Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଜୁନାଗଡ ବିଧାନସଭା ରେ ବିଜେଡି ରୁ ଦିବ୍ୟ ଶଙ୍କର ଙ୍କ ବିକଳ୍ପ ପାର୍ଥି ସୁମିତ୍ ସତପଥି କି?ଜୁନାଗଡ ବିଧାନସଭା କ୍ଷେତ୍ର

କଳାହାଣ୍ଡି, ୦୩/୦୩ (ଜଗନ୍ନାଥ ନାଏକ) : ଆଗକୁ ୨୦୨୪ ସାଧାରଣ ନିର୍ବାଚନ ହେବାକୁ ମାସେ ଥିବାରୁ ଦଳୀୟ ଟିକେଟ୍ ପାଇବା ପାଇଁ ସବୁ ଦଳର ନେତା ଙ୍କ ମଧ୍ୟରେ ଚାଲିଛି ଧାଁଧଉଡ। ରାଜନୈତିକ ଦୃଷ୍ଟିକୋଣରୁ କଳାହାଣ୍ଡି ଜିଲ୍ଲା ର ଜୁନାଗଡ ବିଧାନସଭା କ୍ଷେତ୍ର ବେଶ୍ ଗୁରୁତ୍ୱପୂର୍ଣ୍ଣ । ସାଧାରଣ ବର୍ଗ ଭାବେ ସଂରକ୍ଷିତ ଥିବା ଏହି ଆସନ ରୁ ବିଜେଡି କ୍ରମାଗତ ଦୁଇ ଥର ବିଜୟ ହେଲାଣି। ୨୦୧୪ ରେ ଦିବ୍ୟ ଶଙ୍କର ମିଶ୍ର ପ୍ରଥମ ଥର ବିଜେଡି ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ। ପୁଣି ୨୦୧୯ ରେ ଦ୍ଵିତୀୟ ଥର ପାଇଁ ବିଜେଡି ବିଧାୟକ ଭାବେ ନିର୍ବାଚିତ ହୋଇ ରାଜ୍ଯ ସରକାର ଙ୍କ ଗୁରୁତ୍ୱପୂର୍ଣ୍ଣ ବିଭାଗ ଗୁଡିକର ମନ୍ତ୍ରୀପଦ ପାଇଁ ଥିଲେ । ଏବେ ଶ୍ରୀ ମିଶ୍ର ତୃତୀୟ ଥର ପାଇଁ ପାର୍ଥି ହେବା ନେଇ ଆଶାୟୀ ଥିଲା ବେଳେ ତାଙ୍କ ପ୍ରାର୍ଥୀତ୍ୱ କୁ ନେଇ ଦ୍ଵନ୍ଦ ରହିଛି. ବିଜେଡି ର ବିକାଶ ମୂଳକ ଯୋଜନା ଲୋକଙ୍କ ହୃଦୟ ରେ ଥିଲେ ବି ଦିବ୍ୟ ଶଙ୍କର ପାର୍ଥି ହେଲେ ଦଳ ର କ୍ଷତି ହେବାର ଯଥେଷ୍ଟ ଆଶଙ୍କା ରହିଛି ବୋଲି ରାଜନୈତିକ ସମୀକ୍ଷକମାନେ ମତବ୍ୟକ୍ତ କରିଛନ୍ତି। ଗତ ଥର ବିଜେପି ବିଧାୟକ ପାର୍ଥି ଥିବା ମନୋଜ ମେହେର ଙ୍କ ନେତୃତ୍ଵରେ “ମମିତା ରଥ” ବୁଲୁଥିବା ବେଳେ ମମିତା ହତ୍ୟାକାଣ୍ଡ ରେ ଦିବ୍ୟ ଙ୍କ ସମ୍ପୃକ୍ତି କୁ ଲୋକେ ପୁଣି ମନେ ପକାଇ ତାଙ୍କ ଆଡୁ ମୁହଁ ଫେରାଇ ନେଉଥିବା ଶୁଣା ଯାଉଛି। ସେ ଯେଉଁ ଗ୍ରାମକୁ ଯାଇଥାନ୍ତି ସେଥିରୁ ଅନେକ ଗ୍ରାମ ରେ ତାଙ୍କୁ ବିରୋଧର ସମ୍ମୁଖୀନ ହେବାକୁ ପଡୁଛି । ଏଭଳି ସ୍ଥିତିର ଫାଇଦା ନେବାକୁ ବିଜେପି ଓ କଂଗ୍ରେସ ପ୍ରାଣ ମୂର୍ଚ୍ଛା ଉଦ୍ୟମ ଜାରି ରଖିଛନ୍ତି. କଂଗ୍ରେସ ରୁ ତୁଳେଶର ନାୟକ, ସାଉଲ ମଙ୍ଗରାଜ, ନରହରି ବାଗ ପ୍ରମୁଖ ଆଶାୟୀ ଥିବାବେଳେ ବିଜେପି ରୁ ହିମାଂଶୁ ମେହେର, ଚିନ୍ମୟ ବେହେରା, ମୁକେଶ ଅଗ୍ରୱାଲ, ରୁପେଶ ଜୈନ, ମନୋଜ ମେହେର ପ୍ରମୂଖ ହାଇକମାଣ୍ଡ ଙ୍କ ନିକଟରେ ଲବି କରୁଥିବା ଜଣାଯାଇଛି। ଜୁନାଗଡ ନିର୍ବାଚନମଣ୍ଡଳୀ ରେ ବିଜେଡି ର ପଲା ଭାରୀ ଥିଲେ ବି ବିଜୁ ଜନତା ଦଳ କାହାକୁ ପାର୍ଥି କରିବ ଦ୍ଵନ୍ଦ ରେ ଥିବା ଚର୍ଚା ହେଉଛି। ବିଧାୟକ ଶ୍ରୀ ମିଶ୍ର ପୁନର୍ବାର ପାର୍ଥି ହେବା ଘଟଣା କୁ ଦଳୀୟ କର୍ମୀ ସହଜ ରେ ଗ୍ରହଣ କରି ପାରୁ ନାହାନ୍ତି। ଅନେକ ମତବ୍ୟକ୍ତ କରିଛନ୍ତି ଯେ ଏବେ ବି ନିର୍ବାଚନମଣ୍ଡଳୀ ରେ ମମିତା ମେହେର ହତ୍ୟାକାଣ୍ଡ ଘଟଣାର ସମ୍ପୃକ୍ତି କୁ ନେଇ ହେଉଥିବା ଅପବାଦ ଏବେ ସୁଦ୍ଧା ଭୋଟର ଙ୍କ ମାନସ ପଟରୁ ଲିଭି ନାହିଁ. ତେଣୁ ଦିବ୍ୟ ବାବୁ ନର୍ଲା ମୁହାଁ ହେଉଥିବା ଚର୍ଚା ହେଉଛି।
ତେଣୁ ଦଳ ଶ୍ରୀ ମିଶ୍ରଙ୍କ ବ୍ୟତିତ ନୂତନ ମୁଁହକୁ ପାର୍ଥି କଲେ ବିଜୟ ସୁନିଶ୍ଚିତ। ମିଶ୍ର ଙ୍କ ବିକଳ୍ପ ସୁମିତ୍ ସତପଥୀ ଙ୍କ ନାମ କୁ ନେଇ ଚର୍ଚା ହେଉଛି। ସୁମିତ୍ ଏପରି ଏକ ବ୍ୟକ୍ତିତ୍ୱ ସେ ସଂଗଠନ ଅପେକ୍ଷା ଲୋକଙ୍କୁ ସହଯୋଗ କରି ଲୋକଙ୍କ ନିକଟତର ହେବାରେ ଲାଗିପଡ଼ିଛନ୍ତି। ୪୭ ବର୍ଷିୟ ଯୁବକ ସୁମିତ୍ ସାମାଜ ସେବା କାର୍ୟ ସହ ରାଜନୈତିକ ମହତାକାଂକ୍ଷ ରଖିଥିବା ଦେଖିବାକୁ ମିଳିଥାଏ। ସେ ନିଜକୁ ସାମାଜ ସେବାରେ ସମର୍ପିତ କରିଦେଇଛନ୍ତି ଲୋକ ସମ୍ପର୍କ ହିଁ ଦଳୀୟ ରାଜନୈତିକ ମୈଦାନ କୁ ଟାଣି ନେଇଛି। ସାଧାରଣ ଲୋକଙ୍କ କାର୍ଯ୍ୟ ରେ ସହଯୋଗ ର ହାତ ବଢାଇଥାନ୍ତି। ସୁମିତ୍ ବିଜେଡି ରୁ ପାର୍ଥି ହେବା ପାଇଁ ଆଶାୟୀ ହୋଇ ଦଳୀୟ ହାଇକମାଣ୍ଡ ଙ୍କ ଠାରେ ଲବି କରୁଥିବା ଜଣାଯାଇଛି।
ଜୁନାଗଡ ଓ ଗୋଲାମୁଣ୍ଡା ବ୍ଲକ ର ବିଭିନ୍ନ ଅଞ୍ଚଳ ରେ ଚର୍ଚା ହେଉଛି ଦିବ୍ୟ ଶଙ୍କର ନର୍ଲା ବିଧାନସଭା ନିର୍ବାଚନମଣ୍ଡଳୀ ଅବା ସାଂସଦ ପାର୍ଥି ହୁଅନ୍ତି ଜୁନାଗଡ ରେ ବିଜେଡି ର ବିକଳ୍ପ ପାର୍ଥି ସୁମିତ୍ ଶତପଥୀ ହେଲେ ବିଜୟ ସମ୍ଭାବନା ରହିଛି ବୋଲି ରାଜନୈତିକ ସମୀକ୍ଷକ ମତବ୍ୟକ୍ତ କରିଛନ୍ତି।
କେଉଁ ଦଳ ରୁ କିଏ ପାର୍ଥି ହେବେ ସମୟ କୁ ଅପେକ୍ଷା କରିବା କୁ ବାକି ରହିଲା।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ