Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ଚୋରୀ ଅଭିଯୋଗରେ ଅଭିଯୁକ୍ତଙ୍କୁ ସାତ ବର୍ଷ କାରାଦଣ୍ଡ

ଧର୍ମଗଡ଼,ତା୨୪/୨- ଧର୍ମଗଡ଼ ନଳକୂପ ଠିକାଦାର ଘରୁ ବହୁଚର୍ଚ୍ଚିତ ଡକାୟତି ଘଟଣା l ଅଭିଯୁକ୍ତ ମାନେ ଦୋଷୀ ସାବ୍ୟସ୍ତ : ୭ ବର୍ଷ ଜେଲ ଦଣ୍ଡାଦେଶ ରାୟ ପ୍ରଦାନ କଲେ ଧର୍ମଗଡ ସହାୟକ ଦୌରା ଜଜ୍ ଅଦାଲତ ।
2022 ମସିହାରେ ଧର୍ମଗଡ଼ ବସ୍ତିପଡା ରେ ବସବାସ କରୁଥିବା ନଳକୂପ ଠିକାଦାର ଦିନେଶ ଅଗ୍ରୱାଲ ଙ୍କ ଘରୁ 50 ଲକ୍ଷ ଟଙ୍କା ଡକାୟତି ହୋଇଥିବା ଧର୍ମଗଡ଼ ଥାନାରେ ଏତଲା ହୋଇଥିଲା lଏତଲା ଭିତ୍ତିରେ ଧର୍ମଗଡ଼ ପୋଲିସ ଥାନା କେଶ ନମ୍ବର 172 ତାରିଖ 31.05.20022 ବଳରେ ତଦନ୍ତ ଆରମ୍ଭ କରି କଳାହାଣ୍ଡି ଆରକ୍ଷୀ ଅଧିକ୍ଷକ ଶ୍ରୀ ଜି. ଅଭିଳାଷnka ପ୍ରତାକ୍ଷ୍ୟ ତତ୍ୱାବଧାନରେ ଅଭିଯୋଗକାରୀ ଦିନେଶ ଅଗ୍ରୱାଲ ଙ୍କ ଘରେ ବହୁଦିନରୁ ରୋଷେଇୟା ଭାବେ କାର୍ଯ୍ୟରତ ଅଭିଯୁକ୍ତ ଯୁଗେନ ପଟେଲ କୁ ପୋଲିସ ଅଟକ ରଖି ପଚରା ଉଚରା କରିଥିଲେ l ତଦନ୍ତ ସମୟରେ ଅଭିଯୁକ୍ତ ଯୁଗେନ ପଟେଲ ଲୋଭର ବଶବର୍ତ୍ତୀ ହୋଇ ସେ ଏହି ଘଟଣା ଭିଆଇ ଥିବା ଦୋଷ ସ୍ୱୀକାର କରିବା ସହ ଏହି ଡକାୟତି ର ସମ୍ପୂର୍ଣ୍ଣ ନକ୍ସା ପ୍ରସ୍ତୁତକରି ଅନ୍ୟ 5 ଜଣ ସହଯୋଗୀ ଙ୍କ ସହାୟତାରେ ମାଲିକଙ୍କ ଘରେ ପଶି ଡକାୟତି କରିଥିବା ପୋଲିସ ଆଗରେ ମାନି ଯାଇଥିଲା l ମୁଖ୍ୟ ଅଭିଯୁକ୍ତ ର ସୂଚନା କୁ ଭିତ୍ତି କରି ପୋଲିସ ସହଯୋଗୀ ଡକାୟତ ମାନଙ୍କ ଉପରେ ଚଢାଉ କରି 4 ଜଣଙ୍କ ଠାରୁ ବିଭିନ୍ନ ସ୍ଥାନରେ ଲୁଚାଇଥିବା ଡକାୟତି ପରିମାଣ 31ଲକ୍ଷ 45 ହଜାର 680 ଟଙ୍କା ଜବତ କରି ଅଭିଯୋଗକାରୀ ଙ୍କୁ ହସ୍ତାନ୍ତର କରିବା ସହ 4 ଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲେ। ଜଣେ ଅଭିଯୁକ୍ତଙ୍କୁ ପୋଲିସ ଅଦ୍ୟାବଧି ଚିହ୍ନଟ କରିପାରିନଥିବା ବେଳେ ଅନ୍ୟ ଜଣେ ମୁଖ୍ୟ ସହଯୋଗୀ ଫେରାର ହୋଇ ଯାଇଥିଲା l ପ୍ରାୟ ଦେଢ଼ ବର୍ଷ ଧରି ଏହି ମାମଲା ଧର୍ମଗଡ଼ ଅଦାଲତରେ ସାକ୍ଷ୍ୟ ଗ୍ରହଣ ଓ ବିଚାର ନିମନ୍ତେ ଚାଲିଥିଲା। ତଦନ୍ତକାରୀ ଅଧିକାରୀଙ୍କ ରିପୋର୍ଟ, ସାକ୍ଷୀ ମାନଙ୍କ ବୟାନ ଓ ମାମଲାର ପାରିପାର୍ଶ୍ବିକ ପରିସ୍ଥିତିକୁ ବିଚାରକୁ ନେଇ ଧର୍ମଗଡ଼ ସହାୟକ ଦୌରା ଜଜ୍ ଶ୍ରୀ ବିଶ୍ବବିସୃତ କର ଆଜି ସିଟି କେଶ ନମ୍ବର 122/31 -2022 ମୋକଦ୍ଦମା ର ଚୂଡାନ୍ତ ଶୁଣାଣି କରି ଅଭିଯୁକ୍ତ ଡକାୟତ ଯୁଗେନ ପଟେଲ ଓ ଡକାୟତି ରେ ପ୍ରତ୍ୟକ୍ଷ ସହଯୋଗ କରିଥିବା ବାସୁଦେବ ପଟେଲ, ନେପାଳ ଏଡଜୁଏଡ଼ ଓ କୈଳାଶ ହାତୀ କୁ ଭାରତୀୟ ପିଙ୍ଗଲ କୋଡ଼ ଦଫା 395/ 457 ବଳରେ ଦୋଷୀ ସାବ୍ୟସ୍ତ କରି ୭ବର୍ଷ ସଶ୍ରମ କାରାଦଣ୍ଡ ସହ କୋଡିଏ ହଜାର ଟଙ୍କା ଜୋରିମାନା ଓ ଅନାଦେୟ ସ୍ଥଳେ ଅତିରିକ୍ତ ଛଅ ମାସ ଜେଲ ଦଣ୍ଡାଦେଶ ପାଇଁ ରାୟ ପ୍ରଦାନ କରିଛନ୍ତି। ରାଜ୍ୟ ସରକାର ଙ୍କ ତରଫରୁ ଅତିରିକ୍ତ ସରକାରୀ ଓକିଲ ରାଜେନ୍ଦ୍ର କୁମାର ମୁନି ମାମଲା ପରିଚାଳନା କରିଥିଲେ।