କଳାହାଣ୍ଡି, ୨୨/୦୨ : ନର୍ଲାରେ କାର୍ଯ୍ୟରତ ଏମ.ବି.ସି ଟିଭି ତଥା ଧରିତ୍ରୀ ଖବର ନର୍ଲ। ପ୍ରତିନିଧି ସାମ୍ବାଦିକ ସନ୍ତୋଷ ପାତ୍ର ଙ୍କ ପିତୃ ବିୟୋଗ ଘଟିଛି l ତାଙ୍କ ବାପା ହୃଷିକେଶ ପାତ୍ର ଦୀର୍ଘ ଦିନରୁ ସ୍ୱାସ୍ଥ୍ୟ ଗତ ସମସ୍ୟା ଯୋଗୁଁ ଶଯ୍ୟାଶାୟୀ ଥିଲେ l ତାଙ୍କର ଗୁରୁବାର ଭୋର୍ ସକାଳୁ ପରଲୋକ ହୋଇଯାଇଛି।ସେ ଜଣେ ମେଳାପୀ ଓ କର୍ତ୍ତବ୍ୟ ପରାୟଣ ବ୍ୟକ୍ତି ଥିଲେ।ସେ ତାଙ୍କର ଜୀବନ ସାରା ଲୋକଙ୍କ ସେବା କରୁ ଥିଲେ ସେ ମଧ୍ୟ ଜଣେ ଧର୍ମ ପରାୟଣ ଜଗନ୍ନାଥ ସେବକ ବ୍ୟକ୍ତି ଥିଲେ ତାଙ୍କ ମୃତ୍ୟୁରେ ନର୍ଲା ଅଂଚଳରେ ଶୋକର ଛାୟା ଖେଳି ଯାଇଛି । ତାଙ୍କ ମୃତ୍ୟ ର ଖବର ପାଇଲା ପରେ ନର୍ଲା ପ୍ରେସ ଏସୋସିଏସନ ର ସଭାପତି ଦୀପକ ସାହୁ,ଉପସଭାପତି ଚିନ୍ତାମଣି ନାୟକ ଙ୍କ ସମେତ ସମସ୍ତ ସଦସ୍ୟ ତାଙ୍କ ବାସଭବନରେ ପହଞ୍ଚି ଶୋକାକୁକ ପରିବାର କୁ ସାନ୍ତ୍ବନା ଦେଇଥିଲେ ଏବଂ.ରାଜ୍ୟ ବିଜେଡି ସମ୍ପାଦକ ବାବୁଲି ମଣ୍ଡଳ , ଜିଲ୍ଲା ବିଜେପି ସଭାପତି ଆର୍ତତ୍ରାଣ ମହାପାତ୍ର ତାଙ୍କ ମୃତ୍ୟୁ ଖବର ଶୁଣି ଗଭୀର ଶୋକ ବ୍ୟକ୍ତ କରିଛନ୍ତି l ମୃତ୍ୟୁ ସମୟରେ ତାଙ୍କ ଦୁଇ ପୁଅ ସହ ପୁତ୍ର ବଧୁ ପରିବାରର ସମସ୍ତ ସଦସ୍ୟ ଓ ନିକଟ ସମ୍ପର୍କୀୟ ଉପସ୍ଥିତ ଥିଲେ l ବଡ଼ ପୁଅ ସନ୍ତୋଷ ପାତ୍ର ମୁଖାଗ୍ନି ଦେଇ ଥିଲେ l