Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ନାବାଳକଙ୍କୁ ସାପ କାମୁଡ଼ାରେ ମୃତ୍ୟୁ

କଳାହାଣ୍ଡି, ୧୮/୦୨ (ଜଗନ୍ନାଥ ନାଏକ) : କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ବ୍ଲକ ଅନ୍ତର୍ଗତ ହାବସପୁର ଗ୍ରାମ ପଞ୍ଚାୟତର କରଚଳା ଗ୍ରାମର ହେମନ୍ତ ଗହୀରଙ୍କ ପୁଅ ଦେବେନ୍ଦ୍ର ଗହୀର ୬ ନିଜ ଅଜାଙ୍କ ଘରେ ଖେଳୁଥିବା ସମୟରେ ଏକ ବିଷଧର ସାପ ଶୁକ୍ରବାର ଦିନ ଦେବେନ୍ଦ୍ରକୁ କାମୁଡି ଦେଇଥିଲା । ସାପ କାମୁଡି ଥିବା ଜାଣି ପରିବାର ଲୋକେ ଜୁନାଗଡ଼ ଗୋଷ୍ଟି ସ୍ୱାସ୍ଥ୍ୟ କେନ୍ଦ୍ରକୁ ଚିକିତ୍ସା ପାଇଁ ନେଇଥିଲେ । କିନ୍ତୁ ଡାକ୍ତର ଖାନାରେ ହି ଡାକ୍ତର ମୃତ୍ୟୁ ଘୋଷଣା କରିଥିଲେ ।ଖବର ପାଇ ଚିଲିଗୁଡ଼ା ଫାଣ୍ଡି ଅଧିକାରୀ ସୁବୋଧ ଫୁଲ ପହଞ୍ଚି ଶବ ବ୍ୟବଛେଦ କରାଇ ପରିବାର ବର୍ଗକୁ ହସ୍ତାନ୍ତର କରିଥିଲେ । ଦେବେନ୍ଦ୍ର ଗହୀର ଙ୍କ ମୃତ୍ୟୁ ଖବର ପ୍ରଚାର ହେଲା ମାତ୍ରେ ଗାଁ ରେ ଶୋକ।କୁଳ ପରିବେଶର ବ।ତା ବରଣ ଦେଖିବାକୁ ମିଳିଥିଲା । ପୋଲିସ ପକ୍ଷରୁ ଏକ ଅପ ମୃତ୍ୟୁ ମାମଲା ରୁଜୁ କରାଯାଇଥିବା ପୋଲିସ ପକ୍ଷରୁ ସୂଚନା ମିଳିଛି ।