Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ତୀରନ୍ଦାଜ ସଂଘ ର ବାର୍ଷିକ ଅଧିବେଶନରେ ଖେଳାଳି ଙ୍କୁ ସମ୍ବର୍ଦ୍ଧନା

ବୀରମହାରାଜପୁର : (ସୌମିତ୍ରି ମେହେର)
ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ସ୍ଥିତ ଗାୟତ୍ରୀ ଆବାସିକ ଶିକ୍ଷା ନିକେତନ ପରିସରରେ ସୁବର୍ଣ୍ଣପୁର ଜିଲ୍ଲା ତୀରନ୍ଦାଜ ସଂଘର ବାର୍ଷିକ ଅଧିବେଶନ ତଥା ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି । ଆର୍ଚେରୀ କିଡ୍ସ ଗ୍ରୁପର ରାଜ୍ୟସ୍ତରୀୟ ପ୍ରତିଯୋଗିତାରେ ରୌପ୍ୟ ପଦକ ହାସଲ କରିଥିବା ତଥା ରାଜ୍ୟ କ୍ରୀଡା ଆବାସିକ ବିଦ୍ୟାଳୟ ପାଇଁ ଚୟନ ହୋଇଥିବା ସୁଶ୍ରୀ ଅମୃତେଶ୍ୱରୀ ଖମାରୀ ଓ ପୂର୍ବରୁ ଛାତ୍ରବାସରେ ପଢ଼ୁଥିବା ବୌଦ୍ଧ ଜିଲ୍ଲାର ସୁଶ୍ରୀ ଟେନିସା ମେହେରଙ୍କୁ ସମ୍ବର୍ଦ୍ଧନା ଦିଆଯାଇଥିଲା । ଅନୁଷ୍ଠିତ କାର୍ଯ୍ୟକ୍ରମରେ ଜିଲ୍ଲା ତୀରନ୍ଦାଜ ସଂଘର ସଭାପତି ପ୍ରଦୀପ ପଣ୍ଡା , ଉପସଭାପତି ଗୋପାଳ ପାତ୍ର , ସଂପାଦକ ପଙ୍କଜ ଖମାରୀ , କ୍ଷୀରସାଗର ବିଭାର , ପ୍ରଦୀପ ପଧାନ , ଚିତ୍ରସେନ ପଧାନ , ଲିପୁନ ସା , ରାଧେଶ୍ୟାମ ମେହେର , ସୁଷମା ଖାମାରୀ , ଅନିତା ଖମାରୀ , ପ୍ରଭାତୀ ତ୍ରିପାଠୀ ପ୍ରମୁଖ ଉପସ୍ଥିତ ଥିଲେ ।ସୋନପୁର ଜିଲ୍ଲାରୁ ତୀରନ୍ଦାଜରେ ପ୍ରଥମ କରି ରାଜ୍ୟ କ୍ରୀଡା ଆବାସିକ ବିଦ୍ୟାଳୟ ପାଇଁ ଚୟନ ହୋଇଥିବାରୁ ତୀରନ୍ଦାଜ ସଂଘର କର୍ମକର୍ତ୍ତାମାନଙ୍କ ମନରେ ଖୁସିର ଲହରୀ ଖେଳିଯାଇଛି I