Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଭବାନୀପାଟଣା ଲାଲ ବାହାଦୁର ଶାସ୍ତ୍ରୀ ଷ୍ଟାଡିୟମ୍ ଠାରେ ଚାଲିଥିବା ଭବାନୀପାଟଣା ପୌରାଞ୍ଚଳ ସ୍ତରୀୟ 2024 କ୍ରିକେଟ ପ୍ରିମିୟମ୍ ଲିଗ୍ ଟୁର୍ନାମେଣ୍ଟ ଉଦଯାପିତ

କଳାହାଣ୍ଡି, ୨୮/୦୨ (ଜଗନ୍ନାଥ ନାଏକ) : ଭବାନୀପାଟଣା ସ୍ଥାନୀୟ ଲାଲ ବାହାଦୁର ଶାସ୍ତ୍ରୀ ଷ୍ଟାଡିୟମ୍ ଠାରେ ଚାଲିଥିବା ଭବାନୀପାଟଣା ପୌରାଞ୍ଚଳ ସ୍ତରୀୟ 2024 କ୍ରିକେଟ ପ୍ରିମିୟମ୍ ଲିଗ୍ ଟୁର୍ନାମେଣ୍ଟ ଉଦଯାପିତ ହୋଇଯାଇଛି. ଯୁବ ନେତା ସାଗର ଚରଣ ଦାସ ଙ୍କ ନେତୃତ୍ଵରେ ଭବାନୀପାଟଣା ସହର ର 20 ଗୋଟି ୱାର୍ଡ ର ଯୁବକ ମାନଙ୍କ ମଧ୍ୟରେ ଭାଇଚାରା ରଖିବା ପାଇଁ ସେ ପ୍ରୟାସ ଜାରି ରଖିଛନ୍ତି. ତେଣୁ ସହର ର ଯୁବକ ମାନଙ୍କୁ ନେଇ ଗତ କିଛି ଦିନ ଧରି କ୍ରିକେଟ ଲିଗ୍ ମ୍ୟାଚ ଅନୁଷ୍ଟିତ କରାଯାଇଥିଲା. ସହର ର 4 ନମ୍ବର ୱାର୍ଡ ଓ 9 ନମ୍ବର ୱାର୍ଡ ମଧ୍ୟରେ ପ୍ରତିଯୋଗିତା ହୋଇଥିଲା .4 ନମ୍ବର ୱାର୍ଡ 212 ରନ୍ କରିଥିବା ବେଳେ 9 ନମ୍ବର ୱାର୍ଡ 12 ଓଭରରେ ଅଲ ଆଉଟ ହୋଇଥିଲେ. କଂଗ୍ରେସ ଜିଲା ଉପ ସଭାପତି ଇନ୍ଦ୍ରଜିତ୍ ମହାକୁଡ ଙ୍କ ସଭାପତିତ୍ବରେ ଆୟୋଜିତ ଉଦଯାପିତ ମ୍ୟାଚ ରେ ସୁ ସାହିତ୍ୟକ ଜୟନ୍ତ ବେହେରା ମୁଖ୍ୟ ଅତିଥି ଭାବେ ଯୋଗଦେଇ ଖେଳାଳୀ ମାନଙ୍କୁ ପୁରସ୍କୃତ କରିଥିଲେ. ବରିଷ୍ଠ ନେତା ସନ୍ତୋଷ ମୁଣ୍ଡ, କୋଶଳ ନେତା ମନୋଜ ମିଶ୍ର, କଂଗ୍ରେସ ଟାଉନ ସଭାପତି ସୁକାନ୍ତି ସରାଫ, ଯୁବ କଂଗ୍ରେସ ସଭାପତି ମହମ୍ମଦ୍ ସାହେବ୍, ମହିଳା ନେତ୍ରୀ ଦ୍ରୌପଦୀ ମାଝୀ, ଜ୍ୟୋତିର୍ମୟୀ ବାଗ, କାଉନ୍ସିଲର ସଚିନ ନାୟକ ପ୍ରମୂଖ ସହଯୋଗ କରିଥିଲେ. ଖେଳ କୁ ଚିତାକର୍ଷକ କରିବା ପାଇଁ ମେଲୋଡି କାର୍ଯ୍ୟକ୍ରମ କରାଯାଇଥିଲା।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ