Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

କଣ୍ଡେଇକେଲା ଓ ଚାଣ୍ଟିପାଲି ୟୁପି ସ୍କୁଲରେ ବାର୍ଷିକ ଉତ୍ସବ

ଝାରସୁଗୁଡା ୧୫/୨ (ଓଡ଼ିଶା ନ୍ୟୁଜ)ଝାରସୁଗୁଡା ଜିଲ୍ଲା ଲଖନପୁର ବ୍ଲକ ସୀମାନ୍ତ ୧୯ ଖଣ୍ଡ ମୌଜା ଅଞ୍ଚଳର କଣ୍ଡେଇକେଲା ଓ ଚାଣ୍ଟିପାଲି ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରେ ପବିତ୍ର ସରସ୍ଵତୀ ପୂଜା ଅବସରରେ ଉଭୟ ବିଦ୍ୟାଳୟର ବାର୍ଷିକ ଉତ୍ସବ ମହା ସମାରୋହରେ ପାଳିତ ହୋଇ ଯାଇଛି । କଣ୍ଡେଇକେଲା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଅନୁଷ୍ଠିତ ବାର୍ଷିକ ଉତ୍ସବରେ ପରିଚାଳନା କମିଟିର ସଭାପତି ଚକାନନ ସା ଅଧ୍ୟକ୍ଷତା କରିଥିବା ବେଳେ ପ୍ରଧାନ ଶିକ୍ଷକ ଦୀନବନ୍ଧୁ ପଧାନ ସଭାକାର୍ଯ୍ୟ ପରିଚାଳନା କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ଅବସରପ୍ରାପ୍ତ ଶିକ୍ଷକ ଭକ୍ତବନ୍ଧୁ ବିଶ୍ଵାଳ ମୁଖ୍ୟ ଅତିଥି ,କନକତୋରା ସରପଞ୍ଚ ସୁଶାନ୍ତ ଚଇନି ମୁଖ୍ୟବକ୍ତା ଏବଂ ଗୁଣନିଧି ପଧାନ,ରମେଶ ଚନ୍ଦ୍ର ପସାୟତ, ହୁକୁମ ବାରିକ,ବିହାରୀ ବେହେରା,ଶେଷଦେଵ ପଧାନ ସମ୍ମାନିତ ଅତିଥି ଭାବେ ଯୋଗଦାନ କରି ଛାତ୍ରଛାତ୍ରୀ ମାନଙ୍କୁ ଉତ୍ସାହିତ କରିଥିଲେ । ଏହି ଅବସରରେ ବିଦ୍ୟାଳୟରେ ପୂର୍ବରୁ ଅନୁଷ୍ଠିତ ହୋଇଥିବା ବିଦ୍ୟାଳୟ ସ୍ତରୀୟ ଖେଳକୁଦ ପ୍ରତିଯୋଗିତା ରେ କୃତକାର୍ଯ୍ୟ ହୋଇଥିବା ଛାତ୍ରଛାତ୍ରୀ ମାନଙ୍କୁ ପୁରସ୍କୃତ କରା ଯାଇଥିଲା । ଅନ୍ତିମ ପର୍ଯ୍ୟାୟରେ ଛାତ୍ରଛାତ୍ରୀ ମାନେ ନାଚଗୀତ ସହିତ ଗୀତିନାଟ୍ୟ ରାବଣ ବଧ ଏବଂ ସମ୍ବଲପୁରୀ କମେଡି ରାବଣ ସିଲେକ୍ସନ ଆଦି ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ । ପ୍ରଧାନ ଶିକ୍ଷକ ଶ୍ରୀ ପଧାନ ଙ୍କ ସମେତ ସହକାରୀ ସହକାରୀ ଶିକ୍ଷକ ଧ୍ରୁବ ଚରଣ ଭୁଏ,ସୁବାସ ଚନ୍ଦ୍ର ଶିକାରୀ, ସୁବଳ ପ୍ରଧାନ,ସଞ୍ଜିତ ସା,ବିଶ୍ୱନାଥ ସା ଙ୍କ ସହିତ ବିଦ୍ୟାଳୟ ପରିଚାଳନା କମିଟିର ସମସ୍ତ ସଦସ୍ୟ ପରିଚାଳନାରେ ସହଯୋଗ କରିଥିଲେ ।
ସେହିପରି ଚାଣ୍ଟିପାଲି ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ମଧ୍ୟ ସରସ୍ୱତୀ ପୂଜା ଏବଂ ବାର୍ଷିକ ଉତ୍ସବ ଆଡମ୍ବର ସହକାରେ ପାଳନ କରା ଯାଇଥିଲା । ଚାଣ୍ଟିପାଲି କ୍ଲଷ୍ଟର ସିଆରସିସି ହିରିତ ମହାନନ୍ଦ ସଭାପତିତ୍ୱ କରିଥିବା ବେଳେ ପ୍ରଧାନ ଶିକ୍ଷକ ସୁରେନ୍ଦ୍ର ସାଗର ମଞ୍ଚ ସଞ୍ଚାଳନ କରିଥିଲେ । କାର୍ଯ୍ୟକ୍ରମରେ ଜମିଦାତା ସହଦେଵ ବିଶ୍ଵାଳ ମୁଖ୍ୟ ଅତିଥି ,ପରିଚାଳନା କମିଟିର ସଭାପତି ନରେନ୍ଦ୍ର ଦେହେରୀ ମୁଖ୍ୟବକ୍ତା ଏବଂ ଧନେଶ୍ୱର ବିଶ୍ୱାଳ,ଗିରିଶ ବେହେରା,କୁଶ ଭୋଇ,ବିଷ୍ନୁ ପଧାନ,ଗୌତମ ବିଶ୍ୱାଳ,ଥଣ୍ଡାରାମ ପଧାନ, ଗୌରହରି ବଗର୍ତ୍ତି ସମ୍ମାନିତ ଅତିଥି ଭାବେ ଯୋଗଦାନ କରି ଶୋଭାବର୍ଦ୍ଧନ କରିଥିଲେ । ଏହି ପରିପ୍ରେକ୍ଷୀରେ ଛାତ୍ରଛାତ୍ରୀ ମାନେ ବିଭିନ୍ନ ପ୍ରକାର ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ । ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ଶ୍ରୀ ଦେହେରୀ, ସହକାରୀ ଶିକ୍ଷକ ଅମରେଶ ଭୋଇ, ରତ୍ନାକର ନାଥ, ଚିତ୍ରସେନ ଦାସ,ଭାସ୍କର ବାଗ,ସବିତା ଚାନ୍ଦ,ସୁନିତା ଭୁଏ ଏବଂ ସଦସ୍ୟ ସଦସ୍ୟା ମାନଙ୍କ ମଧ୍ୟରେ ପ୍ରଦୀପ ଭୋଇ, ନିର୍ମଳ ନେଗୀ, ଅଭିମନ୍ୟୁ ଗଡତିଆ,ସୁମିତ୍ରା ବିଶ୍ଵାଳ,ଅନିତା ସା,ଜୟନ୍ତୀ ସା, ଦୀପା ବିଶ୍ୱାଳ, ଭୂମିସୁତା ରାଜହଂସ, ସୁଷମା ସା, ମେନକା ଭୁଏ ପ୍ରମୁଖ ସହଯୋଗ କରିଥିଲେ ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ