Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ରଙ୍ଗେଇଲୁଣ୍ଡା ରେ ଆରମ୍ଭ ହେଲା ଲକ୍ଷ୍ମୀ ବସ ସେବା।

ଗୋପାଳପୁର,୨୭/୦୨
ଗଞ୍ଜାମ ଜିଲ୍ଲାରେ ଲକ୍ଷ୍ମୀ ବସ ସେବା ଆରମ୍ଭ ହୋଇ ସାରିଥିବା ବେଳେ ଆଜି ରଙ୍ଗେଇଲୁଣ୍ଡା ବ୍ଲକ ର ବିଭିନ୍ନ ପଞ୍ଚାୟତ ରୁ ବ୍ଲକ କାର୍ଯାଳୟ କୁ ସଂଯୋଗ କରିବା ପାଇଁ ଲକ୍ଷ୍ମୀ ବସ ସେବା ର ଶୁଭାରମ୍ଭ ହୋଇଥିଲା।ଏଇ ଅବସରରେ କନିଷି ସ୍ଥିତ ବ୍ଲକ କାର୍ଯାଳୟ ସମ୍ମୁଖରେ ବ୍ରହ୍ମପୁର ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ ସଦସ୍ୟ ବିକ୍ରମ ପଣ୍ଡା ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ପତକା ଦେଖାଇ ୨ ଟି ବସର ଶୁଭାରମ୍ଭ କରିଥିଲେ।ଏହି ଦୁଇଟି ବସ କନିଷି ସ୍ଥିତ ବ୍ଲକ କାର୍ଯାଳୟ ରୁ ବାହାରି କନିଷି,ରଣ୍ଢା, ଗୋଳନ୍ଥରା,ଭାଲିଆଗଡ, ମାଣିକପୁର, କୋଠାରସିଂ, ମନ୍ତ୍ରୀଡି,ହରଡଙ୍ଗ,ଶାଶନପଦର,ପାରାପେଣ୍ଠ ଛକ, ଜଗନ୍ନାଥ ପୁର,ମେଣ୍ଡରାଜପୁର ଓ ବିଶ୍ବନାଥ ପୁର ସହ ସଂଯୋଜକ ହେଉଥିବା ବେଳେ ଆଉ ଗୋଟିଏ ବସ ଦୁବ ପଲ୍ଲୀ,ଲାଞିପଲ୍ଲୀ,କେଶବ ନଗର , ଗଞ୍ଜୁ,ଗୋଳବନ୍ଧ କେଣ୍ଟନମେଣ୍ଟ,ହାତୀପାଦ, ଧବଳେଶ୍ଵର, ଗୋଳାବନ୍ଧ, କମଳାପୁର, କଦରପଲ୍ଲୀ, ଆର୍ମି ଗେଟ୍, କରାପଲ୍ଲୀ, ସତ୍ୟନାରାୟଣ ପୁର, ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ ଓ ମାଣ୍ଡିଆପଲ୍ଲୀ ମଧ୍ୟ ରେ ଚଳାଚଳ କରିବ ବୋଲି ବ୍ଲକ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଅଂଶୁମାନ ମହାପାତ୍ର ସୂଚନା ଦେଇଛନ୍ତି। ଅନ୍ୟ ମାନଙ୍କ ମଧ୍ୟରେ ବ୍ଲକ ଅଧ୍ୟକ୍ଷା ସିଏଚ ଉଷାରାଣୀ, ଉପାଧକ୍ଷା ଅନିତା ମହାଙ୍କୁଡ, ଜିଲ୍ଲା ପରିଷଦ ଉପାଧକ୍ଷା ରାଜେଶ୍ବରୀ ଦୋରା, ଜିଲ୍ଲା ପରିଷଦ ସଭ୍ୟ ଦିପକ ସାମନ୍ତ, ରାମହରି ପାତ୍ର, ବିଷ୍ଣୁପ୍ରିୟା ନାୟକ ଙ୍କ ସମେତ ସମସ୍ତ ସରପଞ୍ଚ ଓ ସମିତି ସଭ୍ୟ ସମେତ ମିଶନ ଶକ୍ତି ର ସମସ୍ତ ସଦସ୍ୟ ଉପସ୍ଥିତ ରହିଥିଲେ। ଆଗାମୀ ଦିନରେ ବ୍ଲକ ଆଉ ୫ ଟି ବସ କୁ ମିଶାଇ ସମୁଦାୟ ୭ ଟି ଲୋକଙ୍କ ସେବାରେ ବ୍ୟବହାର ହେବ ବୋଲି ଜଣାପଡିଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories