Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ରଣ୍ଢା ବଜାରରେ ସିରଜ ଚୋରି। ପୁଲିସ ର ପେଟ୍ରୋଲିଂ କଡ଼ା କଡ଼ି କରିବାକୁ ଦାବି।

ଗୋପାଳପୁର,୨୪/୦୨
ଗୋଳନ୍ଥରା ଥାନା ଅନ୍ତର୍ଗତ ରଣ୍ଢା ବଜାର ଅଞ୍ଚଳରେ ଗୋଟିଏ ରାତିରେ ୫ ଟି ଦୋକାନ ରୁ ଚୋର ମାନେ ସିରିଜ ଚୋରି କରି ଥିବା ଥାନାରେ ଲିଖିତ ଅଭିଯୋଗ କରାଯାଇଛି। ଅଭିଯୋଗ ଅନୁଯାୟୀ ରଣ୍ଢା ପଞ୍ଚମା ରୋଡରେ ଥିବା ସୁକାନ୍ତ ଦାସଙ୍କ ପାନ ଓ ଗ୍ରୋସରୀ ଦୋକାନ ସମେତ ,ପ୍ରମୋଦ ସାହୁ ର ଗ୍ରୋସରୀ ଦୋକାନ,ରବି ଡାକୁଆ ଙ୍କ ଘରୁ,ମିଟୁ ସାମନ୍ତରାୟ ଙ୍କ ନେସଲେ କମ୍ପାନୀ ର ଗୋଦାମ ଘର ସହ ପ୍ରଶାନ୍ତ ପଣ୍ଡା ଙ୍କ ଘରୁ ଚୋରି ଯାଇଥିବା ନେଇ ଗୋଳନ୍ଥରା ଥାନାରେ ଲିଖିତ ଅଭିଯୋଗ କରାଯାଇଛି। ସୁକାନ୍ତ ଦାସ ଙ୍କ ପାନ ଦୋକାନରୁ ତାଲା ଭାଙ୍ଗି ୫ ହଜାର ଟଙ୍କା, ପ୍ରମୋଦ ସାହୁ ଗ୍ରୋସରୀ ଦୋକାନ ର ୫ ଟା ତାଲା ଭାଙ୍ଗି ବା ସହ ସିସିଟିଭି କୁ ଭାଙ୍ଗି ଦେଇଥିଲେ ସୁଦ୍ଧା ଚୋରି କରିବାରେ ସକ୍ଷମ ହୋଇ ନଥିଲେ।ରବି ଡାକୁଆ ଙ୍କ ଘରୁ ର ତାଲା ଭାଙ୍ଗି ଘର ମଧ୍ୟରେ ପସ ଥିବା ସତ୍ତ୍ୱେ ସେଠାରେ କିଛି ନଥିବାରୁ କୌଣସି ଚୋରି ହୋଇ ନାହୁଁ।ମିଟୁ ସାମନ୍ତରାୟ ଙ୍କ ଗୋଦାମ ଘରୁ ପ୍ରାୟ ୧୦୦ ଗ୍ରାମ ଓଜନର ରୂପା କଏନ, ପ୍ରଶାନ୍ତ ପଣ୍ଡା ଙ୍କ ପୂଜା ସାମଗ୍ରୀ ଦୋକାନ ର ତାଲା ଭାଙ୍ଗି ବା ସହ ସିସିଟିଭି ଭାଙ୍ଗିବା ସହ ହାର୍ଡ ଡିସ ଭାଙ୍ଗି ବା ସହ ଘର ସମ୍ମୁଖରେ ଥିବା ଏକ ବ୍ୟାଟେରୀ ଚାଳିତ ଗାଡି କୁ ଚୋରି କରି ନେବା ସହ କନିଷି ସିହଳା ରୋଡରେ ଛାଡ଼ି ଚାଲି ଯାଇଥିଲେ , ଯାହାକୁ ଗୋଳନ୍ଥରା ପୁଲିସ ପକ୍ଷରୁ ଉଦ୍ଧାର କରାଯାଇଥିଲା। ଗୋଳନ୍ଥରା ଥାନା ଇଲାକାରେ ଗତ କିଛି ମାସ ହେବ ଚୋରି ଘଟଣା ବଢି ଚାଲିଥିବା ବେଳେ ଥାନାରେ ଗତ ୯ ତାରିଖରେ ଏଠାରେ ଆଇଆଇସି ଦାୟିତ୍ଵ ରେ ଥିବା ବିବେକାନନ୍ଦ ମହନ୍ତ ଙ୍କ ଇତି ମଧ୍ୟରେ ବୌଦ୍ଧ ଜିଲ୍ଲା କୁ ଟ୍ରାନସଫର ହୋଇ ଯାଇଥିବା ବେଳେ ଆଜି ଯାଏଁ କୌଣସି ଥାନା ଅଧିକାରୀ ଙ୍କୁ ଏଠାରେ ଦାୟିତ୍ଵ ପ୍ରଦାନ କର ଯାଇନାହିଁ। ଯାହାଫଳରେ ଥାନା ପକ୍ଷରୁ ପେଟ୍ରାଲିଂ ଠିକ ଭାବେ ହେଉନଥିବା ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି।
ଅନ୍ୟ ପଟେ ରଣ୍ଢା ଏକ ବ୍ୟବସାୟ ସ୍ଥଳ ହୋଇଥିବା ଯୋଗୁଁ ଲୁଟେରାଙ୍କ ଟାର୍ଗେଟ ସଦାବେଳେ ଏହି ଛକ ଉପରେ ରହିଥାଏ l ଚୋରି ଘଟଣା ନେଇ ଥାନାରେ ଲିଖିତ ଅଭିଯୋଗ ପରେ ଥାନା ଏସ.ଆଇ ଜ୍ଞାନ ରଞ୍ଜନ ସାହୁଙ୍କ ନେତୃତ୍ୱରେ ପୋଲିସର ଏକ ଟିମ ଘଟଣା ସ୍ଥଳରେ ପହଞ୍ଚି ଯାଞ୍ଚ କରିଥିଲେ l ଏହା ସହ ସାଇଣ୍ଟିଫିକ ଟିମ ଓ ସନ୍ଦାନି କୁକୁର ପହଞ୍ଚି ଅନୁସନ୍ଦାନ କରିଥିବା ବେଳେ କିଛି ସୁଫଳ ମିଳି ନାହିଁ l ଏ ନେଇ ରଣ୍ଢା ବ୍ୟବସାୟୀ ସଂଘ ପକ୍ଷରୁ ପେଟ୍ରୋଲିଂ ବ୍ୟବସ୍ଥା କଡାକୋଡ଼ି କରିବା ସାଙ୍ଗକୁ ହୋମଗାର୍ଡ ବ୍ୟବସ୍ଥା କରିବା ପାଇଁ ନିବେଦନ କରାଯାଇଛି l

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories