Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ନିର୍ବାଚନ ପୂର୍ବରୁ ବିଜେଡିକୁ ଝଟକା, ଦଳ ଛାଡ଼ିଲେ ପୂର୍ବତନ ମନ୍ତ୍ରୀ ଦେବାଶିଷ ନାୟକ

ଭୁବନେଶ୍ଵର:  ନିର୍ବାଚନକୁ ଆଉ ଦୁଇ ମାସ ବାକି ଥିବା ବେଳେ ଏହା ପୂର୍ବରୁ ଶାସକ ବିଜୁ ଜନତା ଦଳ(ବିଜେଡି)କୁ ଲାଗିଛି ଜୋରଦାର ଝଟକା। ବିଜେଡି ଛାଡ଼ିଛନ୍ତି ବରିଷ୍ଠ ନେତା ତଥା ପୂର୍ବତନ ମନ୍ତ୍ରୀ ଦେବାଶିଷ ନାୟକ। ରବିବାର ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖି ବିଜେଡିର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି ଦେବାଶିଷ। ଦେବାଶିଷ ନାୟକ ବରି ଆସନରୁ କ୍ରମାଗତ ୪ ଥର ନିର୍ବାଚନ ଜିତ ରାଜନୀତିରେ ପତିଆରା ଜାହିର କରିଥିଲେ।

ତେବେ ୨୦୧୯ରେ ତାଙ୍କୁ ଦଳ ଟିକେଟ୍ ଦେଇନଥିଲା। ଆଉ ଏହା ପରଠୁ ସେ ଅସନ୍ତୁଷ୍ଟ ଥିଲେ। ଗତ କିଛି ବର୍ଷ ହେବ ଦେବାଶିଷ ନାୟକକୁ ମଧ୍ୟ ଦଳ ଏକଘରିଆ କରି ରଖିଥିଲା। ତାଙ୍କୁ ସକ୍ରିୟର ରାଜନୀତିରେ ମଧ୍ୟ ଦେଖିବାକୁ ମିଳୁନଥିଲା। ବିଜେି  ଛାଡ଼ିବା ନେଇ ଦୀର୍ଘ ସମୟ ହେବ କଳ୍ପନା ଜଳ୍ପନା ଲାଗି ରହିଥିଲା। ତେବେ ନିର୍ବାଚନ ପୂର୍ବରୁ ଦଳ ଛାଡ଼ି ବିଜେଡିକୁ ବଡ଼ ଝଟକା ଦେଇଛନ୍ତି ଦେବାଶିଷ। ରବିବାର ସେ ଦଳ ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ନିଜର ଇସ୍ତଫା ପତ୍ର ପଠାଇଛନ୍ତି।

ସୂଚନାଯୋଗ୍ୟ, ଯାଜପୁର ଜିଲ୍ଲାର ବରି ନିର୍ବାଚନ ମଣ୍ଡଲୀରୁ ସେ କ୍ରମାଗତ ୪ ଥର ନିର୍ବାଚନ ଜିତି ନିଜର ପତିଆରା ଜାହିର କରି ଆସିଛନ୍ତି। ୨୦୦୦, ୨୦୦୪, ୨୦୦୯ ଓ ୨୦୧୪ ନିର୍ବାଚନ ଜିତିଥିଲେ ସୁଦ୍ଧା ୨୦୧୯ ନିର୍ବାଚନରେ ବରିରୁ ବିଜେଡି ତାଙ୍କୁ ଟିକେଟ୍ ଦେଇ ନ ଥିଲା। ତାଙ୍କ ସ୍ଥାନରେ ବରି ବ୍ଲକ ଅଧ୍ୟକ୍ଷା ସୁନନ୍ଦା ଦାସଙ୍କୁ ପ୍ରାର୍ଥୀ କରାଯାଇଥିଲା। ଦିନ ଥିଲା ଦେବାଶିଷ ବିଜେଡିର ଜଣେ ଟାଣୁଆ ଓ ପ୍ରଭାବଶାଳୀ ନେତା ଥିଲେ। ସେ ନବୀନ ପଟ୍ଟନାୟକ ସରକାରରେ ଅନେକ ବିଭାଗର ମନ୍ତ୍ରୀ ପଦ ସମ୍ଭାଳିଥିଲେ। ଦେବାଶିଷ ନାୟକ ବିଜେପିରେ ମିଶିବା ନେଇ ଚର୍ଚ୍ଚା ଜୋର ଧରିଛି।

More Stories