Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଓ ଆଇ ୟୁ ସି ପ୍ରତିଯୋଗିତାରେ ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ ମହିଳା କବାଡି ଦଳ ଫାଇନାଲରେ

ଗୋପାଳପୁର ୧୦/୨
ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ କ୍ରୀଡା ପରିଷଦ ପକ୍ଷରୁ ଓ ଆଇ ୟୁ ସି ପ୍ରତିଯୋଗିତା ପାଇଁ ଚଳିତ ମାସ ୬ ଠାରୁ ୧୩ ତାରିଖ ପର୍ଯ୍ୟନ୍ତ କଟକ ସ୍ଥିତ ରେଭେନ୍ସା ବିଶ୍ଵବିଦ୍ୟାଳୟ ଠାରେ ଚାଲିଥିବା ଦ୍ୱିତୀୟ ଓଡ଼ିଶା ଅନ୍ତଃ ବିଶ୍ଵବିଦ୍ୟାଳୟ ପ୍ରତିଯୋଗିତାରେ ଭାଗ ନେବା ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ ପକ୍ଷରୁ ୧୪ଟି ଖେଳ କୁଦ ପ୍ରତିଯୋଗିତା ପାଇଁ ୧୨୦ କ୍ରୀଡ଼ାବିତ ଗସ୍ତ କରିଥିଲେ l ବ୍ୟାଡ଼ମିଟନ ଡବଲ ପୁରୁଷ ବର୍ଗରେ ତୃତୀୟ ସ୍ଥାନ ଅଧିକାର କରିଥିବା ବେଳେ ମହିଳା ଚେସ ରେ ତୃତୀୟ ସ୍ଥାନ ଅଧିକାର କରିଛନ୍ତି l ସେହିପରି ମହିଳା କବାଡି ଦଳ ଫାଇନାଲରେ ପ୍ରବେଶ ହୋଇଛି l କବାଡିର ପ୍ରଥମ ମ୍ୟାଚରେ ବଲାଙ୍ଗୀରିର ରାଜେନ୍ଦ୍ର ବିଶ୍ଵବିଦ୍ୟାଳୟକୁ ୩୬/୪ ପଏଣ୍ଟ କରି ବିଜୟ ହୋଇଥିବା ବେଳେ ଦ୍ୱିତୀୟ ମ୍ୟାଚ ଫକିର ମୋହନ ବିଶ୍ଵବିଦ୍ୟାଳୟ,ବାଲେଶ୍ୱରକୁ ୩୮/୧୭ ପଏଣ୍ଟ, ରେଭେନ୍ସା ବିଶ୍ୱବିଦ୍ୟାଳୟକୁ ୩୭/୧୦ ପଏଣ୍ଟ କରି ବିଜୟ ହୋଇ ଫାଇନାଲରେ ପ୍ରବେଶ କରିଛି l କବାଡି ଦଳରେ ଆସିକା ସାଇନ୍ସ କଲେଜର ବର୍ଷାରାଣୀ ନାହାକ, ବି. ମନୀଷା ରେଡି, ପିପୁଲ୍ସ କଲେଜ ବୁଗୁଡ଼ାର ଲିମା ବେହେରା, ସନ୍ତୋଷିନୀ ନାୟକ, ଲିଜା ବେହେରା, କେ. ରୋଜା ପାତ୍ର, ଅର୍ପିତା ସେଠୀ, ଶର୍ମିଲା ସ୍ୱାଇଁ, ବାଲିପଦର ଆଞ୍ଚଳିକ ବିଜ୍ଞାନ ମହାବିଦ୍ୟାଳୟର ପ୍ରିୟଙ୍କା ନାୟକ, ଅଙ୍କିତା ବିଷୋୟୀ, ଶିବାନୀ ବିଷୋୟୀ, ସାମନ୍ତୀଆପଲ୍ଲୀ ଏସ. ବି. ପି ମହାବିଦ୍ୟାଳୟର ଦୀପ୍ତି ପଣ୍ଡା ରହିଥିବା ବେଳେ କୋଚ ଭାବେ ଭଞ୍ଜ କିଶୋର ଗୌଡ଼,ମ୍ୟାନେଜର ଭାବେ ସୁଶାନ୍ତ କୁମାର ବେହେରା ରହିଛନ୍ତି l ସୁଧାକର ବିଷୋୟୀ, ପି. ରମେଶ, ରାଜେଶ ମହାନ୍ତି, ସୁଧାଂଶୁ କୁମାର ପଣ୍ଡା ଦଳରେ ଗସ୍ତ କରିଛନ୍ତି l ଆସନ୍ତା କାଲି ଭୁବନେଶ୍ୱର କିଟ ବିଶ୍ଵବିଦ୍ୟାଳୟ ସହ ଫାଇନାଲ ମ୍ୟାଚ ହେବ ବୋଲି କ୍ରୀଡ଼ା ପରିଷଦର ରାଜେଶ ମହାନ୍ତି ସୂଚନା ଦେଇଛନ୍ତି l

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories