Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ ହେଣ୍ଡବଲ ମହିଳା ଦଳର ବିଳାସପୁର ଗସ୍ତ

ଗୋପାଳପୁର ୨୭/୨
ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ କ୍ରୀଡ଼ା ପରିଷଦ ପକ୍ଷରୁ ଆଜି ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ ହେଣ୍ଡ ବଲ (ମହିଳା) ଦଳ ବିଳାସପୁର ଗସ୍ତ କରିଛି l ବିଳାସପୁର ସ୍ଥିତ ଅଟଳ ବିହାରୀ ବାଜପେୟୀ ବିଶ୍ଵବିଦ୍ୟାଳୟ ଠାରେ ମାର୍ଚ୍ଚ ୧ ଠାରୁ ମାର୍ଚ୍ଚ ୩ ତାରିଖ ପର୍ଯ୍ୟନ୍ତ ହେବାକୁ ଥିବା ପୂର୍ବାଞ୍ଚଳ ଅନ୍ତଃ ବିଶ୍ଵବିଦ୍ୟାଳୟ ମହିଳା ହେଣ୍ଡବଲ ପ୍ରତିଯୋଗିତାରେ ଏହି ଦଳ ଅଂଶ ଗ୍ରହଣ କରିବେ l ଦଳରେ ଡୁରା ସ୍ଥିତ ରାମ ନାରାୟଣ କଲେଜର ଲିପିକା ଗୌଡ଼, ଇତିଶ୍ରୀ ଗୌଡ଼, ବ୍ରହ୍ମପୁର ଏସ ବି ଆର ସରକାରୀ ମହିଳା ମହାବିଦ୍ୟାଳୟର ବର୍ଷା ରାଣୀ ବେହେରା,ଜି. ଜ୍ୟୋତି ପାତ୍ର, ଶୁଭଲକ୍ଷ୍ମୀ ବେହେରା,ବ୍ରହ୍ମପୁର ମହାମୟୀ ମହିଳା ମହାବିଦ୍ୟାଳୟର ବର୍ଷା ସେଠୀ,ଅଙ୍କିତା ପଟ୍ଟନାୟକ, ଶିବାନୀ ସାହୁ ବ୍ରହ୍ମପୁର ବିନାୟକ ଆଚାର୍ଯ୍ୟ କଲେଜରୁ ସସ୍ମିତା ପାତ୍ର, ପାୟଲ କୁମାରୀ ସାହୁ, ହିଞ୍ଜିଳିକାଟୁ ଗାୟତ୍ରୀ ଇଂଷ୍ଟିଚୁଟ ଅଫ କମ୍ପୁଟର ଏଣ୍ଡ ମେନେଜମେଣ୍ଟର ମିଲୁ ବେହେରା, ବ୍ରହ୍ମପୁର ଗାନ୍ଧୀ ଗ୍ଲୋବାଲ ବିଜିନେସ ଷ୍ଟଡିସର ସ୍ଵାଗତିକା ପାତ୍ର, ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ ପିଜି ବିଭାଗର ଗାଞ୍ଜି କୁଞ୍ଜ, ଅମ୍ବିକା ଛଟେଇ ରହିଥିବା ବେଳେ ମେନେଜର ଭାବେ ସାରଙ୍ଗଗଡ କନ୍ଧମାଳ ମହାବିଦ୍ୟାଳୟର ଲୋକନାଥ ପାତ୍ର, କୋଚ ଭାବେ ବ୍ରହ୍ମପୁରର ରାମାଶିଶ ପ୍ରସାଦ ଜେନା ଗସ୍ତ କରିଛନ୍ତି l କ୍ରୀଡ଼ା ପରିଷଦ ପକ୍ଷରୁ ପ୍ରଶାନ୍ତ କୁମାର ରଥ, ସୁରେଶ ଚନ୍ଦ୍ର ପାଢ଼ୀ, ରାଜେଶ କୁମାର ମହାନ୍ତି, ପ୍ରଦୀପ କୁମାର ନାୟକ, ରବି ଚରଣ ମିଶ୍ର, ଏ. ତେଜସ୍ବୀ, ସନ୍ଦୀପ କୁମାର ପାତ୍ର ପ୍ରମୁଖ ଶୁଭେଚ୍ଛା ଜଣାଇଛନ୍ତି l

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories