Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

କେସିଙ୍ଗା ଆଦର୍ଶ ଥାନା ପୋଲିସ କୁ ବଡ଼ ସଫଳତା ; ୧୬୦୦ ଲିଟର ବିଦେଶୀ ମଦ ସହିତ ୪ ଅଭିଯୁକ୍ତ ଅଟକ

କଳାହାଣ୍ଡି, ୨୬/୦୨ (ଜଗନ୍ନାଥ ନାଏକ) : କଳାହାଣ୍ଡି ଜିଲ୍ଲା କେସିଙ୍ଗା ଆଦର୍ଶ ଥାନା ପୋଲିସ କୁ ବଡ଼ ସଫଳତା ଗତକାଲି ରାତିରେ ୬୦୯ ଗାଡ଼ି ସହିତ ବିଭିନ୍ନ ବ୍ରାଣ୍ଡ ର ପ୍ରାୟ ୨୦୦ (୧୬୦୦ ଲିଟର) ପେଟି ବିଦେଶୀ ମଦ ସହିତ ୪ ଜଣ ଅଭିଯୁକ୍ତ ଙ୍କୁ ଧରିବାରେ ସଫଳ ହୋଇଛି । ପୋଲିସ ର ସୂଚନା ଅନୁଯାୟୀ ସୋନପୁର ବିଦେଶୀ ମଦ ଡିପୋ ରୁ OR17G 3978 ନମ୍ୱର୍ ୬୦୯ ଗାଡ଼ିରେ ମାଲ ବୋଝେଇ ହୋଇ ନୂଆପଡ଼ା ଜିଲ୍ଲା ପଟେ ଯିବାର ଅନୁମତି ପତ୍ର ଥିଲେ ମଧ୍ୟ ତାହା କଳାହାଣ୍ଡି ଜିଲ୍ଲା ଭିତରକୁ ଚାଲିଆସି ଥିଲା। କୌଣସି ସୂତ୍ରରୁ ଖବର ପାଇ ସକାଳ ୧୦ ଘଣ୍ଟା ସମୟରେ କେସିଙ୍ଗା ପୋଲିସ ପକ୍ଷରୁ ରୁପ୍ରା ଓ କେସିଙ୍ଗା ମଝି ପରଲସିଙ୍ଗା ପାଖରେ ଗାଡ଼ି ଅଟକାଇ ଯାଞ୍ଚ କରିବାରୁ ଗାଡ଼ି ଭିତରେ ଅନେକ ବ୍ରାଣ୍ଡ ର ବିଦେଶୀ ମଦ ପାଇଥିଲେ।ଏଠାରେ ପ୍ରଶ୍ନ ଉଠୁଛି ଯଦି ଗାଡ଼ି ନୂଆପଡ଼ା ଜିଲ୍ଲା ଯିବାର ଥିଲା ତାହାହେଲେ ଗାଡ଼ି କଳାହାଣ୍ଡି ଜିଲ୍ଲା କେମିତି ଆସିଲା।କେସିଙ୍ଗା ପୋଲିସ ପକ୍ଷ ରୁ ଗାଡ଼ିରେ ଥିବା ସମସ୍ତ ୪ ଜଣ ବ୍ୟକ୍ତି ଙ୍କୁ ଅଟକ ରଖି ପଚରାଉଚରା କରାଯାଉଥିବା ଜଣାପଡିଛି।