ଅମରପାଲି ହାଇସ୍କୁଲ ରେ ଦଶମ ଶ୍ରେଣୀ ଛାତ୍ରଛାତ୍ରୀ ଙ୍କ ପାଇଁ ବିଦାୟ କାଳୀନ ସମ୍ବର୍ଦ୍ଧନା ସଭା

ବୀରମହାରାଜପୁର : (ସୌମିତ୍ରି ମେହେର)
ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ଅମରପାଲି ହାଇସ୍କୁଲ ରେ ଦଶମ ଶ୍ରେଣୀ ଛାତ୍ର ଛାତ୍ରୀ ଙ୍କୁ ବିଦାୟ କାଳୀନ ସମ୍ବର୍ଦ୍ଧନା ପ୍ରଦାନ କରାଯାଉଛି । ଏହି ଅବସରରେ ସ୍କୁଲ ର ପ୍ରଧାନ ଶିକ୍ଷକ ଉମେଶ ଚନ୍ଦ୍ର ପଣ୍ଡା ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ଶିକ୍ଷକ ଶ୍ୟାମ ସୁନ୍ଦର ସେଠୀ , ପଦ୍ମନାଭ ପ୍ରଧାନ , କହ୍ନେଇ ଚରଣ ପ୍ରଧାନ ପ୍ରମୁଖ ମଞ୍ଚାସିନ ଥିଲେ । ଶିକ୍ଷକ ସମ୍ବିତ ପ୍ରଧାନ ସ୍ବାଗତ ଭାଷଣ ପ୍ରଦାନ କରିଥିଲେ । ଶିକ୍ଷକ ମାନେ ଦଶମ ପରୀକ୍ଷା ଦେବାକୁ ଥିବା ସମସ୍ତ ଛାତ୍ର ଛାତ୍ରୀ ଙ୍କୁ ପରିକ୍ଷା ପାଇଁ ଶୁଭ କାମନା ପ୍ରଦାନ କରାଯାଇଥିଲା । ଏହି ଅବସରରେ ଛାତ୍ର ଛାତ୍ରୀ ମାନଙ୍କ ତରଫରୁ ଶ୍ଲୋକ ମିଶ୍ର , କୁନ୍ତୀ ସାହୁ , ପ୍ରାଚୀ ରାଣୀ ପଣ୍ଡା , ବାସୁଦେବ ନାଏକ , ଶ୍ରଦ୍ଧାସୁମନ ପ୍ରଧାନ , ସୋନାଲି ପ୍ରଧାନ ପ୍ରମୁଖ ସ୍କୁଲ ସମୟର ନିଜର ସ୍ମୃତି ଚାରଣ କରିଥିଲେ । ପିଲାଙ୍କୁ ଉପହାର ଓ ମିଷ୍ଟାନ୍ନ ବଣ୍ଟନ କରାଯାଇଥିଲା । ଏହା ସହିତ ପରୀକ୍ଷାର୍ଥୀ ଙ୍କୁ କ୍ୟାରିଅର କାଉନସିଲିଙ୍ଗ ଲିଫଲେଟ ବଣ୍ଟନ କରାଯାଇଥିଲା । ଆଗାମୀ ପରୀକ୍ଷା କିଭଳି ସେମାନଙ୍କୁ ସହଜ ହେବେ ସେନେଇ ଶିକ୍ଷକମାନେ ଟିପ୍ସ ପ୍ରଦାନ କରିଥିଲେ। ଶେଷରେ ବ୍ରହ୍ମାନନ୍ଦ ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ । ନଟିଆ ଚରଣ ସାହୁ, ଜଗନ୍ନାଥ ସାହୁ , ଗୋବର୍ଦ୍ଧନ ନାଏକ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ।