Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ଭାରତୀୟ ଜନତା ଦଳର ମହିଳା ସମାବେଶ ଓ ମିଶ୍ରଣ ପର୍ବ

ଝାରସୁଗୁଡା୨/୩(ଓଡ଼ିଶା ନ୍ୟୁଜ)ଝାରସୁଗୁଡା ଜିଲ୍ଲା ବ୍ରଜରାଜନଗର ନିର୍ବାଚନ ମଣ୍ଡଳୀର ଯୁବ ନେତା ତଥା ବିଜେପି ଯୁବମୋର୍ଚ୍ଚା ରାଜ୍ୟ ଉପ ସଭାପତି ବିଶ୍ୱଜିତ ଷଡ଼ଙ୍ଗୀଙ୍କ ନେତୃତ୍ବରେ ଶୁକ୍ରବାର ଲଖନପୁର ବ୍ଲକ ସୀମାନ୍ତ ପିଥିଣ୍ଡା ପଞ୍ଚାୟତ ଅନ୍ତର୍ଗତ ଦେହେରିଡିପା ଠାରେ ଏକ ବିଶାଳ ମହିଳା ସମାବେଶ ଓ ମିଶ୍ରଣ ପର୍ବରେ ଅନୁଷ୍ଠିତ ହୋଇଥିଲା । ଏଥିରେ ପଞ୍ଚଗାଁ ବିଜେପି ମଣ୍ଡଳ ସଭାପତି ହେମକୁମାର ପଧାନଙ୍କ ଅଧ୍ୟକ୍ଷତା କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ବାଦୀମାଲ, କନକତୋରା,ପିଥିଣ୍ଡା, ଚାରପାଲି, ରେମତା ଓ କଣ୍ଡେଇକେଲା ମୋଟ ୬ ଟି ପଞ୍ଚାୟତର ଦଳୀୟ କାର୍ଯ୍ୟକାର୍ତ୍ତା, କର୍ମୀ, ମହିଳା ସଦସ୍ୟା ବହୁ ସଂଖ୍ୟାରେ ଯୋଗଦାନ କରିଥିଲେ । ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିଗତ ୧୦ ବର୍ଷର କାର୍ଯ୍ୟକାଳ ମଧ୍ୟରେ ତାଙ୍କର ଦୂରଦୃଷ୍ଟି ପୂର୍ଣ୍ଣ ନେତୃତ୍ବ,କର୍ତ୍ତବ୍ୟ ପ୍ରତି ଅବିଚଳିତ ପ୍ରତିବଦ୍ଧତା ଦେଶର ବିକାଶକୁ ନୂଆ ପରିଭାଷା ଦେଇଛି । ଏଥିସହ ଗରିବ କଲ୍ୟାଣ ଯୋଜନା ଦ୍ୱାରା ଦେଶର ୨୫ କୋଟି ଲୋକ ଉପକୃତ ହୋଇ ପାରିଛନ୍ତି ବୋଲି ରାଜ୍ୟ ବିଜେପି ଯୁବମୋର୍ଚ୍ଚା ଉପ ସଭାପତି ଶ୍ରୀ ଷଡ଼ଙ୍ଗୀ ତାଙ୍କ ଅଭିଭାଷଣରେ ପ୍ରକାଶ କରିଥିଲେ । ଏହି ବାର୍ତ୍ତା ପ୍ରତ୍ୟେକ ଲୋକଙ୍କ ପାଖରେ ଯେପରି ପହଞ୍ଚିବ ସେଥିପାଇଁ ନିଷ୍ଠୁର ସହିତ କାମ କରିବାକୁ ଦଳୀୟ କାର୍ଯ୍ୟକର୍ତ୍ତା ମାନଙ୍କୁ ସେ ଆହ୍ୱାନ ଦେଇଥିଲେ । ଏହି ପରିପ୍ରେକ୍ଷୀରେ ତାଙ୍କ ଉପସ୍ଥିତିରେ ପ୍ରଧାନମନ୍ତ୍ରୀଙ୍କ ଲୋକାଭିମୁଖୀ କାର୍ଯ୍ୟ କଳାପରେ ଅନୁପ୍ରାଣିତ ହୋଇ ୧୯ ଖଣ୍ଡ ଅଞ୍ଚଳର ଅଶୋକ ଦେହେରିଆ,ଭରତ ନାଗ, ମଦନ ସା, ସୁବଳ ଦେହେରିଆ, ଅଧିବକ୍ତା ପ୍ରମୋଦ ଦେହେରିଙ୍କ ନେତୃତ୍ବରେ ପ୍ରାୟ ୨୦୦ କର୍ମୀ ବିଜେପି ଦଳରେ ସାମିଲ ହୋଇଥିବା ରାଜ୍ୟ ଯୁବମୋର୍ଚ୍ଚା ଉପ ସଭାପତି ଶ୍ରୀ ଷଡ଼ଙ୍ଗୀ ସୂଚନା ଦେଇଛନ୍ତି । ଉକ୍ତ କାର୍ଯ୍ୟକ୍ରମରେ ଶ୍ରୀ ଷଡ଼ଙ୍ଗୀଙ୍କ ସହ ପଞ୍ଚଗାଁ ମଣ୍ଡଳ ସଭାପତି ହେମକୁମାର ପଧାନ, ମହିଳା ମୋର୍ଚ୍ଚା ଜିଲ୍ଲା ସଭାନେତ୍ରୀ ରୀନା ପଟେଲ, ପଞ୍ଚଗାଁ ମଣ୍ଡଳ ସାଧାରଣ ସମ୍ପାଦକ ଅଶୋକ ସାହୁ,କନକତୋରା ସରପଞ୍ଚ ସୁଶାନ୍ତ ଚଇନି, ନିମାଇଁ ସାହୁ, ତନୟ ପ୍ରଧାନ, ଜୟନ୍ତ ସା, ଜୟରାମ ଦାସ, ଗୋପ ବିଶ୍ୱାଳ, ସରୋଜ ଦେହେରି, ଶ୍ରୀଧର ଦେହେରି, ରଜତ ମହାପାତ୍ର, ଗଙ୍ଗାଧର ପାଢୀ, ପ୍ରଭାକର ପ୍ରଧାନ, ଅର୍ଜୁନ ନିସ୍ତାର, କଳ୍ପବଟ ସା, ଅରୁଣ ସିଂହଦେଓ, ମନୋଜ ବିଶ୍ୱାଳ,ଲକ୍ଷ୍ମଣ ସା, କେଦାର ସା, ନରୋତ୍ତମ ନାଏକ, ପୂଳସ୍ତୀ ସାହୁ, ଈଶ୍ୱର ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ l

More Stories