Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ସୁବଳୟା ଡିଗ୍ରୀ କଲେଜରେ ଭୋଟର ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ

ବୀରମହାରାଜପୁର : (ସୌମିତ୍ରି ମେହେର) ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ୍ ଅନ୍ତର୍ଗତ ସୁବଳୟା ରେ ଥିବା ଡିଗ୍ରୀ ମହାବିଦ୍ୟାଳୟରେ ଭୋଟର ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି I ଅଧ୍ୟକ୍ଷ ବଳଦେବ ପୁଜାହାରୀଙ୍କ ସଭାପତିତ୍ୱରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ରାଜନୀତି ବିଜ୍ଞାନ ଅଧ୍ୟାପିକା ବିଣାପାଣୀ ଦାଶ ଯୋଗଦେଇ ଥିଲେ l ସମ୍ମାନିତ ଅତିଥି ଭାବରେ ସଂସ୍କୃତ ଅଧ୍ୟାପକ ପଦ୍ମନାଭ ମେହେର , ଇତିହାସ ଅଧ୍ୟାପକ ଶୁଭ୍ରାଂଶୁ ଶେଖର ପଧାନ , ଇଂରାଜୀ ଅଧ୍ୟାପକ ଡ. ଶୟଦ ତାସିଫୁର ରେହମାନ ପ୍ରମୁଖ ଉପସ୍ଥିତ ଥିଲେ l କିଭଳି ଭାବରେ ଜଣେ ପ୍ରାପ୍ତ ବୟସ୍କ ଆମ ଦେଶର ଗଣତାନ୍ତ୍ରିକ ରାଷ୍ଟ୍ର ରେ ନିଜର ବହୁମୂଲ୍ୟ ମତାମତ ଭୋଟ ମାଧ୍ୟମରେ ପ୍ରଦାନ କରି ରାଷ୍ଟ୍ର ତଥା ଦେଶ ଗଠନରେ ବିଶେଷ ଭୂମିକା ଗ୍ରହଣ କରିଥାଏ, ଭୋଟ ଦେବାର ଆବଶ୍ୟକତା, ଅଧିକାର, ଆଇନ ବିଷୟରେ ଅତିଥି ମାନେ ନିଜ ନିଜ ମତ ଉପସ୍ଥାପନ କରିଥିଲେ l ଏଥିରେ ଗ୍ରନ୍ଥଗାରିକ ପୂର୍ଣ୍ଣଚନ୍ଦ୍ର ମେହେର , କିରାଣୀ ବିଭୁତି ଭୂଷଣ କୁଦାଇ , ହୃଷିକେଶ ନାଏକ , ପୀତବାସ ଭୋଇ , ନେହେରୁ ଯୁବ ସ୍ଵେଚ୍ଛାସେବୀ ମନୋରଞ୍ଜନ ଜଗଦଲା ପ୍ରମୁଖ କାର୍ଯ୍ୟକ୍ରମ ରେ ସହଯୋଗ କରିଥିଲେ । ଆୟୋଜିତ ସଭାରେ ମହାବିଦ୍ୟାଳୟର ସମସ୍ତ ଛାତ୍ରଛାତ୍ରୀ ଉପସ୍ଥିତ ରହି ଏହାର ମହତ୍ତ୍ଵ ବିଷୟରେ ଜାଣିବାକୁ ପାଇଥିଲେ। ଶେଷରେ ନେହେରୁ ଯୁବ ସ୍ଵେଚ୍ଛାସେବୀ ଶ୍ରୀ ସୁଦର୍ଶନ ଭରାସାଗର ଧନ୍ୟବାଦ୍ ଅର୍ପଣ କରିଥିଲେ ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ