Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ରଙ୍ଗେଇଲୁଣ୍ଡା ବ୍ଲକ ପକ୍ଷରୁ ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀ ଙ୍କୁ ସୁଧ ରିହାତି ପ୍ରଦାନ ମେଳା ଆୟୋଜିତ।

ଗୋପାଳପୁର,୨୭/୦୨
ରଙ୍ଗେଈଲୁଣ୍ଡା ବ୍ଲକ ପରିସରରେ ମିଶନ ଶକ୍ତି ପକ୍ଷରୁ ବ୍ଲକ ସ୍ତରୀୟ ମେଗା ଏସ ଏଚ ଜି ସୁଧ ରିହାତି ପ୍ରଦାନ ମେଳା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ମିଶନ ଶକ୍ତି ଭବନ ପରିସରରେ ଆୟୋଜିତ କାର୍ଯ୍ୟକ୍ରମରେ ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ତଥା ବ୍ରହ୍ମପୁର ବିଧାୟକ ବିକ୍ରମ କୁମାର ପଣ୍ଡା ମୁଖ୍ୟ ଅତିଥି ରୂପେ ଯୋଗ ଦେଇ ଶୁଭ ଆରମ୍ଭ କରିଥିଲେ l ଅନ୍ୟ ଅତିଥି ଗଞ୍ଜାମ ଜିଲା ପରିଷଦ ଉପସଭାପତି ଏସ ରାଜେଶ୍ୱରୀ ଦୋରା,ବିଡ଼ିଓ ଅଂଶୁମାନ ମହାପାତ୍ର,ବ୍ଲକ ଅଧ୍ୟକ୍ଷ୍ୟ ସିଏଚ. ଉଷା ରାଣୀ, ଉପାଧ୍ୟ୍ୟକ୍ଷ୍ ଅନିତା ମହାଙ୍କୁଡ଼, ଜିଲା ପରିଷଦ ସଭ୍ୟ ଦୀପକ କୁମାର ସାମନ୍ତ, ସାଂସଦ ପ୍ରତିନିଧି ଅଜିତ କୁମାର ଦାଶ, ରାଜ୍ୟ ସମବାୟ ବ୍ୟାଙ୍କ ନିର୍ଦେଶକ ବିଷ୍ଣୁପ୍ରିୟା ନାୟକ, ସିଡ଼ିପିଓ ଜ୍ୟୋସ୍ନା ପାଢ଼ୀ ଯୋଗ ଦେଇଥିଲେ l ବିପିଏମ ଅଜୟ କୁମାର ଦାସ ସଭାପତିତ୍ୱ କରିଥିଲେ l ପୂର୍ବ ରୁ ୫ ଲକ୍ଷ୍ୟ ଟଙ୍କା ପର୍ଯ୍ୟନ୍ତ ବିନା ସୁଦ୍ଧାରେ ପ୍ରଦାନ କରାଯାଉଥିବା ବେଳେ ଏବେ ରାଜ୍ୟ ସରକାରଙ୍କ ପକ୍ଷରୁ ୧୦ ଲକ୍ଷ୍ୟ ପର୍ଯ୍ୟନ୍ତ ବିନା ସୁଦ୍ଧାରେ ଏସଏଜି ଗ୍ରୁପ କୁ ରୁଣ ପ୍ରଦାନ କରାଯାଉଛି l ରୁଣ ଟଙ୍କା କୁ ବ୍ୟବସାୟୀ ରେ ନିୟୋଜିତ କରିବା ସହ ମହିଳା ମାନେ ଉଦ୍ୟୋଗି ହେବା ପାଇଁ ବିଧାୟକ ପଣ୍ଡା କହିଥିଲେ l ବ୍ଲକ ରେ ରହିଥିବା ୬୬୦ ଏସଏଜି ଗ୍ରୁପ କୁ ୩୨ ଲକ୍ଷ୍ୟ ୪୬ ହଜାର ୯ ଶହ ୫୪ ଟଙ୍କା ସୁଧ ଫେରାସ୍ତ କରାଯାଇଥିଲା। ଏଥିସହ ସମସ୍ତ ବ୍ୟାଙ୍କ ଶାଖା ପରିଚାଳକ ମାନଂକୁ ପ୍ରଶଂସା ପତ୍ର ପ୍ରଦାନ କରାଯାଇଥିଲା l ଏହି ଅବସରରେ ବିଏଲସି ପବିତ୍ରା ଦୋରା, ରୋଜାରାଣୀ ପଟ୍ଟନାୟକ, ବିପିସି ଶ୍ରରାମ ପଣ୍ଡା,ସମାଜ ସେବୀ ରାମ ହରି ପାତ୍ର,ସରପଞ୍ଚ ନିର ବେହେରା, ଦଣ୍ଡ ପାଣି ବେହେରା,ପ୍ରଶାନ୍ତ ଦାସ,ସସ୍ମିତା ବେହେରା, ପ୍ରବୀଣ କୁମାର, ସୁଧୀର ନାୟକ, ସନ୍ତୋଷ ବେହେରା,ଜୟ ସାହୁ, ପ୍ରକାଶ ସେଠି,ଏମବିକେ, ସିଏରପି, କୃଷି ମିତ୍ର, ପ୍ରାଣୀ ମିତ୍ର, ବ୍ୟାଙ୍କ ମିତ୍ର ଓ ଅନ୍ୟ ମାନେ ଉପସ୍ଥିତଥିଲେ l

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories