Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବୁର୍ଲା ଭିସୁଟ ରେ ଅଟଳ ଏଫଡିପି କର୍ମଶାଳା ଉଦଘାଟିତ

ଚିପିଲିମା, ବୁର୍ଲାସ୍ଥିତ ବୀର ସୁରେନ୍ଦ୍ର ସାଏ ବୈଷୟିକ ବିଶ୍ୱ ବିଦ୍ୟାଳୟ (ଭିସୁଟ )ର ସିଭିଲ ଇଂଜିନଅରିଙ୍ଗ ବିଭାଗ ଆନୁକୂଲ୍ୟରେ ସପ୍ତାହବ୍ୟାପି ଅଟଳ ଏଫଡିପି କର୍ମଶାଳା ସୋମବାର ଉଦଘାଟିତ ହୋଇଯାଇଛି l ଏହି ଅବସରରେ ଭିସୁଟ ନିକଟସ୍ଥ ଶିକ୍ଷ୍ୟାନୁଷ୍ଠାନ ଓ ବିଭିନ୍ନ ସରକାରୀ ତଥା ବେସରକାରୀ ସଂସ୍ଥାର ୫୯ଜଣ ପ୍ରତିନିଧି ଯୋଗଦାନ କରିଥିଲେ l ଏହା ଫେବୃଆରୀ ୧୨ତାରିଖ ରୁ ଆରମ୍ଭ ହୋଇ ୧୩ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ l ଭିସୁଟ ର ଭାରପ୍ରାପ୍ତ କୁଳପତି ପ୍ରଫେସର ଅମର ନାଥ ନାୟକ ଙ୍କ ତତ୍ୱାବଧାନରେ ଅନୁଷ୍ଠିତ କର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଡ଼. ଶରତ ଚନ୍ଦ୍ର ସାହୁ, ଯୋଗଦାନ କରିଥିବାବେଳେ,ସମ୍ମାନୀୟ ଅତିଥି ଭାବରେ ପୂର୍ବତନ ନିର୍ଦ୍ଧେଶକ ଆଇଏମଡି ଭୁବନେଶ୍ୱର ଜଳ ସମ୍ପଦ ବିଭାଗର ସର୍ବୋଚ୍ଚ ମନ୍ତ୍ରୀ ଇଂ ଆଶୁତୋଷ ଦାସ, ଅବସର ପ୍ରାପ୍ତ ସର୍ବୋଚ୍ଚ ୟନ୍ତ୍ରୀ ଡ଼. ମହେନ୍ଦ୍ର କୁମାର ଭୁଇୟା, ପ୍ରଫେସର ସୁଧାଂଶୁ ଦାସ, ବିଭାଗୀୟ ମୁଖ୍ୟ ପ୍ଲାନିଂ ଏବଂ ଇନ୍ଫରା ଷ୍ଟ୍ରକଚର ସ୍କୁଲ ବିଭାଗୀୟ ମୁଖ୍ୟ ସିଭିଲ ଇଂଜିନରିଙ୍ଗ ରାକେଶ ରୋଶନ ଦାସ, ସଂଯୋଜକ ଅନିଲ କୁମାର କର, ସହ ସଂଯୋଜିକା କୀର୍ତ୍ତିସୁତା ଭୋଇ ଙ୍କ ଦ୍ୱାରା ଉଦଘାଟିତ ହୋଇଯାଇଛି l ଜଳ ସମ୍ପଦର ବିଭିନ୍ନ ବିଶ୍ଳେଷଣ ଏବଂ ଏଥିରେ ରିପୋର୍ଟ ସେସିଂ ଜିଆଇଏସ ର ଉପଯୋଗିତା ନେଇ ଗବେଷଣା ମୂଳକ ତଥ୍ୟ ପୂର୍ବକ ଏହି କାର୍ଯ୍ୟକ୍ରମ ରେ ଆଲୋଚନା କରାଯିବ l ଏହା ସହିତ ଅଂଶ ଗ୍ରହଣ କରିଥିବା ପ୍ରତିନିଧି ମାନଙ୍କୁ ବିଭିନ୍ନ ଜଳ ସମ୍ପଦ ସମ୍ବଦ୍ଧିୟ କାର୍ଯ୍ୟକ୍ରମ ଲାଗି କ୍ଷେତ୍ର ପରିଦର୍ଶନ ର ଯୋଜନା ରହିଛି l

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ