Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଆଜି ତେଜସ୍ବୀଙ୍କୁ ଜେରା କରିବ ଇଡି

ପାଟନା: ବିହାର ଉପମୁଖ୍ୟମନ୍ତ୍ରୀ ତେଜସ୍ବୀ ଯାଦବଙ୍କୁ ଆଜି ଜେରା କରିବ ଇଡି। ଏନେଇ ତେଜସ୍ବୀଙ୍କୁ ନୋଟିସ୍‌ ଜାରି କରାଯାଇଛି। ଚାକିରି ପାଇଁ ଜମି ଦୁର୍ନୀତି ମାମଲାରେ ସମ୍ପୃକ୍ତ ଅଛନ୍ତି ତେଜସ୍ବୀ। କେବଳ ତେଜସ୍ବୀ ନୁହନ୍ତି ଲାଲୁ ପ୍ରସାଦଙ୍କ ସମେତ, ରାବଡି ଦେବୀ, ଦୁଇ କନ୍ୟା ମିସା ଭାରତୀ ଓ ଅନ୍ୟମାନଙ୍କ ନାମ ଏଥିରେ ସାମିଲ ରହିଛି । ପୂର୍ବତନ ବିହାର ମୁଖ୍ୟମନ୍ତ୍ରୀ ଲାଲୁ ପ୍ରସାଦ ଯାଦବ ଓ ପତ୍ନୀ ରାବଡି ଦେବୀଙ୍କୁ ବି ପଚରାଉଚରା କରିଥିଲା ସିବିଆଇ।

ବହୁଚର୍ଚ୍ଚିତ ଚାକିରି ପାଇଁ ଜମି ଦୁର୍ନୀତି ମାମଲା। ସିବିଆଇର ଅଭିଯୋଗ କ୍ରମେ ୨୦୦୪ରୁ ୨୦୦୯ ଲାଲୁ ପ୍ରସାଦ ଯାଦବ ରେଳମନ୍ତ୍ରୀ ଥିବାବେଳେ ଏହି ଦୁର୍ନୀତି ଘଟିଥିଲା । ଜମି ବଦଳରେ ୧୨ ଜଣଙ୍କୁ ରେଳବାଇରେ ଚାକିରି ଦିଆଯାଇଥିବା ନେଇ ଅଭିଯୋଗ ହୋଇଥିଲା । ଏନେଇ ଗତ ମେ ୨୦୨୨ରେ ମାମଲା ରୁଜୁ ହୋଇଥିଲା ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ