ପରିବେଶ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ

ବୀରମହାରାଜପୁର : ( ସୌମିତ୍ରି ମେହେର )
ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ମେଣ୍ଡାମାଳ , ହିଲୁଙ୍ଗ ଆଦି ଗାଁ ରେ ଜଙ୍ଗଲ ଓ ପରିବେଶ ତଥା ବନ୍ୟପ୍ରାଣୀ ସଂରକ୍ଷଣ ଓ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି I ଗାଁ ର ସଚେତନ ଯୁବକମାନଙ୍କୁ ସାମାଜସେବି ମନୋରଞ୍ଜନ ଜଗଦଲା ଗାଁ ଗାଁ ବୁଲି ଲୋକଙ୍କୁ ସଚେତନ କରିଥିଲେ I କିଭଳି ପରିବେଶ ସନ୍ତୁଳନ ରକ୍ଷା କରାଯାଇ ପାରିବ ଓ ଜଳବାୟୁ ଠିକ୍ ଭାବେ ସଞ୍ଚାଳନ ହୋଇ ପାରିବ ସେ ବିଷୟରେ ଲୋକମାନଙ୍କୁ ବୁଝାଇଥିଲେ I