ବୀରମହାରାଜପୁର : (ସୌମିତ୍ରି ମେହେର)
ବୀରମହାରାଜପୁର କୁ ବିଜ୍ଞାପିତ ଅଞ୍ଚଳ ପରିଷଦ (ଏନ୍ ଏ ସି) ମାନ୍ୟତା ରାଜ୍ୟ ସରକାର ଘୋଷଣା କରିବା ପରେ ବୀରମହାରାଜପୁର ବରିଷ୍ଠ ନାଗରିକ ସଂଘ କାର୍ଯ୍ୟାଳୟ ରେ ସଂଘ ତରଫରୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ସୋମବାର ଏକ କୃତଜ୍ଞତା ସଭା ଆୟୋଜିତ ହୋଇଥିଲା I ଉକ୍ତ ସଭାରେ ସଂଘ ସଭାପତି ଡ. ପ୍ରଫୁଲ୍ଲ କୁମାର ରଥ ଅଧ୍ୟକ୍ଷତା କରିଥିବା ବେଳେ ପୂର୍ବ ସଭାପତି କୃଷ୍ଣଚନ୍ଦ୍ର ପାଢୀ ଓ ଭଗବାନ ମିଶ୍ର , ଉପ ସଭାପତି ସୌମିତ୍ରି ମେହେର , କୋଷାଧକ୍ଷ ଦୟାନିଧି ହୋତା ପ୍ରମୁଖ ଉପସ୍ଥିତ ରହି ବକ୍ତବ୍ୟ ରଖିଥିଲେ l ସଭାରେ ବରିଷ୍ଠ ନାଗରିକ ସଂଗଠନ ତରଫରୁ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ , 5-t ଅଧ୍ୟକ୍ଷ ଭି କେ ପାଣ୍ଡିଆନ୍ ଓ ସ୍ଥାନୀୟ ବିଧାୟକ ପଦ୍ମନାଭ ବେହେରା ଙ୍କୁ କୃତଜ୍ଞତା ଜ୍ଞାପନ କରିଥିଲେ I ସୂଚନା ଯେ ଶନିବାର ରାଜ୍ୟରେ 34 ଟି ନୂଆ ବିଜ୍ଞାପିତ ଅଞ୍ଚଳ ପରିଷଦ ଗଠିତ ହେବା ନେଇ ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ I ହେଲେ ସେଥିରେ ବୀରମହାରାଜପୁର କୁ ବାଦ ଦିଆଯାଇ ଥିଲା l ଫଳରେ 37 ବର୍ଷ ହେଲା ଉପଖଣ୍ଡ ର ମାନ୍ୟତା ପାଇ ଆସୁଥିବା ଏ ଅଞ୍ଚଳ ବାସୀଙ୍କ ମନରେ ବିଦ୍ରୋହ ର ସ୍ଵର ଦେଖା ଦେଇଥିଲା I ଏ ସମ୍ପର୍କରେ ବିଭିନ୍ନ ସ୍ଥାନରେ ସର୍ବଦଳୀୟ ବୈଠକ ଅନୁଷ୍ଠିତ ହୋଇଥିଲା ଏବଂ ସୋମବାର ବୀରମହାରାଜପୁର ବନ୍ଦ ଡାକରା ଦିଆଯିବା ଫଳରେ ରବିବାର ବୀରମହାରାଜପୁର କୁ ମୁଖ୍ୟମନ୍ତ୍ରୀ ବିଜ୍ଞାପିତ ଅଞ୍ଚଳ ପରିଷଦ ଭାବେ ଘୋଷଣା କରି ଥିବାରୁ ନୂଆ ଏନ୍ ଏ ସି ସମୁଦାୟ 35 ଟି ହୋଇଛି l ସଭାରେ ବରିଷ୍ଠ ନାଗରିକ ସଂଗଠନ ର ବରିଷ୍ଠ ସଦସ୍ୟ ବଳରାମ କାଣ୍ଡ , ସୁରୁ ସାହୁ , ଅକୃର ଦନ୍ତl, ଯମେଶ୍ଵର ପଧାନ ପ୍ରମୁଖ ବହୁ ସଭ୍ଯ ଉପସ୍ଥିତ ଥିଲେ l ଶେଷରେ ସମ୍ପାଦକ ସନ୍ତୋଷ କୁମାର ଷଡଙ୍ଗୀ ଧନ୍ୟବାଦ ଅର୍ପଣ କରିଥିଲେ I
ବୀରମହାରାଜପୁର ବିଜ୍ଞାପିତ ଅଞ୍ଚଳ ପରିଷଦ ର ମାନ୍ୟତା ପାଇବା ପରେ ମୁଖ୍ୟମନ୍ତ୍ରୀ ଙ୍କୁ କୃତଜ୍ଞତା ଜଣାଇଲେ ବରିଷ୍ଠ ନାଗରିକ ସଂଘ
