Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଜାଲାରିପେଣ୍ଠ ଜଙ୍ଗଲ ପରିସରରୁ ଝୁଲନ୍ତା ମୃତ ଦେହ ଉଦ୍ଧାର।

ଗୋପାଳପୁର,୨୫/୦୨
ଗୋଳନ୍ଥରା ଥାନା ଅନ୍ତର୍ଗତ ଜାଲାରିପେଣ୍ଠ ଗାଁ ଜଙ୍ଗଲ ପରିସରରୁ ଏକ ଝୁଲନ୍ତା ଶବକୁ ପୁଲିସ ଉଦ୍ଧାର କରିବା ସହ ଶବ ବ୍ୟବଚ୍ଛଦ ପୂର୍ବକ ପରିବାର ବର୍ଗ ଙ୍କୁ ହସ୍ତାନ୍ତର କରିଛି।ମୃତକ ଜଣକ ଜାଲାରିପେଣ୍ଠ ଗାଁ ର ବି.ରାଙ୍ଗାରାଓ(୪୪) ବୋଲି ପୁଲିସ ସୂଚନା ଦେଇଛି। ଅଭିଯୋଗ ଅନୁଯାୟୀ ମୃତକ ରାଙ୍ଗାରାଓ ବେରୋଜଗାରିଆ ରହିଥିବା ସହ ଅନେକ ବାକି କରି ଥିଲେ। ଏବଂ ଅନେକ ସମୟରେ ମାନସିକ ଅବସାଦ ରହି ଆସୁଥିଲେ।ଆଜି ସକାଳ ସାଢେ଼ ୯ ଟା ବେଳେ ରାଙ୍ଗାରାଓ ଙ୍କ ଦଉଡ଼ି ଦ୍ବାରା ଏକ ଗଛ ରେ ଝୁଲୁଥିବା ଗାଁ ଲୋକ ଦେଖିବା ସହ ଗ୍ରାମର ବି ଚନ୍ଦ୍ରାରାଓ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗ କୁ ଭିତ୍ତି କରି ପୁଲିସ ପକ୍ଷରୁ ୫/୨୪ ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରିବା ସହ ଶବକୁ ଜବତ କରିଥିଲା।ଜବତ ମୃତ ଦେହକୁ ବ୍ୟବଛେଦ କରାଯିବା ପରେ ପରିବାର ବର୍ଗ ଙ୍କୁ ହସ୍ତାନ୍ତର କରାଯିବା ସହ ତଦନ୍ତ ଚଳାଇଥିବା ପୁଲିସ ସୂଚନା ଦେଇଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories