Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଜୟପାଟଣା ସହରକୁ ଏନଏସି ଘୋଷଣା ପରେ ଅଞ୍ଚଳରେ ଖୁସିର ଲହରୀ

କଳାହାଣ୍ଡି, ୨୬/୦୨ (ଜଗନ୍ନାଥ ନାଏକ) : କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ନିର୍ବାଚନ ମଣ୍ଡଳୀ ଜୟପାଟଣା ସହରକୁ ମାନ୍ୟବର ମୁଖ୍ୟମନ୍ତ୍ରୀ ଏନଏସି ଘୋଷଣା ପରେ ଅଞ୍ଚଳରେ ଖୁସିର ଲହରୀ ଖେଳିଯାଇଛି। ଜୟପାଟଣା ୧୫ ଗୋଟି ୱାର୍ଡ କୁ ନେଇ ଏନଏସି ଘୋଷଣା ହୋଇଛି। ଲାଞ୍ଜିଗଡ଼ ନିର୍ବାଚନ ମଣ୍ଡଳୀ ର ୧୮ ଓ ଧର୍ମଗଡ଼ ନିର୍ବାଚନ ମଣ୍ଡଳୀ ର ୪ ଗୋଟି ଗ୍ରାମପଞ୍ଚାୟତ କୁ ମିଶାଇ ୨୨ ଗୋଟି ପଂଚାୟତ ନେଇ ଜୟପାଟଣା ବ୍ଳକ ଗଠିତ ହୋଇଥିବା ବେଳେ ଦୀର୍ଘ ଦିନ ରୁ ଜୟପାଟଣା ସହରକୁ ଏନଏସି ଘୋଷଣା ପାଇଁ ଦାବି ରହି ଆସୁଥିଲା। ପୂର୍ବତନ ବିଧୟକ ପୁଷ୍ପେନ୍ଦ୍ର ସିଂହଦେଓ ବାରଂବାର ସରକାର ଙ୍କ ଦୃଷ୍ଟି ଆଣୁ ଥିବା ବେଳେ ଲାଞ୍ଜିଗଡ଼ ବିଧାୟକ ପ୍ରଦୀପ ଦିଶାରି ଙ୍କ ବାରମ୍ବାର ଅନୁରୋଧ କ୍ରମେ ଆଜି ମାନ୍ୟବର ମୁଖ୍ୟମନ୍ତ୍ରୀ ରାଜ୍ୟର କେତେକ ସହରକୁ ଏନଏସି ଘୋଷଣା କରିଥିବା ବେଳେ ଜୟପାଟଣା କୁ ମଧ୍ୟ ସାମିଲ କରିଛନ୍ତି। ଏନଏସି ଗଠିତ ହେବା ପରେ ଜୟପାଟଣା ସହରର ବିଭିନ୍ନ ବିକାଶ ହେବ ବୋଲି ଆଶା କରାଯାଉଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ