ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ଙ୍କ ପରଲୋକ

ବୀରମହାରାଜପୁର : (ସୌମିତ୍ରି ମେହେର)
ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ହିଲୁଙ୍ଗ ପଞ୍ଚାୟତ ଅନ୍ତର୍ଗତ ମେଣ୍ଡାମାଳ ଗ୍ରାମର ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ରମେଶ ପ୍ରସାଦ ନନ୍ଦଙ୍କ ପରଲୋକ ଘଟିଛି । ମୃତ୍ୟୁ ବେଳକୁ ତାଙ୍କୁ ୮୪ ବର୍ଷ ହୋଇଥିଲା। ଶନିବାର ରାତିରେ ବୀରମହାରାଜପୁର ସୌରନଗର ସ୍ଥିତ ନୂତନ ବାସଭବନରେ ତାଙ୍କର ପରଲୋକ ଘଟିଥିଲା । ସ୍ବର୍ଗତ ନନ୍ଦ ମେଣ୍ଡାମାଳ ରାମଲୀଳାରେ ଦୀର୍ଘ ୨୪ ବର୍ଷ ଧରି ଭରତ ଓ ରାବଣ ଭୂମିକାରେ ଅଭିନୟ କରି ନିଜର ଦକ୍ଷତା ପ୍ରତିପାଦନ କରିପାରିଥିଲେ । ମୃତ୍ୟୁ ଶଯ୍ୟା ନିକଟରେ ତାଙ୍କର ସାନ ଭାଇ ଅବସରପ୍ରାପ୍ତ ବ୍ୟାଙ୍କ ଅଧିକାରୀ ବିବେକାନନ୍ଦ ନନ୍ଦ , ବଡ ପୁଅ ହାଇସ୍କୁଲ ପ୍ରଧାନ ଶିକ୍ଷକ ନବୀନ ନନ୍ଦ , ସାନପୁଅ ଶିକ୍ଷକ ବିପିନବିହାରୀ ନନ୍ଦ , ଚାରି ଝିଅ ତରଙ୍ଗିଣୀ, ନିର୍ଝରଣୀ, କମଳିନୀ ଓ ପଦ୍ମିନୀ ତଥା ଚାରି ଜ୍ବାଇଁ ଓ ନାତି ନାତୁଣୀ ଉପସ୍ଥିତ ଥିଲେ। ରବିବାର ସକାଳେ ଲାତୁରପେଟ ସ୍ଥିତ ଶ୍ମଶାନରେ ତାଙ୍କର ଅନ୍ତିମ ସଂସ୍କାର କରାଯାଇଥିଲା । ଜୈଷ୍ଠ ପୁଅ ନବୀନ ନନ୍ଦ ମୁଖାଗ୍ନୀ ଦେଇଥିଲେ। ତାଙ୍କର ଅନ୍ତିମ ସଂସ୍କାର ସମୟରେ ଅବସରପ୍ରାପ୍ତ ହାଇସ୍କୁଲ ପ୍ରଧାନ ଶିକ୍ଷକ ଲଡୁଗୋପାଲ ତ୍ରିପାଠୀ , ଇନ୍ଦ୍ରଜିତ ପରୁଆ , ବୀରମହାରାଜପୁର ମହାବିଦ୍ୟାଳୟର ଅଧ୍ୟକ୍ଷ ଡ଼. ହିମାଂଶୁ ଶେଖର ପାଢୀ , ଯୁଗଳ ମିଶ୍ର , ଶିକ୍ଷକ ରାଜେଶ ପାଣିଗ୍ରାହୀ , ମାଗୁଣି ନନ୍ଦ , ଗୋପିନାଥ ଚାନ୍ଦ, ଲଳିତ କର , ଶଶାଙ୍କ ପଧାନ , ବିଜୟ ତ୍ରିପାଠୀ , ଦୈତାରି ମହାକୁର , ମନରଞ୍ଜନ ତରିଆ , ଅଧ୍ୟାପକ ପ୍ରକାଶ ସେଠ୍ , ବ୍ୟବସାୟୀ ପୁର୍ଣ୍ଣଚନ୍ଦ୍ର ମେହେର ପ୍ରମୁଖ ଉପସ୍ଥିତ ଥିଲେ।