ବିଭିନ୍ନ ସମସ୍ୟା ନେଇ ପୁଣି ଆନ୍ଦୋଳନ ମୁହାଁ ବୁର୍ଲା କ୍ରିୟାନୁଷ୍ଠାନ କମିଟି


ଚିପିଲିମା,ବୁର୍ଲା ସହରରେ ସମ୍ବଲପୁର ମହାନଗର ନିଗମ ପକ୍ଷରୁ ଉଛେଦ ପ୍ରକ୍ରିୟା ଯୋଗୁଁ ଲୋକେ ନିଜର ରୋଜଗାର ହରାଇବା ସହିତ ବେଘର ହେଲେ l ବୁର୍ଲା ସହରରେ ଦୀର୍ଘ ବର୍ଷ ଧରି ବସବାସ କରୁଥିବା ପରିବାର ବର୍ଗଙ୍କୁ ସ୍ଥାୟୀ ପଟ୍ଟା ଦେବା ବଦଳରେ L R C ପ୍ରଦାନ କରାଯାଉଥିବା ବୁର୍ଲା ଭାରତୀ ବ୍ଲୁବ ପଡିଆ ରେ ପ୍ରସ୍ତାବିତ ମାର୍କେଟ କମ୍ପେକ୍ସ ଟେଣ୍ଡର କୁ ବାତିଲ , ଘରଭଙ୍ଗା ଯାଇଥିବା କ୍ଷତିଗ୍ରସ୍ତଙ୍କୁ ଉଚିତ୍ କ୍ଷତି ପୂରଣ ଦାବୀରେ ଆଜି ବୁର୍ଲା ଭାରତୀ କୁବ ପଡିଆ ଠାରେ ବୁର୍ଲା କ୍ରିୟାନୁଷ୍ଠାନ କମିଟୀ ପକ୍ଷରୁ ଏକ ଜରୁରୀ ବୈଠକ ଅନୁଷ୍ଠିତ ହୋଇଯାଇଛି l ବେରୋଜଗାର ଏବଂ ବେଘର ହୋଇଥିବା ବାସିନ୍ଦା କ୍ଷତିଗ୍ରସ୍ତ ଦୋକାନୀ କିଭଳି ସମସ୍ୟା ର ସମ୍ମୁଖୀନ ହେଉଛନ୍ତି ନିଜର ନିଜର ଅସୁବିଧା କୁ କୋହ ଭରା ଆଖିର ବୁର୍ଲା ସହରରେ ବହୁତ ପରିବାର ବର୍ଗ ଙ୍କ ନାମ ବନ୍ଦୋବସ୍ତ ଆଇନ୍ ଅନୁଯାୟୀ ରେକର୍ଡ ଭୁକ୍ତ ହୋଇସାରିଛି l ଦୀର୍ଘ ବର୍ଷ ରହି ଆସୁଥିବା ପରିବାର ସମସ୍ତ ଟେକ୍ସ ପୈଠ କରି ଆସୁଥିବା ବେଳେ ସ୍ଥାୟୀ ପଟ୍ଟା ନ ମିଳିବା ଅତ୍ଯନ୍ତ ପରିତାପର ବିଷୟ ବୋଲି ସଭାରେ ମତପ୍ରକାଶ ପାଇଥିଲା ଭାରତ ବର୍ଷରେ ଯେଉଁ ଅଞ୍ଚଳରେ ଓ ସ୍ଥାନରେ ନୂଆ ପ୍ରକଳ୍ପ କିମ୍ବା ବିକାଶ କାର୍ଯ୍ୟ ରେ କ୍ଷତି ହେଇଥିବା ବ୍ୟକ୍ତି କିମ୍ବା ପରିବାର ବର୍ଗଙ୍କୁ ପ୍ରଥମେ ଥଇଥାନ କରିବାର ଦୃଷ୍ଟାନ୍ତ ରହିଥିବା ବେଳେ ନିକଟରେ ସମଲେଶ୍ବରୀ ମନ୍ଦିର ଯୋଜନାରେ ସମସ୍ତ ଙ୍କୁ ଉଚିତ୍ ଥଇଥାନ କରା ଯାଇଥିବା ବେଳେ ବୁର୍ଲା ରେ ଏହାର ବ୍ୟତିକ୍ରମ ଦେଖାଦେଇଥିବାରୁ କ୍ଷୋଭ ପ୍ରକାଶ କରିଥିଲେ l ଉଛେଦ ପ୍ରକ୍ରିୟା ଯୋଗୁଁ କ୍ଷତିଗ୍ରସ୍ତ ହୋଇଥିବା ଘର ଓ ଦୋକାନି ଙ୍କୁ ଶୀଘ୍ର ଥଇଥାନ କରାଯିବା ସହ ଅନ୍ୟ ସ୍ଥାନରେ ଯୋଗାଇ ଦିଆଯାଉଥିବା ୪ ଡେସିମିଲ ଲେଖାଏଁ ଜମି ଓ ଉଚିତ୍ ଅର୍ଥ ବ୍ୟବସ୍ଥା ବୁର୍ଲା ରେ ମଧ୍ଯ କାର୍ଯ୍ୟକାରୀ କରାଯାଇ ଦିଆଯିବା ସହ କ୍ଷତିଗ୍ରସ୍ତ ଦୋକାନି ଙ୍କୁ ଉଚିତ୍ କ୍ଷତିପୂରଣ ସହ ଅତି ଶୀଘ୍ର ଦୋକାନ ଗୃହ ଯୋଗାଇ ଦେବା ସକାଶେ ପ୍ରସ୍ତାବ ଦେଇଥିଲେ ll ମହାନଗର ନିଗମ ବୁର୍ଲା ବାସିନ୍ଦାଙ୍କୁ ମୌଳିକ ସେବା ଯୋଗାଇ ଦେବାରେ ବିଫଳ ହୋଇଥିଲା ବେଳେ ନିର୍ବାଚନ ପରେ ଥଇଥାନ ନକରି କୌଣସି ଘର ନ ଭାଙ୍ଗିବା କିମ୍ବା ଉଛେଦ ନ କରିବା, କ୍ଷତି ଗ୍ରସ୍ତ ଙ୍କୁ ଜମି, ଆର୍ଥିକ ସହଯୋଗ ଏବଂ ଦୋକାନୀଙ୍କୁ ଦୋକାନ l ନିର୍ଭର ପ୍ରତିଶ୍ରୁତି ନ ମିଳିବା ପର୍ଯ୍ୟନ୍ତ ବୁର୍ଲା ବାସିନ୍ଦା ଙ୍କ ପକ୍ଷରୁ ବ୍ୟାପକ ଆନ୍ଦୋଳନ କରାଯିବା କୁ ଆଜିର ସମାବେଶରେ ନିଷ୍ପତ୍ତି ନିଆଯାଇଥିଲା l ଏହି ବୈଠକ ରେ ବୁର୍ଲା କ୍ରିୟାନୁଷ୍ଠାନ କମିଟି ର ଗିରିଜା ନାୟକ,ଶିବ ଦଳାଇ ମନୋରଞ୍ଜନ ପଟନାୟକ,ନରେଶ ପଣ୍ଡା, ଗିରିଧାରୀ ମହାନନ୍ଦ,ଆଇଯାକ ନାଗ, ଓକିଲ ଖମାରି ଚୈତନ୍ୟ ଭୋଇ, ମୁନ୍ନା ମେହେର ରାଜୁ ସ୍ୱାଇଁ, ଅଜିତ ପଟ୍ଟନାୟକ ଗଣେଶ ସୁନା, ଠାକୁର ବାଗ ତଥା ବୁର୍ଲା ର ଗୋପବନ୍ଧୁ ସଂଗଠନ ,ସଙ୍ଗୀତ ସମିତି ,ଆମର ଉତ୍ସବ କମିଟୀ,, ଭାରତୀ କଳା ବିକାଶ କେନ୍ଦ୍ର ର କର୍ମକର୍ତ୍ତା ଯୋଗ ଦେଇଥିଲେ l

ପାରଳାଖେମୁଣ୍ଡି ସ୍ଥିତ ଗଜପତି ଷ୍ଟାଡିୟମ ଠାରେ ଓଜିଲ୍ଲାସ୍ତରୀୟ ବିକାଶ ମେଳା ଶୁଭ ଉଦ୍‌ଘାଟିତ ପାରଳାଖେମୁଣ୍ଡି:୨୧/୯(ଗରୁଡ଼ ଧ୍ଵଜ ଚୌଧୁରୀ)ଗଜପତି ଜିଲ୍ଲା ସଦରମହକୁମା ପାରଳାଖେମୁଣ୍ଡି ସ୍ଥିତ ଗଜପତି ଷ୍ଟାଡିୟମ୍ ଠାରେ ଜିଲ୍ଲାସ୍ତରୀୟ ବିକାଶ ମେଳା ଶୁଭ ଉଦ୍‌ଘାଟିତ ହୋଇଯାଇଅଛି । ରାଜ୍ୟ ସରକାରଙ୍କ ବିକାଶ ମୂଳକ ବିଭିନ୍ନ ଜନ କଲ୍ୟାଣକାରୀ ଯୋଜନା ଗୁଡ଼ିକର ସୂଚନା-ଶିକ୍ଷା-ସଞ୍ଚାର କାର୍ଯ୍ୟକ୍ରମ ମାଧ୍ୟମରେ ଜନ ସାଧାରଣଙ୍କୁ ସଚେତନତା ସୃଷ୍ଟି ପାଇଁ ବିକାଶ ମେଳା ଆଜି ଠାରୁ ୨୩-ସେପ୍ଟେମ୍ବର, ୨୦୨୪ ପର୍ଯ୍ୟନ୍ତ ତିନି ଦିନ ବ୍ୟାପୀ ଏହି କାର୍ଯ୍ୟକ୍ରମ ଚାଲୁରହିବ । ଆଜିର ଏହି ମେଳାରେ ମୁଖ୍ୟଅତିଥି ଭାବେ ଶ୍ରୀଯୁକ୍ତ ବିଭୁତି ଭୂଷଣ ଜେନା, ମାନ୍ୟବର ମନ୍ତ୍ରୀ ବାଣିଜ୍ୟ ଓ ପରିବହନ ଏବଂ ଇସ୍ପାତ ଓ ଖଣି, ଓଡ଼ିଶାଯୋଗଦେଇ ବିକଶିତ ଓଡିଶା ପ୍ରଗତିର ନୂତନ ସୂର୍ଯ୍ୟୋଦୟ କାର୍ଯ୍ୟକ୍ରମକୁ ଶୁଭ ଉଦ୍‌ଘାଟନ କରିଛନ୍ତି । ଏହି ମେଳାରେ ଜିଲ୍ଲାପାଳ ଶ୍ରୀଯୁକ୍ତ ବିଜୟ କୁମାର ଦାଶଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ସମ୍ମାନୀତ ଅତିଥି ଭାବେ ଶ୍ରୀକେ.ନାରାୟଣ ରାଓ, ପୂର୍ବତନ ବିଧାୟକ ପାରଳାଖେମୁଣ୍ଡି, ଶ୍ରୀମତୀ ମାଳତୀ ପ୍ରଧାନ, ଅଧ୍ୟକ୍ଷା ପଞ୍ଚାୟତ ସମିତି ନୂଆଗଡ଼ ଓ ଡ.ଗୁଣନିଧି ନାୟକ, ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ, ଜିଲ୍ଲା ପରିଷଦ, ଗଜପତି ପ୍ରମୁଖ ମଞ୍ଚାସିନ ଥିଲେ । ଏହି ଉଦଘାଟନୀ ଉତ୍ସବରେ ମାନ୍ୟବର ମନ୍ତ୍ରୀ ଶ୍ରୀଯୁକ୍ତ ଜେନା ପ୍ରଦୀପ ପ୍ରଜ୍ଜ୍ଵଳନ ପୂର୍ବକ କାର୍ଯ୍ୟକ୍ରମ ଶୁଭାରମ୍ଭ କରି ନିଜ ବକ୍ତବ୍ୟରେ କହିଥିଲେ ଯେ ରାଜ୍ୟରେ ୧୦୦ଦିନ ପୂରଣ କରିଥିବା ସରକାରଙ୍କ ସଫଳ କାହାଣି ବର୍ଣ୍ଣନା କରିବା ସହ ଉଭୟ ରାଜ୍ୟ ଏବଂ କେନ୍ଦ୍ର ସରକାର ମିଳିତ ଭାବେ ଓଡିଶାର ସାମଗ୍ରୀକ ବିକାଶ ଓ ସମୃଦ୍ଧି ଦିଗରେ ଅଗ୍ରସର ହେଉଛି । ଏହି ଅବସରରେ ଅଳ୍ପଦିନ ମଧ୍ୟରେ ମୋହନ ସରକାର ମହିଳାମାନଙ୍କ ନିମନ୍ତେ ସୁଭଦ୍ରା ଯୋଜନା ଠାରୁ ଆରମ୍ଭ କରି କୃଷକ ଓ ମହିଳା ସଶକ୍ତିକରଣ ଓ ସମସ୍ତ ବର୍ଗର ଜନସାଧାରଣଙ୍କ ନିମନ୍ତେ ବିଭିନ୍ନ ଯୋଜନା କାର୍ଯ୍ୟକାରୀ କରୁଥିବା ଦର୍ଶାଇବା ସହ ଏହି ସରକାର ସାଧାରଣ ଲୋକଙ୍କ ସରକାର ବୋଲି ପ୍ରକାଶ କରିଥିଲେ । ସେହିପରି ଜନସାଧାରଣଙ୍କ ଦକ୍ଷତାର ସଦ୍ ଉପଯୋଗ କରିବା ସହ ପ୍ରତ୍ୟେକଙ୍କ ଆର୍ଥିକ ସ୍ଥିତିକୁ ସୁଦୃଢ କରିବା ସରକାରଙ୍କ ମୁଖ୍ୟ ଲକ୍ଷ୍ୟ ବୋଲି ପ୍ରକାଶ କରିଥିଲେ । ଜିଲ୍ଲାପାଳଙ୍କ ସ୍ୱାଗତ ଅଭିଭାଷଣରେ ସମସ୍ତ ଜନସାଧାରଣଙ୍କୁ କହିଥିଲେ କଠିନ ପରିଶ୍ରମକଲେ ଜିଲ୍ଲା, ରାଜ୍ୟ ଓ ଦେଶ ବିକଶିତ ହୋଇପାରିବ ।ଏହି ଅବସରରେ ସୁଭଦ୍ରା ଯୋଜନାର ପାଞ୍ଚ ଜଣ ହିତାଧିକାରୀଙ୍କୁ ୫,୦୦୦/- ଲେଖାଏଁ ଚେକ୍ ପ୍ରଦାନ କରାଯାଇଥିବା ବେଲେ ସମନ୍ୱିତ ଆଦିବାସୀ ଉନ୍ନୟନ ସଂସ୍ଥା ତରଫରୁ ୬ ଜଣଙ୍କୁ ୫୦,୦୦୦/- ଲେଖାଏଁ, ଜିଲ୍ଲା ସାମାଜିକ ସୁରକ୍ଷା ବିଭାଗ ତରଫରୁ ଦୁଇଗୋଟି ଦମ୍ପତୀଙ୍କୁ ଭିନ୍ନକ୍ଷମଙ୍କ ନିମନ୍ତେ ବିବାହ ପ୍ରୋତ୍ସାହନ ରାଶି ପ୍ରତେକ୍ୟଙ୍କୁ ୨ ଲକ୍ଷ ୫୦ ହଜାର ଲେଖାଏଁ ମାନ୍ୟବର ମନ୍ତ୍ରୀ ପ୍ରଦାନ କରିଥିଲେ ।ଏହି ମେଳାରେ ମୋଟ ୩୦ଟି ଷ୍ଟୋଲ ସ୍ଥାନ ପାଇଥିବା ବେଳେ ଏଗୁଡିକରେ ହସ୍ତଶିଳ୍ପ କାରିଗର, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗୀ ଓ ମହିଳା ସଂୟ ସହାୟକ ଗୋଷ୍ଠୀମାନଙ୍କ ଦ୍ୱାରା ଉତ୍ପାଦିତ ବିଭିନ୍ନ ସାମଗ୍ରୀର ପ୍ରଦର୍ଶନୀ ସହ ବିକ୍ରୟ ଶୁଭାରମ୍ଭ ହୋଇଛି । ସେହିପରି ଓରମାସ୍, ପଞ୍ଚାୟତରାଜ ବିଭାଗ, ମିଶନ ଶକ୍ତି, ଶିକ୍ଷା ବିଭାଗ, ପର୍ଯ୍ୟଟନ ବିଭାଗ, ସାମାଜିକ ସୁରକ୍ଷା ବିଭାଗ, କୃଷି ବିଭାଗ, ସମନ୍ୱିତ ଆଦିବାସୀ ଉନ୍ନୟନ ସଂସ୍ଥା, ଉଦ୍ୟାନ ବିଭାଗ, ଶ୍ରମ ବିଭାଗ, ଜିଲ୍ଲା ଶିଳ୍ପକେନ୍ଦ୍ର, ମତ୍ସ୍ୟ ଓ ପଶୁପାଳନ ବିଭାଗ ପକ୍ଷରୁ ପ୍ରଦର୍ଶନୀ ତଥା ସଚେତନତା ଷ୍ଟୋଲ ଖୋଲାଯାଇଛି।ଶେଷରେ ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ଡ. ଗୁଣନିଧି ନାୟକ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ଏହାପରେ ଜିଲ୍ଲାର ସ୍ଥାନୀୟ କଳାକାରମାନଙ୍କୁ ନେଇ ରଙ୍ଗାରଙ୍ଗ ନୃତ୍ୟ ଓ ସଙ୍ଗୀତ ପରିବେଷଣ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଶ୍ରୀ ପୃଥ୍ୱୀରାଜ ମଣ୍ଡଳ, ଅତିରିକ୍ତ ନିର୍ବାହୀ ଅଧିକାରୀ ଜିଲା ପରିଷଦ, ଶ୍ରୀ ଅନୁପ ପଣ୍ଡା ଉପ ଜିଲ୍ଲାପାଳ- ପାରଳାଖେମୁଣ୍ଡି, ଶ୍ରୀ ଦିଲ୍ଲୀପ କୁମାର ବେହେରା ପ୍ରକଳ୍ପ ପ୍ରଶାସକ, ସମନ୍ୱିତ ଆଦିବାସୀ ଉନ୍ନୟନ ସଂସ୍ଥା ପାରଳାଖେମୁଣ୍ଡି, ଶ୍ରୀମତୀ ମୋନରମା ଦେବି, ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ସମେତ ସମସ୍ତ ଜିଲ୍ଲାସ୍ତରୀୟ ଅଧିକାରୀ ଓ ସଂପୃକ୍ତ କର୍ମଚାରୀ ପ୍ରମୁଖ ଉପସ୍ଥିତ ଥିଲେ ।