଇ ସାଙ୍ଗ ଙ୍କ ସହ ମିଶି କେରଳ କୁ ଦାଦନ ଖଟିବାକୁ ଯାଇଥିଲେ। ସେଠାକୁ ଯିବା ପରେ ସମୁଦ୍ର ରୁ ମାଛଧରା କାମରେ ନିୟୋଜିତ ହୋଇଥିଲେ।ଗତ ଡ଼ିସେମ୍ବର ଶେଷ ସପ୍ତାହରେ ଅନ୍ୟ ଦୁଇ ସାଙ୍ଗ ମାନେ ଗାଁ କୁ ଫେରିଥିବା ବେଳେ ପୋତେୟା କିନ୍ତୁ ସେଠାରେ ରହି ଯାଇଥିଲେ। ପରିବାର ବର୍ଗ ଙ୍କ ପକ୍ଷରୁ ଗତ ଜାନୁଆରୀ ପ୍ରଥମ ସପ୍ତାହରେ ପୋତେୟା ଙ୍କ ସହ ଯୋଗାଯୋଗ ହୋଇଥିବା ବେଳେ ସେବେଠାରୁ ଆଉ ତାଙ୍କ ସହ ଯୋଗାଯୋଗ ସମ୍ଭବ ହୋଇ ପାରୁ ନଥିଲା। ଶେଷରେ ପୋତେୟା ଙ୍କ ଖୋଜଖବର ଜାଣିବା ପାଇଁ ତାଙ୍କ ସ୍ତ୍ରୀ ସିଏଚ ପୁଷ୍ପା ଙ୍କ ପକ୍ଷରୁ ଗତ ସପ୍ତାହ ତଳେ ପୋତେୟା କାମ କରୁଥିବା ବୋଟ ମାଲିକଙ୍କ ସହ କଥାବାର୍ତ୍ତା ହୋଇଥିଲେ। କିନ୍ତୁ ଗତ ୧୫ ଦିନ ତଳୁ ପୋତେୟା ସେଠାରୁ ନିଜ ଗାଁ କୁ ଯିବେ କହି ପଳାଇ ଯାଇଥିବା ସୂଚନା ଦେଇଥିଲେ।ଘଟଣା ନେଇ ଗତ ୮ ତାରିଖରେ ପୁଷ୍ପା ଙ୍କ ସ୍ବାମୀଙ୍କ ନିଖୋଜ ନେଇ ଗୋପାଳପୁର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ସୂଚନା ଯୋଗ୍ୟ ଗତ କିଛିବର୍ଷ ହେଲା ସ୍ଥାନୀୟ ଅଞ୍ଚଳ ର ମତ୍ସ୍ୟଜୀବୀ ମାନେ ଦାନାପାଣି ଅନ୍ବେଷଣରେ କେରଳ ସହ ଗୁଜୁରାଟ, ଆନ୍ଦ୍ରପ୍ରଦେଶ ସମେତ ଅନ୍ୟାନ୍ୟ ଅଞ୍ଚଳକୁ ଦାଦନ ଖଟିବାକୁ ଯାଉଛନ୍ତି। କିନ୍ତୁ ଆଜି ଯାଏଁ କେଉଁମାନେ ଦାଦନ ଖଟିବାକୁ କେଉଁମାନେ ଯାଉଛନ୍ତି ଶ୍ରମ ବିଭାଗ କିମ୍ବା ସ୍ଥାନୀୟ ପ୍ରଶାସନ ପକ୍ଷରୁ ତଥ୍ୟ ରଖା ଯାଉନଥିବାରୁ ଅନେକ ସମୟରେ ସେଠାରେ କୌଣସି ବ୍ୟକ୍ତିଙ୍କ କୌଣସି ଅଘଟଣ ଘଟିଲେ କିମ୍ବା ମୃତ୍ୟୁ ଘଟିଲେ ପରିବାର ବର୍ଗ ଙ୍କୁ ନାନା ହଇରାଣ ହରକତ ହେଉଥିବା ର ନଜିର ରହିଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories