ଭୁବନେଶ୍ୱର: ରାଜ୍ୟରେ ଠିିକାଦାର ପ୍ରୀତିକୁ ନେଇ ବିଜେଡି ସରକାର ଉପରେ ବର୍ଷିଲେ ପିସିସି ମୁଖପାତ୍ର । ନବୀନ-ପାଣ୍ଡିଆନ ସରକାର ୩୦ ପ୍ରତିଶତ ପିସି ସରକାର ବୋଲି କହିଲେ ପିସିସି ମୁଖପାତ୍ର ମୁଖ୍ୟ ସୁଦର୍ଶନ ଦାସ । ପଂଚାୟତରୁ ରାଜଧାନୀ ଯାଏ ଯେଉଁ କାମ ହେଉଛି ସେଥିରେ ୩୦ ପ୍ରତିଶତ ପିସି ନିଆଯାଉଛି । ପୁରୁଣା କାମରେ ନୂଆ ଫଳକ ଲଗାଯାଇ ପିସି ଖାଉଛନ୍ତି ଠିକାଦାରଠୁ ନେଇ ଅଧିକାରୀ । ନିର୍ବାଚନ ଜିତିବା ପାଇଁ ଟଙ୍କା ହଡପ କରାଯାଉଛି ।
ସୁଦର୍ଶନ କହିଛନ୍ତି, ନିର୍ବାଚନ ଜିତିବା ପାଇଁ ସରକାରୀ ଅର୍ଥକୁ ଆତ୍ମସାତ କରାଯାଉଛି । ବିଭିନ୍ନ ପ୍ରକଳ୍ପରେ ୩୦ ପ୍ରତିଶତ ପିସି ନିଆଯାଇ ଠିକାଦାରଙ୍କୁ ସନ୍ତୁଷ୍ଟ କରାଯାଉଛି । ବଡ ବଡ ଠିକାଦାରଙ୍କୁ ଟଙ୍କା ନିଆଯାଉଛି । ପୁରୁଣା କାମରେ ନୂଆ ଫଳକ ଲଗାଯାଉଛି । ଏଥିରେ ସରକାରୀ ଅଧିକାରୀ ଯଥା ସମ୍ଭବ ଶାସକ ଦଳକୁ ସାହାଯ୍ୟ କରି ଆସୁଛନ୍ତି । ତେଣୁ ନବୀନ ପାଣ୍ଡିଆନ ସରକାର ୩୦ ପ୍ରତିଶତ ପିସି ସରକାର ବୋଲି ସୁଦର୍ଶନ ଦାସ କହିଛନ୍ତି ।
ସୂଚନାଯୋଗ୍ୟ, ନିକଟରେ ପୂର୍ବତନ ମୁଖ୍ୟ ଶାସନ ସଚିବ ତଥା କଂଗ୍ରେସ ନେତା ବିଜୟ ପଟ୍ଟନାୟକ ରାଜ୍ୟର ପ୍ରଶାସନିକ ଅଧିକାରୀଙ୍କୁ ସିଧାସଳଖ ଟାର୍ଗେଟ୍ କରିଥିଲେ । କେଉଁ ଅଧିକାରୀ ବିଜେଡି ପାଇଁ କାମ କରୁଛନ୍ତି ତାର ଚିଠା ଖୁବ୍ ଜାରି କରାଯିବ । ଅଧିକାରୀମାନେ ନିରପକ୍ଷେ ରହି ନିଜର କର୍ତବ୍ୟ ପାଳନ କରନ୍ତୁ । କୌଣସି ଦଳ ପାଇଁ କାମ କରନ୍ତୁ ନାହିଁ । ଯେଉଁ ପ୍ରଶାସନିକ ଅଧିକାରୀମାନେ ବିଜେଡି ପାଇଁ କାମ କରୁଛନ୍ତି ସେମାନଙ୍କୁ ଚିହ୍ନଟ କରାଯାଇଛି । ସଚେତନ ନ ହେଲେ କିମ୍ବା ନ ସୁଧୁରିଲେ ସେମାନଙ୍କର ତାଲିକା ଜାରି କରାଯିବ ବୋଲି ବିଜୟ ପଟ୍ଟନାୟକ କହିଥିଲେ ।