Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଇନ୍ଦ୍ରାବତୀ ଦକ୍ଷିଣ ମୁଖ୍ୟ କେନାଲ ରୁ ବୃଦ୍ଧ ଙ୍କ ଶବ ଉଦ୍ଧାର, ପୋଲିସ ର ତଦନ୍ତ ଜାରି।

କୋକସରା:୨୮/୦୨
କଳାହାଣ୍ଡି ଇନ୍ଦ୍ରାବତୀ ଦକ୍ଷିଣ ମୁଖ୍ୟ କେନାଲର ବ୍ରାହ୍ମଣ କେନ୍ଦୁଗୁଡା ନିକଟରୁ ଜନୈକ ବୃଦ୍ଧଙ୍କ ଶବ ଉଦ୍ଧାର କରାଯାଇଛି। ବୃଦ୍ଧ ଜଣକ ହେଉଛନ୍ତି ଜୟପାଟଣା ଥାନା ଅଧିନସ୍ଥ ଘେନୁଗୁଡା ଗ୍ରାମର ବୈଦ୍ୟନାଥ ଧଙ୍ଗଡା ମାଝୀ
ସେ ମଙ୍ଗଳବାର ଅପରାହ୍ନରେ ଶୌଚ ପାଇଁ ଯାଇଥିବା ବେଳେ କେନାଲ ପାଣିରେ ଗୋଡ ଖସିଯିବାରୁ ପାଣିରେ ବୁଡି ନିଖୋଜ ହୋଇଯାଇଥିଲେ। ଏନେଇ ପରିବାର ଲୋକ ଜୟପାଟଣା ଥାନାରେ ବୃଦ୍ଧଙ୍କ ନିଖୋଜ ନେଇ ଏକ ଏତଲା ଦେଇଥିଲେ। ବୁଧବାର ସକାଳେ ବ୍ରାହ୍ମଣକେନ୍ଦୁଗୁଡା ଗ୍ରାମର କିଛି ଲୋକ କେନାଲରେ ଏକ ଶବ ଭାସୁଥିବା ଦେଖି ତୁରନ୍ତ କଲମପୁର ପୁଲିସ ଥାନା ଏବଂ ଅଗ୍ନିଶମ ବାହିନୀକୁ ସୂଚନା ଦେଇଥିଲେ। ଅଗ୍ନିଶମ ବାହିନୀ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ଶବକୁ ଉଦ୍ଧାର କରିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories