କଳାହାଣ୍ଡି, ୨୦/୦୨ (ଜଗନ୍ନାଥ ନାଏକ) : କଳାହାଣ୍ଡି ଜିଲ୍ଲା କେଗାଁ ଥାନା ଅନ୍ତର୍ଗତ ମକ୍ରାଗୁଡା ଗାଁରେ ଜାନୁୟାରୀ ୨୯ ତାରିଖ ଦିନ ଜଣକୁ ବାଇକ ଧକ୍କା ଦେଇଥିଲା । ଦୁର୍ଘଟଣାରେ ମକ୍ରାଗୁଡା ଗ୍ରାମର ରାଧା ମୋହନ ଛତ୍ରୀଆଙ୍କ ମୃତ୍ୟୁ ହୋଇଥିଲା । ଏ ନେଇ କେଗାଁ ପୋଲିସ ୧୯/୨୪ ରେ ଏକ ମାମଲା ରୁଜୁ କରିଥିଲେ । ହେଲେ ବାଇକ ଅରୋହୀ ଫେରାର ଥିବା ନେଇ ପୋଲିସ ବହୁ ଛାନ ଭିନ କରି ଅଭିଯୁକ୍ତ କାରୀ ବିପିନ ନାଏକଙ୍କୁ ଆଜି କୋର୍ଟ ଚାଲାଣ କରିଥିବା ଏସ୍ ଆଇ ମେଘରାୟ ହାସଦା ସୂଚନା ଦେଇଛନ୍ତି ।