Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

କାମାକ୍ଷାନଗର ବ୍ଲକରେ ଏସଇବିସି ସର୍ଭେ ଉପରେ ତାଲିମ କାର୍ଯ୍ୟକ୍ରମ ଅନୁଷ୍ଠିତ

କାମାକ୍ଷାନଗର: ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ବ୍ଲକ ସଭାଗୃହରେ ଆଜି ଏସଇବିସି ସର୍ଭେ ଉପରେ ତାଲିମ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ବିଡ଼ିଓ ବିକାଶ କୁମାର ମହାନ୍ତିଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ସର୍ଭେ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ କାମାକ୍ଷାନଗର ଉପଜିଲ୍ଲାପାଳ ଜ୍ୟୋତିଶଙ୍କର ସାହୁ ଉପସ୍ଥିତ ରହି କିପରି ଏସଇବିସି ସର୍ଭେ କରିବେ ଏଠାରେ ଉପସ୍ଥିତ ଥିବା ଅଙ୍ଗନବାଡ଼ି କର୍ମଚାରୀ ,ସୁପରଭାଇଜର ,ଏନଏସି ଓ ବ୍ଲକ କର୍ମଚାରୀ ମାନେ ଉପସ୍ଥିତ ଥିଲେ । ସଠିକ ଭାବରେ କିପରି ସର୍ଭେ ହେବ ତାରି ଉପରେ ଆଲୋଚନା କରାଯାଇଥିଲା ।ଏଠାରେ ଏନଏସି ନିର୍ବାହୀ ଅଧିକାରୀ ଜତୀନ୍ଦ୍ର ମିଶ୍ର,ଏବିଡ଼ିଓ ଝରଣା ସାମଲଙ୍କ ସମେତ ଅନ୍ୟମାନେ ଉପସ୍ଥିତ ଥିଲେ ।