Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଜୀବନ କୌଶଳ ଓ ଆତ୍ମବିଶ୍ୱାସ ବୃଦ୍ଧି ନିମନ୍ତେ ପ୍ରଶିକ୍ଷଣ

ଭବାନୀପାଟଣା, ୨୮/୦୨ (ଜଗନ୍ନାଥ ନାଏକ) : ମମତା ହେଲଥ ଇନଷ୍ଟିଚ୍ୟୁଟ ଫର ମଦର ଆଣ୍ଡ ଚାଇଲଡ଼ ଅର୍ଗାନାଇଜେସନ ର ପ୍ରକଳ୍ପ ଜାଗୃତି ଦ୍ଵାରା ଲାଞ୍ଜିଗଡ ର ମୂଷା ନାଲ,କାନକୁଟ୍ରୁ, ପୋଖରୀ ବନ୍ଦ, ବନ୍ଧପାରିଏବଂ ଭବାନୀପାଟଣା ବ୍ଲକ ର ମାଲଗାଁ, ଶଗଡା, ଗୁଡ଼ିଆଲିପଦର୍, ଗଣନଥପୁର ଏବଂ ଭେଜିପଦର୍ ସରକାରୀ ଉଚ୍ଚ ବିଦ୍ୟାଳୟ ରେ ଷଷ୍ଠ ଶ୍ରେଣୀରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ପଢୁଥିବା ଛାତ୍ର ଛାତ୍ରୀ ମାନଙ୍କୁ ଜିବନ ସୁରକ୍ଷ୍ୟା କୌଶଳ ଉପରେ ଏକ ପ୍ରଶିକ୍ଷଣ ଦିଆଯାଇଥିଲା । ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମ ରେ ଛାତ୍ରଛାତ୍ରୀ ନିଜ ସମସ୍ୟାର ସମାଧାନ କିପରି ନିଜେ କରିପାରିବେ ଏବଂ ଯୋଗାଯୋଗ ସହ ଆତ୍ମବିଶ୍ବାସ ବୃଦ୍ଧି ତତ ସହିତ ସଠିକ୍ ନିର୍ଣ୍ଣୟ ନେବାର କୌଶଳ ବିଭିନ୍ନ ଖେଳ ଓ ଶାରୀରିକ କାର୍ଯ୍ୟକଳାପ ଉପରେ ପିଲା ମାନଙ୍କୁ ପ୍ରଶିକ୍ଷଣ ଦିଆଯାଇଥିଲା।ଯେପରିକି ବଲ ପାସିଂ, ନମ୍ବର ଗଣିବା, ଇତ୍ୟାଦି ସାମିଲ ଅଟେ। ଏହି କାର୍ଯ୍ୟକ୍ରମ ରେ ପ୍ରାୟ ୭୦୦ରୁ ଉର୍ଦ୍ଧ ଛାତ୍ରଛାତ୍ରୀ ଙ୍କୁ ପ୍ରଶିକ୍ଷଣ ଦିଆଯାଇଥିଲା । ଏହା ଏକ ମହତ କାର୍ଯ୍ୟକ୍ରମ ଏହି ଭଳି କାର୍ଯକ୍ରମ କୁ କେବଳ କେତେଗୋଟି ସ୍କୁଲ ରେ ସୀମିତ ନରଖି ବ୍ଲକ ର ସମସ୍ତ ବିଦ୍ୟାଳୟ ରେ କରାଯିବା ଉଚିତ୍ ବୋଲି ଶିକ୍ଷକ ମାନେ ମତ ପ୍ରକାଶ କରିଥିଲେ । ଏହି କାର୍ଯ୍ୟକ୍ରମ ରେ ପ୍ରଶିକ୍ଷକ ଭାବେ ପ୍ରିୟା ପ୍ରକାଶ ରାୟ ଉପସ୍ଥିତ ରହି ଛାତ୍ରଛାତ୍ରୀ ମାନଙ୍କୁ ପ୍ରଶିକ୍ଷଣ ଦେଇଥିଲେ । ମମତା ସଂଗଠନର ଜିଲ୍ଲା ସଂଯୋଜିକା ବର୍ଷା ରାଣୀ ଦାଶ ଏବଂ ଅନ୍ୟ ସମସ୍ତ କାର୍ଯ୍ୟକର୍ତ୍ତା ମାନେ ଉପସ୍ଥିତ ରହି କାର୍ଯ୍ୟକ୍ରମ କୁ ସଫଳ କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ତୁଳାଇଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories