Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ବିଜେପିରେ ମିଶିବେ ଧାମନଗରର ପୂର୍ବତନ ବିଧାୟକ ରାଜେନ୍ଦ୍ର ଦାସ, ବିଜେଡିରୁ ହୋଇଥିଲେ ବହିଷ୍କୃତ

ଭୁବନେଶ୍ୱର: ଧାମନଗର ପୂର୍ବତନ ବିଧାୟକ ରାଜେନ୍ଦ୍ର ଦାସ ବିଜେପିରେ ଯୋଗ ଦେବେ । ଆସନ୍ତା ୪ ତାରିଖରେ ବିଜେପିରେ ବିଧିବଦ୍ଧ ଭାବେ ସାମିଲ ହେବେ ବୋଲି ରାଜେନ୍ଦ୍ର କହିଛନ୍ତି । ରାଜୁ ବିଜେଡିର ବିଧାୟକ ଥିଲେ । ହେଲେ ଧାମନଗର ଉପ ନିର୍ବାଚନରେ ଟିକେଟ୍ ନ ମିଳିବାରୁ ସେ ସ୍ୱାଧୀନ ପ୍ରାର୍ଥୀ ଭାବେ ନିର୍ବାଚନ ଲଢି ପରାଜିତ ହୋଇଥିଲେ । ହେଲେ ଦଳ ବିରୋଧୀ କାର୍ଯ୍ୟ ପାଇଁ ବିଜେଡି ରାଜୁଙ୍କୁ ଦଳରୁ ବହିଷ୍କାର କରିଥିଲା ।

୨୦୦୯ ମସିହାରେ ବିଜେଡି ଟିକେଟରୁ ବିଧାୟକ ହୋଇଥିଲେ ରାଜେନ୍ଦ୍ର ଦାସ । ୨୦୧୪ ନିର୍ବାଚନରେ ବିଜେଡି ତାଙ୍କୁ ଟିକେଟ୍ ଦେଇ ନ ଥିଲା । ହେଲେ ୨୦୧୯ରେ ଟିକେଟ୍ ପାଇଥିଲେ ହେଁ ରାଜେନ୍ଦ୍ର ଦାସ ବିଜେପି ପ୍ରାର୍ଥୀ ବିଷ୍ଣୁ ସେଠୀଙ୍କଠୁ ପରାଜିତ ହୋଇଥିଲେ । ବିଷ୍ଣୁଙ୍କ ଦେହାନ୍ତ ପରେ ଧାମନଗର ଉପରେ ଉପ ନିର୍ବାଚନରେ ବିଜେଡି ଟିକେଟ୍ ନ ଦେବାରୁ ସେ ସ୍ୱାଧୀନ ପ୍ରାର୍ଥୀ ଭାବେ ନିର୍ବାଚନ ଲଢିଥିଲେ । ଫଳରେ ବିଷ୍ଣୁଙ୍କ ପୁଅ ସୂର୍ଯ୍ୟବଂଶୀଙ୍କ ବିଜୟ ସୁଗମ ହୋଇଥିଲା । ଦଳ ବିରୋଧୀ କାମ ଯୋଗୁଁ ବିଜେଡି ରାଜେନ୍ଦ୍ର ଦାସଙ୍କୁ ଦଳରୁ ବହିଷ୍କାର କରିଥିଲା । ଆଉ ଏବେ ରାଜେନ୍ଦ୍ର ବିଜେପିରେ ସାମିଲ୍ ହେବାକୁ ଯାଉଛନ୍ତି ।