Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଜାତୀୟ ଖାଦ୍ୟ ସୁରକ୍ଷା ଆଇନ ଓ ମନରେଗା ଯୋଜନା ବ୍ଲକ ସ୍ତରୀୟ ଜନଶୁଣାଣି କାର୍ଯ୍ୟକ୍ରମ

ଗୋପାଳପୁର,୦୨/୦୩
ରଙ୍ଗେଈଲୁଣ୍ଡା ବ୍ଲକ ପରିସରରେ ଜାତୀୟ ଖାଦ୍ୟ ସୁରକ୍ଷା ଆଇନ ଓ ମନରେଗା ଯୋଜନା ବ୍ଲକ ସ୍ତରୀୟ ଜନଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି lବ୍ଲକ ପରିସରରେ ଥିବା ସଦଭାବନା କକ୍ଷ୍ୟରେ ଆୟୋଜିତ କାର୍ଯ୍ୟକ୍ରମରେ ଜିଲା ଉନୟନ ଅଧିକାରୀ ତଥା ଜିଲା ପରିଷଦ କାର୍ଯ୍ୟନିର୍ବାହୀ ଅଧିକାରୀ ମଧୁମିତା, ଜିଲା ପରିଷଦ ଉପସଭାପତି ଏସ ରାଜେଶ୍ୱରୀ ଦୋରା, ବିଡିଓ ଅଂଶୁମାନ ମହାପାତ୍ର,ବ୍ଲକ ଅଧ୍ୟକ୍ଷ ସିଏଚ ଉଷା ରାଣୀ, ଉପାଧ୍ୟ୍ୟକ୍ଷ ଅନିତା ମହାଙ୍କୁଡ଼, ଜିଲା ସାମାଜିକ ସମକ୍ଷ୍ୟକ ରବୀନ୍ଦ୍ର ମଲଣା ପ୍ରମୁଖ ଯୋଗ ଦେଇଥିଲେ lଆୟୋଜିତ କାର୍ଯକ୍ରମ ରେ ଉପସ୍ଥିତ ରହିଥିବା ଜନପ୍ରତିନିଧି ମାନେ ନୂତନ ଯୋଜନା ପାଇଁ ଅନେକ ସମୟରେ ଜମି ସମସ୍ୟା ରହୁଥିବା ରୁ ଅନେକ ଯୋଜନା କାର୍ଯକାରୀ କରିବାରେ ବିଳମ୍ବ ହେଉଥିବା ଅଭିଯୋଗ କରିଥିଲେ।୨୦୨୩-୨୪ ଆର୍ଥିକ ବର୍ଷରେ ବ୍ଲକରେ ୧୧ ଲକ୍ଷ୍ୟ ୫୫ ହଜାର ୩୨୩ ଶ୍ରମ ଦିବସ ଦିଆଯାଇଥିବା ବେଳେ ୫ ଲକ୍ଷ୍ୟ ୬୯ ହଜାର ୭୭ ଶ୍ରମ ଦିବସ ପୂରଣ ହୋଇ ପାରିଥିବା ପ୍ରଶାସନ ପକ୍ଷରୁ ସୂଚନା ଦିଆ ଯାଇଥିଲା। ଆର୍ଥିକ ବର୍ଷରେ ୧୩ କୋଟି ୧୩ ଲକ୍ଷ୍ୟରୁ ଉର୍ଦ୍ଧ ଟଙ୍କାର ବିଭିନ୍ନ ଉନୟନ କାମ ହୋଇଥିବା ବେଳେ l ୧୫ ହଜାର ୩୦୪ ପରିବାର କର୍ମ ନିଯୁକ୍ତି ପାଇଥିଲେ l ସେଥିମଧ୍ୟ୍ୟରୁ ୬୧୯ ପରିବାର ୧୦୦ ଦିନ କାମ କରିଥିବା ସହ ୮୭୭ ଟି ପ୍ରକଳ୍ପ ସମ୍ପୂର୍ଣ ହୋଇଛି ପାରିଥିଲା l ନାରାୟଣପୁର ପଂଚାୟତରେ କେତେ ଚାଉଳ ବଣ୍ଟନ କରାଯାଉଛି ଓ କେତେ ଷ୍ଟକ ରହିଛି ତାହା ସରପଞ୍ଚ ଜାଣି ପାରୁ ନାହାନ୍ତି ଓ ହିସାବ ଦିଆଯାଉ ନାହିଁ ବୋଲି ସରପଞ୍ଚ ପ୍ରତିନିଧି ଶ୍ୟାମ ସାହୁ ଅଭିଯୋଗ କରିଥିଲେ lବୈଠକରେ ବନ ବିଭାଗ ସମେତ ଅନ୍ୟ କେତେକ ଲାଇନ୍ ବିଭାଗର ଅଧିକାରୀମାନେ ଅନୁପସ୍ଥିତ ରହିଥିବାରୁ ଜନପ୍ରତିନିଧି ମାନେ କ୍ଷୋଭ ପ୍ରକାଶ କରିଥିଲେ l ଏହି ଅବସରରେ ସରପଞ୍ଚ ଦଣ୍ଡପାଣି ବେହେରା, ଅରୁଣ ନାୟକ, ରଂଜିତ ସାହୁ, ଅସନ୍ତୁଲୁ ରେଡି, ସସ୍ମିତା ବେହେରା,ଦୁର୍ଯ୍ୟୋଧନ ରେଡି, ବି ସୁଜ୍ଞାନୀ ପାତ୍ର, ସମିତି ସଭ୍ୟ ଶ୍ରୀରାମ ବେହେରା ଜନପ୍ରତିନିଧି, ପିଇଓ ଓ ଅନ୍ୟ ବିଭାଗ କର୍ମଚାରି ଅନ୍ୟ ମାନେ ଉପସ୍ଥିତଥିଲେ l

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories