Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବୀରମହାରାଜପୁର ନୂତନ ବସଷ୍ଟାଣ୍ଡ ଆଭାସୀ ଜରିଆରେ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ବୀରମହାରାଜପୁର : (ସୌମିତ୍ରି ମେହେର) ରାଜ୍ୟ ସରକାରଙ୍କ ରାଜ୍ୟ ସଡ଼କ ପରିବହନ ନିଗମ ର ଆମ ବସଷ୍ଟାଣ୍ଡ ଯୋଜନା କାର୍ଯ୍ୟକ୍ରମ ଅଧୀନରେ ବୀରମହାରାଜପୁର ଠାରେ ନବନିର୍ମିତ ଅତ୍ୟlଧୁନିକ ବସଷ୍ଟାଣ୍ଡ କୁ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ଦିବା ୧୧ .00 ଘଣ୍ଟା ସମୟରେ ଆଭାସୀ ଜରିଆରେ ଉଦଘାଟନ କରିଥିଲେ l ବୀରମହାରାଜପୁର ର ବହୁ ପ୍ରତିକ୍ଷିତ ନୂତନ ବସଷ୍ଟାଣ୍ଡ ଉଦଘାଟନ ଉତ୍ସବ ରେ ପୂର୍ବତନ ରାଜ୍ୟ ବାଣିଜ୍ୟ ପରିବହନ ଯୋଜନା ଓ ସଂଯୋଜନା ମନ୍ତ୍ରୀ ତଥା ବୀରମହାରାଜପୁର ବିଧାୟକ ପଦ୍ମନାଭ ବେହେରା ଉପସ୍ଥିତ ରହି ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ଭି କାର୍ତ୍ତିକେୟନ ପାଣ୍ଡିଆନ ଙ୍କୁ କୃତଜ୍ଞତା ଜ୍ଞାପନ କରିଥିଲେ l ଶ୍ରୀ କାର୍ତ୍ତିକେୟନ ପାଣ୍ଡିଆନ ସୁବର୍ଣ୍ଣପୁର ଜିଲ୍ଲା ମହାନଦୀ ରେ ଗୋଧନେଶ୍ୱର ଏବଂ ଖଇରମାଲ ଠାରେ ଇଷ୍ଟିମ ଷ୍ଟୋରେଜ ପାଇଁ ଖୁବ ଶୀଘ୍ର ଟେଣ୍ଡର ହେବ ବୋଲି ପ୍ରକାଶ କରିବା ସହିତ ପାତାଳି ଶ୍ରୀକ୍ଷେତ୍ର ଉନ୍ନତି ପାଇଁ ୨୮ କୋଟି ଟଙ୍କା ପ୍ରଦାନ କରାଯାଇଥିବା ପ୍ରକାଶ କରିଥିଲେ l ଗୁରୁବାର 3 କୋଟି ୫0ଲକ୍ଷ ଟଙ୍କା ରେ ନିର୍ମାଣ ହୋଇଥିବା ନୂତନ ବସଷ୍ଟାଣ୍ଡ କୁ ରିମୋଟ ଜରିଆରେ ଫଳକର ଉନ୍ମୋଚନ କରିଥିଲେ l ଓଡିଶା ରାଜ୍ୟ ପୋଲିସ ହାଉସିଂ ବୋର୍ଡ ର ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ରେ ନିର୍ମାଣ ହୋଇଥିବା ଉକ୍ତ ବସଷ୍ଟାଣ୍ଡ ଯାତ୍ରୀ ମାନଙ୍କ ସୁବିଧା ନିମନ୍ତେ ବିଶେଷ ସହାୟକ ହୋଇ ପାରିବ l ବୀରମହାରାଜପୁର ଠାରେ ଆୟୋଜିତ ଉଦଘାଟନ ଉତ୍ସବ ରେ ସୁବର୍ଣ୍ଣପୁର ଜିଲ୍ଲାପରିଷଦ ଅଧ୍ୟକ୍ଷା ସୁପାର ଠେଲା , ଜିଲ୍ଲାପାଳ ଅନ୍ୟା ଦାସ , ଜିଲ୍ଲା ପରିଷଦ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଅଶ୍ୱିନୀ କୁମାର ମେହେର , ଉପଜିଲ୍ଲାପାଳ ଲଲାଟେନ୍ଦୁ ସିଂ , ଆର ଟି. ଓ ଅକ୍ଷୟ କୁମାର ଜେନା , ଆର. ଓ ଏସ ଆର ଟି ସି ଜିଲ୍ଲା ପରିଚାଲକ ମାନସୀ ଲକ୍ଷ୍ମୀ , ବି ଡି ଓ ରଘୁନାଥ ପାଣିଗ୍ରାହୀ , ତହସିଲଦାର ଅମୃତଲାଲ ବେହେରା , ପୂର୍ବତନ ବ୍ଲକ ଅଧ୍ୟକ୍ଷ ରଞ୍ଜିତ କୁମାର ରଥ , ସ୍ଵୟମ୍ଭୁ ନାଥ ଖଣ୍ଡଗିରି ପ୍ରମୁଖ ଉପସ୍ଥିତ ଥିବାବେଳେ ବହୁ ମହିଳା ଓ ପୁରୁଷ ଯୋଗ ଦେଇଥିଲେ I

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ