Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଚିପିଲିମା ଫାଣ୍ଡିରେ ନୂତନ ଅଧିକାରୀଙ୍କ ଯୋଗଦାନ:-ବେଆଇନ କାରବାରରେ ରୋକ ଲଗାଇବାକୁ ଦାବି

ଚିପିଲିମା,ସମ୍ବଲପୁର ବୁର୍ଲାଥାନା ଚିପିଲିମା ଫାଣ୍ଡିରେ ନୁଆଁ ଅଧିକାରୀ ଗତ ଶୁକ୍ରବାର ଯୋଗଦାନ କରିଥିବାବେଳେ ଅଞ୍ଚଳବାସୀଙ୍କ ମନରେ ନୁଆଁ ଭରସା ସଞ୍ଚରିତ ହୋଇଛି lଚିପିଲିମା ଫାଣ୍ଡି ଅଞ୍ଚଳରେ ବିଭିନ୍ନ ବେଆଇନ ମଦ ବିକ୍ରି, ବେଆଇନ ସଟ୍ଟା କାରବାର, ବେଆଇନ ଜୁଆଖେଳ, ବେଆଇନ ନିଶା କାରବାର ଚାଲିଛି lପୋଲିସର ଜ୍ଞାତସାରରେ ସବୁ ବେଆଇନ କାର୍ଯ୍ୟ କଳାପ ଚାଲିଥିବା ଅଭିଯୋଗ ହୋଇଆସୁଛି lପ୍ରତ୍ୟେକ ଗାଁ, ଛକ, ଗଳି କନ୍ଦିରେ ବେଆଇନ କୁଚିଆ ମଦ, ସଟ୍ଟା, ଗଂଜେଇ ବିକ୍ରି ଅବାଧରେ ଚାଲିଥିବାବେଳେ ପୋଲିସ ପକ୍ଷରୁ କୌଣସି ପଦକ୍ଷେପ ନିଆଯାଉନାହିଁ lଫଳରେ ଯୁବଗୋଷ୍ଠୀ, ଗରିବ, ଖଟିଖିଆ ନିଶା କାରବାର ରେ ଛନ୍ଦିହୋଇ ଅକାଳରେ ପ୍ରାଣ ହରାଉଥିବା ଅନେକ ଦୃଷ୍ଟାନ୍ତ ରହିଛି l ସଟ୍ଟା କାରବାର ପ୍ରତ୍ୟେକ ଜାଗାରେ ଅବାଧରେ ଚାଲୁଥିବାବେଳେ, ଯୁବଗୋଷ୍ଠୀ, ଦିନ ମଜୁରିଆ ଆଦି ସର୍ବସ୍ବ ହରାଉଥିବା ଅଭିଯୋଗ ହେଉଛି l ପ୍ରକାଶ ଥାଉକି ସ୍କୁଲ ଛାତ୍ର ମଧ୍ୟ ଏଥିରୁ ବାଦ ପଡ଼ୁନାହାନ୍ତି lପୋଲିସ କୁ ଚାଲେଞ୍ଜ ଦେଇ ଅଞ୍ଚଳରେ ଅନେକ ଅପରାଧିକ କାର୍ଯ୍ୟ ସବୁ ଚାଲିଥିବା ବେଳେ ପୋଲିସ ଏ ଦିଗରେ ସଚେତନ ହୋଇ ବିହିତ ପଦକ୍ଷେପ ନେବାକୁ ସ୍ଥାନୀୟ ବୁଦ୍ଧିଜୀବୀ ତଥା ସଚେତନ ମହଲରେ ଦାବିହେଉଛି l ଆଗକୁ ନୁଆଁ ପୋଲିସ ବାବୁ କିଛି ବେଆଇନ କାରବାର କୁ ରୋକିବା ଦିଗରେ କି ପଦକ୍ଷେପ ନେଉଛନ୍ତି ନାଁ ଚିରାଚରିତ ପ୍ରଥାରେ କାମ କରୁଛନ୍ତି ଦେଖିବା ଅପେକ୍ଷା ରେ ଅଞ୍ଚଳବାସୀ l

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ