Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ହିଲୁଙ୍ଗ ଏମ୍ ଏମ୍ ସି ସି କ୍ରିକେଟ ଟୁର୍ଣ୍ଣାମେଣ୍ଟ ର ଫାଇନାଲ ମ୍ୟାଚ ରେ ଡାହାଣୀପାଲି କୁ ହରାଇ ଉଫୁଳା ଦଳ ଚାମ୍ପିଅନ

ବୀରମହାରାଜପୁର : (ସୌମିତ୍ରି ମେହେର)
ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ହିଲୁଙ୍ଗ ଠାରେ ୬ଦିନ ଧରି ଚାଲିଥିବା ୧୧ତମ ଏମଏମସିସି କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ ହୋଇଯାଇଛି । ୩ ଫର୍ମାଟ ବିଶିଷ୍ଟ ଫାଇନାଲ ମ୍ୟାଚରେ ଉଫୁଲା ଦଳ ଡାହାଣୀପାଲି ଦଳକୁ ହରାଇ ଚମ୍ପିଆନ ବିବେଚିତ ହୋଇଥିଲା । ସେମିଫାଇନଲରେ ଡାହାଣୀପାଲି ଦଳ ହିଲୁଙ୍ଗକୁ ପରାସ୍ତ କରିଥିଲା। ପରେ ଉଫୁଲା ଓ ଡାହାଣୀପାଲି ଦଳ ମଧ୍ୟରେ ୧୨-୧୨ ଓଭର , ୮-୮ ଓଭର ଓ ସୁପର ଓଭର ଫର୍ମାଟରେ ଫାଇନାଲ ମ୍ୟାଚ ଅନୁଷ୍ଠିତ ହୋଇଥିଲା । ପ୍ରଥମ ଫର୍ମାଟରେ ଡାହାଣୀପାଲି ଦଳ ୧୨୮ ରନ ସଂଗ୍ରହ କରିଥିବାବେଳେ ଉଫୁଲା ଦଳ ୮୬ ରନ କରି ପରାଜିତ ହୋଇଥିଲା । ଦ୍ୱିତୀୟ ଫର୍ମାଟରେ ଉଫୁଲା ଦଳ ୧୦୮ ରନ ସଂଗ୍ରହ କରିଥିବାବେଳେ ଡାହାଣୀପାଲି ଦଳ ୫୪ ରନ ସଂଗ୍ରହ କରି ପରାଜିତ ହୋଇଥିଲା । ଅନୁଷ୍ଠିତ ସୁପର ଓଭର ମ୍ୟାଚରେ ଡାହାଣୀପାଲି ଦଳ ୪ ରନ କରିଥିବାବେଳେ ଉଫୁଲା ଦଳ ବିଜୟୀ ହୋଇ ଚମ୍ପିଆନ ହୋଇଥିଲା । ଅନୁଷ୍ଠିତ ପୁରସ୍କାର ବିତରଣୀ ଉତ୍ସବରେ ବୀରମହାରାଜପୁର ବ୍ଲକ ଉପାଧ୍ୟକ୍ଷ ନାରାୟଣ ଲୁହା ମୁଖ୍ୟ ଅତିଥି ଭାବେ ଯୋଗଦେଇ ଥିଲେ I ସ୍ଥାନୀୟ ସମିତି ସଭ୍ୟ ଶୈଳରଞ୍ଜନ ବାଦୀ , ଗୋପପାଲି ସ୍କୁଲର ପ୍ରଧାନ ଶିକ୍ଷକ ଜଗବନ୍ଧୁ ମିର୍ଦ୍ଧା , ସ୍ଵେଚ୍ଛାସେବୀ ଖୁବୁଲେଶ୍ୱର ମିର୍ଦ୍ଧା ପ୍ରମୁଖ ସମ୍ମାନୀତ ଅତିଥି ଭାବେ ଯୋଗ ଦେଇଥିଲେ । ବିକାଶ ମିର୍ଦ୍ଧା ଏବଂ ବୁଲୁ ଦେହେରୀ ଫାଇନାଲ ମ୍ୟାଚ କୁ ପରିଚାଳନା କରିଥିଲେ । ପ୍ରକାଶ ମିର୍ଦ୍ଧା ଧନ୍ୟବାଦ ଅର୍ପଣ କରିଥିଲେ ।