Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ସାଇକଲ କୁ ପିଟିଲା ବାଇକ, ଉଭୟ ଆରୋହୀ ଗୁରୁତର

ଚିପିଲିମା, ସମ୍ବଲପୁର ବୁର୍ଲାଥାନା ଚିପିଲିମା ସ୍ଥାନୀୟ ଫୁଟବଲ ପଡିଆ ନିକଟ ସାମୂହିକ ଖଳା ପାଖ     ରାସ୍ତା  ରେ ଆଜି ସନ୍ଧ୍ୟାରେ ବାଇକ ଓ ସାଇକେଲ  ଦୁର୍ଘଟଣା ଘଟି ଉଭୟ ବାଇକ ଚାଳକ ଓ ସାଇକେଲ ଚାଳକ ଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ବୁର୍ଲା ମେଡିକାଲ ରେ ଭର୍ତ୍ତି କରାଯାଇଛି। ମିଳିଥିବା ସୂଚନା ମୁତାବକ ନିକଟ   ଚାରପାଲି ଛକ ରେ  ଚୌମିନ ଦୋକାନ ରେ କାମ କରୁଥିବା ବାଗବାଡ଼ି ଗ୍ରାମର ମୁକେଶ ସେଠ(୧୮)  ଓଡି ୧୭ଏସ  ୪୬୯୮ ବାଇକ ରେ   ଚିପିଲିମା ରୁ  ଚାରପାଲି ଯାଉଥିବା ବେଳେ ସିଂହିକଣ୍ଟା  ଗ୍ରାମ ର  ଶୁକଦେବ ରୋହିଦାସ (୫୧) ଙ୍କୁ   ବାଇକ ଚାଳକ  ମୁକେଶ ସେଠ  ପଛପଟୁ ଧକ୍କା ଦେଇଥିଲା l ଫଳରେ ଉଭୟ ରାସ୍ତାରେ ଛିଟିକି ପଡି ଗୁରୁତର ଆହତ ହୋଇଥିଲେ  l  ସ୍ଥାନୀୟ ଲୋକେ ଘଟଣା ସମ୍ପର୍କରେ ପୋଲିସ କୁ ଖବର ଦେବାରୁ   ପୁଲିସ ଘଟଣା ସ୍ଥଳରେ  ପହଞ୍ଚି  ଉଭୟ ଙ୍କୁ ଉଦ୍ଧାର କରି ପୁଲିସ   ଗାଡିରେ ବୁର୍ଲା ମେଡିକାଲ ପଠାଇବା ସହିତ   ବାଇକ ଓ ସାଇକଲ ଜବତ କରିଥିଲା। 

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ