Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଯୁବ ଓ ଜାତୀୟ ସବୁଜ ବାହିନୀ”ତରଫରୁ ବାର୍ଷିକ ଉତ୍ସବ

ଚିପିଲିମା,୧୭/୦୨ ଯୁବ ଓ ଜାତୀୟ ସବୁଜ ବାହିନୀ “ପକ୍ଷରୁ ସମ୍ବଲପୁର ଧନକଉଡ଼ା ବ୍ଲକ ଗୋଶାଳା ସରକାରୀ ହାଇସ୍କୁଲ ପରିସରରେ ବାର୍ଷିକ ଉତ୍ସବ ସମାରୋହ ଅନୁଷ୍ଠିତ ହୋଇଯାଇଅଛି lପ୍ରଧାନ ଶିକ୍ଷୟତ୍ରୀ ସବିତା କାନ୍ତି ପାଣିଗ୍ରାହୀ ସଭାପତିତ୍ବରେ ଅନୁଷ୍ଠିତ ବାର୍ଷିକ ସମାରୋହରେ ମୁଖ୍ୟ ଅତିଥି ଭାବରେ ଆଳୁମନୀ ସଭାପତି ବାଳକୃଷ୍ଣ ସାହୁ ଯୋଗଦାନ କରିଥିଲେ l ଯୁବ ଓ ଜାତୀୟ ସବୁଜ ବାହିନୀର ଭାରପ୍ରାପ୍ତ ଶିକ୍ଷକ ରୋମାଞ୍ଚଳ ବିଶ୍ୱାଳ ଉଦ୍ଦେଶ୍ୟ ଜ୍ଞାପନ କରିଥିବାବେଳେ , ସଲିଲ୍ ପାଣିଗ୍ରାହୀ ସଭା ପରିଚାଳନା କରିଥିଲେ ।ପୂର୍ବରୁ ଆୟୋଜିତ ବିଭିନ୍ନ ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିବା କୃତି ଛାତ୍ରଛାତ୍ରୀଙ୍କୁ ଅତିଥିଙ୍କ ଦ୍ୱାରା ପୁରସ୍କୃତ କରାଯାଇଥିଲା l ଶେଷରେ ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ ହୋଇଥିଲା l ଆୟୋଜିତ କାର୍ଯ୍ୟକ୍ରମ ରେ ଶୁଭଲକ୍ଷ୍ମୀ ହୋତା,ଯଶସ୍ୱିନୀ ବେହେରା,ଆୟମାନ ଫରହିନ୍, ରୋମାନଚାଲ୍ ବିଶ୍ୱାଳ,ସୋମେନ୍ଦ୍ର କୁମାର ଦାସ,ସଲିଲ ପାଣିଗ୍ରାହି, ସୁସ୍ମିତା ସାହୁ, ଚୁଡ଼ଗଙ୍ଗ ବିଶ୍ଵାଳ,
ଜଗତ ସିଙ୍ଗ ବେରିହା ପ୍ରମୁଖଙ୍କ ସମେତ ସ୍କୁଲ ସମସ୍ତ କର୍ମଚାରୀ ସହଯୋଗ କରିଥିଲେ l

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ