କୋଠାରସିଂ ବଢେଇ ବନ୍ଧ ପୁନରୁଦ୍ଧାର ରେ ଲକ୍ଷାଧିକ ଟଙ୍କା ଶ୍ରାଦ୍ଧ ନେଇ ଜିଲ୍ଲାପାଳଙ୍କୁ ଅଭିଯୋଗ।


ଗଞ୍ଜାମ ଜିଲ୍ଲା ମନେରଗା କାର୍ଯ୍ୟ କରିବାରେ ଏକ ନମ୍ବର ରହିଥିବା ବେଳେ ରଙ୍ଗେଇଲୁଣ୍ଡା ବ୍ଲକ ରେ ଦିନକୁ ଦିନ ଏଥିରେ ଅନେକ ଦୁର୍ନୀତି ହେବା ସହ ମିଥ୍ୟା ବିଲ ମିଥ୍ୟା ତଥ୍ୟ ଦେଇ ଲକ୍ଷାଧିକ ଟଙ୍କା ଶ୍ରାଦ୍ଧ କରାଯାଇଥିବା ଅଭିଯୋଗ ର ଫର୍ଦ ବଢ଼ିବାରେ ଲାଗିଛି।ଏହି କ୍ରମରେ ବ୍ଲକ ଅନ୍ତର୍ଗତ କୋଠାର ସିଂ ପଞ୍ଚାୟତର ମନେରଗା ଯୋଜନାରେ କାମ ନହୋଇ ୩ଲକ୍ଷ ୧୧ହଜାର ୫୪୭ଆତ୍ମସାତ କରାଯାଇଥିବା ନେଇ ଜିଲ୍ଲାପାଳ ସମେତ ଦୁର୍ନୀତି ନିବାରଣ ବିଭାଗକୁ ତଦନ୍ତ କରିବାକୁ ଗ୍ରାମବାସୀଙ୍କ ପକ୍ଷରୁ ଦାବିପତ୍ର ପ୍ରଦାନ କରାଯାଇଛି। ଅଭିଯୋଗ ଅନୁଯାୟୀ କୋଠାରସିଂ ଗ୍ରାମର ବଢେଇ ବନ୍ଧ ପୁନରୁଦ୍ଧାର ନିମନ୍ତେ ଆର୍ଥିକ ବର୍ଷ ୨୦୨୦-୨୦୨୧ ଓ୍ର୍ବାର୍କ କର୍ଡ ନମ୍ବର ୨୪୧୨୦୧୯୦୧୫/ ଡବ୍ଲଏଚ /୧୦୩୦୦୨୩୧ରେ ୧୯୦୪ଶ୍ରମ ଦିବସ ଦର୍ଶାଯାଇ ୩ଲକ୍ଷ୍ୟ ୧୧ହଜାର ୫୪୭ଟଙ୍କା ଉଥାଯାଇ ଆତ୍ମସାତ ହୋଇଥିବା ଅଭିଯୋଗ ହୋଇଛି l ସୂଚନା ଯୋଗ୍ୟ ଯେ ୨୦୨୦ରୁ ଏଯାବତ୍ ବଢ଼େଇବନ୍ଧ ରେ ସରକାରୀ ଅନୁଦାନ ର ଦିନଟିଏ ମଧ୍ୟ କାମ ହୋଇନଥିବା ଗ୍ରାମବାସୀ ଅଭିଯୋଗ ଆଣିଛନ୍ତି। ଏହି ଘୋଟାଲା ପଛରେ ମନେରଗା ଦାୟିତ୍ୱ ଥିବା ସରକାରୀ କର୍ମଚାରୀ ଗ୍ରାମ ରୋଜଗାର ସେବକ, କନିଷ୍ଠ ଯନ୍ତ୍ରୀ ଏବଂ କିଛି ରାଜନୀତି ବ୍ୟକ୍ତି ସଂପୃକ୍ତ ରହି ଅର୍ଥ ଶ୍ରାଦ୍ଧ କରିଥିବା ଅଭିଯୋଗ ହୋଇଛି l ଅର୍ଥ ଆତ୍ମସାତ ପ୍ରଘଟ ହେବା ଭୟରେ ଉକ୍ତ କାର୍ଯ୍ୟକୁ ଶେଷ ହୋଇଥିବା ରେକର୍ଡ ଦର୍ଶାଯାଇଛି। ଆର୍ଥିକ ବର୍ଷ ୨୦୨୦-୨୧ ରେ ବଢେଇବନ୍ଧ ପୁନରୁଦ୍ଧାର ନିମନ୍ତେ ୧୦ଲକ୍ଷ ଟଙ୍କା ଅନୁଦାନ ଆସିଥିଲା, ଏଥିରୁ ଶ୍ରମିକ ପାଉଣା ବାବଦରେ ୩ଲକ୍ଷ ୧୧ହଜାର ୫୪୭ଟଙ୍କା ଆତ୍ମସାତ କରା ଯାଇଥିବା ବେଳେ ପୁଣି ୨୦୨୨-୨୩ ଆର୍ଥିକ ବର୍ଷ ପୁନରୁଦ୍ଧାର ନିମନ୍ତେ ପ୍ରାୟ ୧୦ଲକ୍ଷ ଅନୁମୋଦନ କରାଯାଇଛି l ଆଦୌ କାମ ନହୋଇ ଲକ୍ଷ ଲକ୍ଷ ଟଙ୍କା କିପରି ଆତ୍ମସାତ କରାଯାଉଛି ତାହା ପ୍ରଶ୍ନବାଚୀ ସୃଷ୍ଟି ହୋଇଛି l ଆତ୍ମସାତ ହୋଇଥିବା ଟଙ୍କା ସଂପୃକ୍ତ ଅଧିକାରୀଙ୍କ ଠାରୁ ଆଦାୟ କରାଯାଇ ତାଙ୍କ ବିରୋଧ ରେ କାର୍ଯନୁଷ୍ଠନ ନିମନ୍ତେ ଜିଲ୍ଲାପାଳ, ଭିଜଲାନ୍ସ ଏସପି ନିକଟରେ ଗ୍ରାମବାସୀ ଦାବି କରିଛନ୍ତି।