Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ଉପାନ୍ତ ଅଞ୍ଚଳର ଦୁଇ ଗାଁ ପହଞ୍ଚି ବିଭିନ୍ନ କାର୍ଯ୍ୟ ର ସମୀକ୍ଷା କଲେ କୋକସରା ବିଡ଼ିଓ।

କୋକସରା:୧୩/୦୨
କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ର ଆମପାଣି ପଞ୍ଚାୟତ ର ସାହାଜଖୋଲ ଜଙ୍ଗଲ ମଧ୍ୟରେ ରହିଥିବା ଉପାନ୍ତ ଅଞ୍ଚଳ ର ବିରିମୁହାଁଣ ଓ କୂଟରୁ ଗାଁ ରେ ମଙ୍ଗଳବାର କୋକସରା ବିଡ଼ିଓ ସ୍ନେହାପ୍ରଭା ମାଝୀ ଓ ଅଧିକାରୀ ମାନେ ପହଞ୍ଚି ବିଭିନ୍ନ କାର୍ଯ୍ୟ ର ସମୀକ୍ଷା କରିବା ସହ ସ୍ଥାନୀୟ ଲୋକଙ୍କ ସହ ବିଭିନ୍ନ ବିଷୟରେ ଆଲୋଚନା କରି ଫେରିଛନ୍ତି। ବିଡ଼ିଓ ସ୍ନେହାପ୍ରଭା ମାଝୀ ବିରିମୁହାଁଣ ଗାଁ ରେ ପହଞ୍ଚି ଜଙ୍ଗଲ ଅଧିକାର ଗ୍ରାମ୍ୟ କମିଟି ସଦସ୍ୟ ମାନେ ପୂର୍ବରୁ ଦେଇଥିବା ଗ୍ରାମ୍ୟ ଜଙ୍ଗଲ କମିଟି ପୁନର୍ଗଠନ ଗଠନ ପାଇଁ ବ୍ଲକ ପ୍ରଶାସନ ନିକଟରେ ଗତ ଜାନୁଆରୀ ମାସରେ ଅଭିଯୋଗ ଉପରେ ତଦନ୍ତ ଓ।ଆଲୋଚନା କରିବା ପରେ ବିରିମୁହାଁଣ ପ୍ରାଥମିକ ବିଦ୍ୟାଳୟରେ ଆଗକୁ ହେବାକୁ ଥିବା ନିର୍ବାଚନ ପାଇଁ ଭୋଟଦାନ କେନ୍ଦ୍ର ର ଭିତ୍ତିଭୂମି ପରିଦର୍ଶନ କରିବା ପରେ କୂଟରୁ ଗାଁ ରେ ପହଞ୍ଚି ପ୍ରାଥମିକ ବିଦ୍ୟାଳୟରେ ଆଗାମୀ ନିର୍ବାଚନ ରେ ହେବାକୁ ଥିବା ସମ୍ବେଦନଶୀଳ ଭୋଟଦାନ କେନ୍ଦ୍ର ତଦାରଖ କରିଥିଲେ ଓ କୁଟୁରୁ ଗ୍ରାମ ର ସ୍ଥାନୀୟ ଜନସାଧାରଣ ଙ୍କ ସହ ବିଭିନ୍ନ ବିଷୟରେ ଆଲୋଚନା କରିଥିଲେ। ସୂଚନାଯୋଗ୍ୟ ଯେ କୁଟୁରୁ ରେ ଥିବା ଭୋଟଦାନ କେନ୍ଦ୍ର ରେ ଗତ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ସମୟରେ ସ୍ଥାନୀୟ ଗ୍ରାମବାସୀମାନେ ମୌଳିକ ସମସ୍ୟା ଦାବି ପ୍ରତିବାଦ କରି ଭୋଟ ବର୍ଜ୍ଜନ କରିଥିଲେ। ବିଡ଼ିଓ ଙ୍କ ସହ ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ଦୀପକ କୁମାର ବେହେରା, କନିଷ୍ଠ ଯନ୍ତ୍ରୀ ଅମ୍ବିକା ମାଝୀ, ସରପଞ୍ଚ ପ୍ରତିନିଧି ମନୋରଞ୍ଜନ ବାଣୁଆ ପ୍ରମୁଖ ଉପସ୍ଥିତ ଥିଲେ।