Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

କେସିଙ୍ଗା ବ୍ଲକ ଅନ୍ତର୍ଗତ ଚାଁଚେର ଗ୍ରାମପଞ୍ଚାୟତ ଅଧିନସ୍ତ କନ୍ଦାଖାଳ ଗାଁ ଆରଡ଼ି ରାସ୍ତା ନହେଲେ ଭୋଟ ବର୍ଜନ କରାଯିବ ବୋଲି ଚେତାବନୀ ଦେଇଛନ୍ତି ଗ୍ରାମବାସୀ

କଳାହାଣ୍ଡି, ୧୮/୦୨ (ଜଗନ୍ନାଥ ନାଏକ) : ଯୋଗାଇଦେଇ ଆସୁଥିବା ସହର ଠାରୁ ଗ୍ରାମାଞ୍ଚଳ କୁ ଆରଡ଼ି ରାସ୍ତା କାହାପାଇଁ ସରକାର ଙ୍କ ମାଳ ମାଳ ଯୋଜନା ହଉଛି ହେଲେ ଅଧ ବାଟରେ ହଉଛି ବାଟବଣା l କାହିଁକି ନା ବିଭାଗୀୟ ଅଧିକାରୀ ନିଜର ମନମୁଖୀ କାର୍ଯ୍ୟ କଳାପ କରୁଥିବା ଯୋଗୁ ଗ୍ରାମବାସି ହେଉଛନ୍ତି ହଇରାଣ l ଏଭଳି ଏକ ଦୃଶ୍ୟ ଦେଖିବାକୁ ମିଳିଛି କଳାହାଣ୍ଡି ଜିଲ୍ଲା କେସିଙ୍ଗା ବ୍ଲକ ଅନ୍ତର୍ଗତ ଚାଁଚେର ଗ୍ରାମପଞ୍ଚାୟତ ଅଧିନସ୍ତ କନ୍ଦାଖାଳ ଗ୍ରାମରେ l ଏଠି ଗ୍ରାମ ବାସି ରୋକ ଢ଼ୋକ ସରକାର କୁ ଆଗୁଳି ଉଠାଇଛନ୍ତି l ଆମେ ଆଉ କେତେଦିନ ଚୁପ ରହିବୁ ବହୁତ ହୋଇଗଲା ତୁମ ଯୋଜନା ଆଉ ନୁହଁ ଆମ ଗାଁ କୁ ଆମ୍ବୁଲାନ୍ସ ମଧ୍ୟ୍ୟ ଆସି ପାରୁନାହିଁ l ଆମକୁ ପାଞ୍ଚ କିଲୋମିଟର ଯିବାକୁ ପଡୁଛି ଆମେ ଏହି ରାସ୍ତା ପାଇଁ ବ୍ଲକ ଜିଲ୍ଲାପାଳ ଓ ରାଜ ନେତା ମାନଙ୍କୁ ଲିଖିତ ଆକାର ରେ ଦେଇ ଥିଲେ ମଧ୍ୟ୍ୟ ଆଜି ଯାଏଁ କର୍ଣ୍ଣ ପାତ କରୁନଥିବା ଅଭିଯୋଗ ଆଣିଛନ୍ତି କାଦାଖାଲ ଗ୍ରାମ ବାସି ଯଥାଶୀଘ୍ର ଏହି ରାସ୍ତା ନହେଲେ ଆଗାମୀ ଦିନରେ ଭୋଟ ବର୍ଜନ କରିବୁ ବୋଲି ଚେତାବନୀ ଦେଇଛନ୍ତି ଗ୍ରାମବାସୀ।