Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଶିକ୍ଷକ ଆସୁ ନାହାନ୍ତି ସ୍କୁଲ କେ, ଚେପଟା ଘାଟ ସ୍କୁଲରେ ପାଠପଢା ବନ୍ଦ

କଳାହାଣ୍ଡି, ୨୩/୦୨ (ଜଗନ୍ନାଥ ନାଏକ) : କଳାହାଣ୍ଡି ଜିଲ୍ଲା ବ୍ଲକ ଅନ୍ତର୍ଗତ ଥୁଆମୂଳ ରାମପୁର ସରକାର ଛାତ୍ର ଛାତ୍ରୀ ମାନଙ୍କ ଭାଗ୍ୟ ଓ ଭବିଷ୍ୟତ ଗଢ଼ିବା ପାଇଁ ଶିକ୍ଷା ଦାନ ଯୋଗାଇ ଦେବା ନାଁ ରେ ବିଭିନ୍ନ ପ୍ରକାରର ଯୋଜନା ପ୍ରଣୟନ କରି କୋଟି କୋଟି ଟଙ୍କା ଖର୍ଚ୍ଚ କରି ସ୍କୁଲ ଗୃହ ତିଆରି କରିବା ସହିତ ଶିକ୍ଷକ ନିଯୁକ୍ତି କରୁଛନ୍ତି ସତ କିନ୍ତୁ ଦୁର୍ଭାଗ୍ୟର ବିଷୟ ସରକାର ଙ୍କ ଶିକ୍ଷାଦାନ ଗୁଡ଼ିକ ଦୁର୍ଗମ ଅଞ୍ଚଳ ରେ ବାଟବଣା ହୋଇ ଯାଇଛି ଏଥିରୁ ନିରିହ କୋମଳ ମତୀ ଛାତ୍ର ଛାତ୍ରୀ ମାନେ ଶିକ୍ଷା ଦାନ ପାଇଁ ବାରୁ ବଞ୍ଚିତ ହେଉଛନ୍ତି। ଶିକ୍ଷା ବିଭାଗ ଙ୍କ ଅବହେଳା ହେତୁ ଗ୍ରାମାଞ୍ଚଳ ରେ କାର୍ଯ୍ୟ ରୋତ ଶିକ୍ଷକ ମାନଙ୍କ ବୈମାତୃକ କାର୍ଯ୍ୟକଳାପ ଦିନକୁ ଦିନ ବୃଦ୍ଧି ପାଉଛି ଯାହାଫଳରେ ଶିକ୍ଷକ, ଶିକ୍ଷୟିତ୍ରୀ ମାନେ ସ୍କୁଲକୁ ନିୟମିତ ନଯାଇ ନିଜ ନିଜ ବ୍ୟକ୍ତି ଗତ କାର୍ଯ୍ୟରେ ବ୍ୟସ୍ତ ରହୁଥିବା ଯୋଗୁଁ ବିଦ୍ୟାଳୟ ଗୁଡ଼ିକ ପ୍ରାୟ ବନ୍ଦ ରହୁଛି। ଏଭଳି ଏକ ବାସ୍ତବ ଚିତ୍ର ଦେଖିବାକୁ ମିଳିଛି କକଳାହାଣ୍ଡି ଜିଲ୍ଲା ଆଦିବାସୀ ଅଧ୍ୟୁଷିତ ବଣପାହାଣ ଘେରା ଥୁଆମୂଳରାମପୁର ବ୍ଲକ ମାଳିଗାଁ ଗ୍ରାମ ପଞ୍ଚାୟତ ଅଧୀନ ସରକାରୀ ପ୍ରାଥମିକ ବିଦ୍ୟାଳୟ କେ, ଚେପଟା ଘାଟ ସ୍କୁଲକୁ ଶିକ୍ଷକ ମାନେ ନିୟମିତ ଆସୁନଥିବା ଅଭିଯୋଗ ଆଣିଛନ୍ତି ଗ୍ରାମ ବାସୀ। ଯାହାଫଳରେ ଛାତ୍ରଛାତ୍ରୀ ମାନେ ଶିକ୍ଷା ଦାନ ପାଇଁ ବାରୁ ବଞ୍ଚିତ ହେଉଛନ୍ତି। ମାସକୁ ପ୍ରାୟ ୨/୩ ଦିନ ଶିକ୍ଷକ ମାନେ ଏଠାକୁ ଆସୁଥିବା ବେଳେ ଅଧିକାଂଶ ଛାତ୍ର ଛାତ୍ରୀ ନିଜ ଦସ୍ତଖତ ଲେଖି ପଢି ଜାଣୁ ନଥିବା ଅଭିଯୋଗ ହେଉଛି। ପାଠପଢିବା ବଦଳରେ ଗାଁର ଶିଶୁ ମାନେ ଗାଈ, ଗରୁ , ଛେଳି, ମେଣ୍ଢା, ଚୋରାଇ ବୁଲୁଥିବା ବେଳେ ଖେଳ କୁନ୍ଦରେ ଦିନ ସାରା ସମୟ ବିତାଉଥିବା ଜଣାପଡିଛି। ଠିକ୍ ସେଭଳି ସ୍କୁଲ ପାଇଁ ଆସୁଥିବା ମଧ୍ୟାହ୍ନ ଭୋଜନ ର ଚାଉଳ କୁ ମଧ୍ୟ ବାଟମାରଣା କରା ଯାଉଥିବା ସାଂଘାତିକ ଅଭିଯୋଗ ଆଣିଛନ୍ତି ଗ୍ରାମ ବାସୀ। ଛାତ୍ର ଛାତ୍ରୀ ମାନଙ୍କ ଭାଗ୍ୟ ଓ ଭବିଷ୍ୟତ ଅନ୍ଧାର ଆଡରେ ଠେଲିହୋଇ ଯାଇଛି ଶିକ୍ଷକ ମାନଙ୍କ ଏଭଳି ବୈମାତୃକ ମନୋଭାବ ଯୋଗୁଁ ସ୍କୁଲରେ ଛାତ୍ରଛାତ୍ରୀ ମାନଙ୍କୁ ପାଠନପଢାଯାଇ ମାସ ମାସ ଧରି ବିଦ୍ୟାଳୟ ରେ ତାଲା ଝୁଲି ପଡିରହୁଥିବା ଦେବାକୁ ମିଳିଛି। ତଦାରଖ ଦାୟିତ୍ଵରେ ରହିଥିବା ସିଆରସିସି ଓ ଗୋଷ୍ଟି ଶିକ୍ଷା ଅଧିକାରୀଙ୍କ ଦୃଷ୍ଟି ଶକ୍ତି ଏଥିପ୍ରତି ପଡୁ ନାହିଁ କାହିଁକି ଏହାକୁ ନେଇ ବଡ଼ ପ୍ରଶ୍ନବାଚୀ ସୃଷ୍ଟି ହେଉଛି ତେବେ ଦେଖିବାକୁ ବାକି ରହିଲା ଏଥିପ୍ରତି ପ୍ରଶାସନ ର ଶୁଭ ଦୃଷ୍ଟି କେବେ ପଡିବ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ