ଭବାନୀପାଟଣା, ୨୬/୦୨ (ଜଗନ୍ନାଥ ନାଏକ) : ମାନ୍ୟବର ମୂଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ସାରା ରାଜ୍ୟରେ ୬୬୦ କୋଟି ଟଂକା ବ୍ୟୟରେ ନିର୍ମିତ ବିଭିନ୍ନ ବହୁମୁଖୀ ଇନଡୋର ଷ୍ଟାଡିୟମ୍,ହକି ପ୍ରଶିକ୍ଷଣ କେନ୍ଦ୍ର,କ୍ରୀଡ଼ା ଏକାଡେମୀ, କ୍ରୀଡ଼ା ପ୍ରଶିକ୍ଷଣ କେନ୍ଦ୍ର ର ଶୁଭ ଉଦ୍ଘାଟନ ଏବଂ ଶିଳାନ୍ୟାସ ସ୍ଥାପନ ଆଭାଶି ମାଧ୍ୟମରେ କରିଛନ୍ତି। କ୍ରୀଡ଼ାର ରୁପାନ୍ତିକରଣ , କ୍ରୀଡାବିତଙ୍କୁ ସଶକ୍ତିକରଣ ତଥା ଓଡ଼ିଶାକୁ ବିଶ୍ଵ ମାନଚିତ୍ର ରେ ଏକ କ୍ରୀଡ଼ାହବ ରେ ପରିଣତ କରିବାର ସଂକଳ୍ପ ନେଇଛନ୍ତି ରାଜ୍ୟ ସରକାର।ଏହି ଅବସରରେ ଭବାନୀପାଟଣା ସ୍ଥିତ ବିଜୁ ପଟ୍ଟନାୟକ ଇନଡୋର ଷ୍ଟାଡିୟମ୍ ର ଉନ୍ନତୀକରଣ ଏବଂ କେସିଙ୍ଗା ସ୍ଥିତ ବହୁମୁଖୀ ଇନ ଡୋର ଷ୍ଟାଡିୟମ୍ କୁ ମୁଖ୍ୟମନ୍ତ୍ରୀ ଆଭାସୀ ମାଧ୍ୟମରେ ଉଦଘାଟନ କରିଛନ୍ତି। ମୂଖ୍ୟମନ୍ତ୍ରୀଙ୍କ ବଳିଷ୍ଠ ନେତୃତ୍ଵ ଏବଂ କ୍ରୀଡ଼ା ପ୍ରତି ଆଗ୍ରହ ଯୋଗୁଁ ଆଜି ଓଡିଶା ୨ ଥର ବିଶ୍ଵ ହକିକପ୍ ର ଅୟୋଜନ କରିପାରିଛି।ହକି,ଫୁଟବଲ, ବ୍ୟାଡମିଣ୍ଟନ୍, ଭଲିବଲ ଭଳି ଖେଳକୁ ଯେପରି ଓଡ଼ିଶା ର ଖେଳାଳି ଜାତୀୟ ଓ ଅର୍ନ୍ତଜାତୀୟ ସ୍ତରରେ ଭାଗ ନେଇ ପାରିବେ ସେଥି ପାଇଁ ଉନ୍ନତ ମାନର ପ୍ରଶିକ୍ଷଣ କେନ୍ଦ୍ର ସ୍ଥାପନ କରାଯାଉଛି।ଆଜି ଭବାନୀପାଟଣା ସ୍ଥିତ ବିଜୁ ପଟ୍ଟନାୟକ ଇନଡୋର ଷ୍ଟାଡିୟମ୍ ରେ ଅନୁଷ୍ଠିତ ଉଦଘାଟନ ସମାରୋହରେ ଅତିଥି ରୂପେ କଳାହାଣ୍ଡି ଜିଲାପାଳ ପି ଅନ୍ୱେଷା ରେଡ୍ଡୀ ଓ ପୌରାଧ୍ୟକ୍ଷ ସଂଯୁକ୍ତା ବେହେରା ଯୋଗ ଦେଇଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ଡି ଏସ ଓ ରମେଶ ପାଢ଼ୀ, ଡି ଆଇ ପି ଆର୍ ଓ ମନୋଜ ବେହେରା, ଆସିଷ୍ଟାଣ୍ଟ କଲେକ୍ଟର ଶରତ ସାହୁ ,ଧିରୋଜ ପଟ୍ଟନାୟକ ଏବଂ ଅରୁଣ ବିଶୋଇ, ବ୍ୟାଡମିଣ୍ଟନ୍ ଏସୋସିଏସନ୍ ର କର୍ମକର୍ତା,ସହରର କ୍ରୀଡାବିତ୍, ବିଭିନ୍ନ ସ୍କୁଲ୍ ର ଛାତ୍ର ଛାତ୍ରୀ, ପୌରପରିଷଦ ସଭ୍ୟ ଉପସ୍ଥିତ ଥିଲେ।