Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ସାଧାରଣ ଲୋକଙ୍କ ମୌଳିକ ସମସ୍ୟା କୁ ନେଇ ଆମ୍ ଆଦମୀ ପାର୍ଟି ର ବିଶାଳ ଗଣଧାରଣା…

କଳାହାଣ୍ଡି, ୦୩/୦୩ (ଜଗନ୍ନାଥ ନାଏକ) : ଆମ୍ ଆଦମୀ ପାର୍ଟି ସବୁବେଳେ ସଧାରଣ ଲୋକଙ୍କ ସମସ୍ୟା କୁ ନେଇ ସରକାର ଙ୍କୁ ଦୃଷ୍ଟି ଆକର୍ଷଣ କରି ଆସୁଥିବା ବେଳେ ତା ୦୧/୦୩/୨୦୨୪ ଶୁକ୍ରବାର ଦିନ ରାୟଗଡ଼ା ଜିଲ୍ଲା ର ବିଭିନ୍ନ ସମସ୍ୟା କୁ ନେଇ ରାୟଗଡ଼ା ଜିଲ୍ଲା ଆବାହକ ତଥା ରାଜ୍ୟ ସଙ୍ଗଠନ ସମ୍ପାଦକ ଶ୍ରୀ ଜନ୍ମେଜୟ ସ୍ୱାଇଁ ଙ୍କ ନେତୃତ୍ୱରେ ରାଜ ରାସ୍ତା କୁ ଆସି ଗଣଧାରଣା ଦେଇଥିବା ନଜିର ଆସିଛି, ଓଡ଼ିଶାରେ ବିଦ୍ୟୁତ୍ ଉତ୍ପାଦନ ହେଇ ଅନ୍ୟ ରାଜ୍ୟ କୁ ବିକ୍ରି ହେଉଥିଲେ ସୁଦ୍ଧା ଓଡ଼ିଶା ସରକାର ନିଜ ରାଜ୍ୟ ରେ ଦେୟମୁକ୍ତ ବିଜୁଳୀ ଦେବାରେ ଅକ୍ଷମ ହେଇଥିବା କାରଣରୁ ଓଡିଶାର ସମସ୍ତ ପରିବାର କୁ ୨୦୦ ୟୁନିଟ ଦେୟମୁକ୍ତ ବିଜୁଳୀ ଯୋଗାଇ ଦେବା, ସରକାରୀ ଜାଗାରେ ରହୁଥିବା ସମସ୍ତ ଭୂମିହିନ ବସ୍ତି ବାସିନ୍ଦା ଙ୍କୁ ଚିହ୍ନଟ କରି ଥଇଥାନ କରିବା ସହିତ ପଟ୍ଟା ବଣ୍ଟନ କରିବା, ଜିଲ୍ଲାରେ ଯେକୌଣସି ବ୍ୟକ୍ତି ରୋଗ ର ଆକ୍ରାନ୍ତ ହେଲେ ଚିକିତ୍ସା ପାଇଁ କଟକ କିମ୍ବା ବିଶାଖାପାଟଣା ଯାଉଥିବା କାରଣରୁ ଜିଲ୍ଲାରେ ଏକ ସୁପର ସ୍ପେଶାଲିଷ୍ଟ ହସ୍ପିଟାଲ କରିବା, ବାର୍ଦ୍ଧକ୍ୟ ଭତ୍ତା ଦିଲ୍ଲୀ ପଞ୍ଜାବ ଭଳି ୨୫୦୦ ଟଙ୍କା କୁ ବୃଦ୍ଧି କରିବା, ଦିନକୁ ଦିନ ସହରରେ ଚୋରୀ ରାହାଜାନୀ ର ପ୍ରାଦୁର୍ଭାବ ବଢ଼ି ଚାଲିଥିବା ବେଳେ ଦୁଇଟି ନୂତନ ଥାନା ପ୍ରତିଷ୍ଠା କରିବା, ଏସବୁ ଦାବି ନେଇ ଜିଲ୍ଲାର ହଜାର ହଜାର ଲୋକ ମାନଙ୍କୁ ନେଇ ମ୍ୟୁନିସପାଲିଟି ଅଫିସ୍ ସମ୍ମୁଖରେ ଏକ ବିଶାଳ ଗଣଧାରଣା ଦେଇଛନ୍ତି ଓ ମୁଖ୍ୟମନ୍ତ୍ରୀ ଙ୍କ ଉଦ୍ଦେଶ୍ୟରେ ତହସିଲଦାର ଙ୍କୁ ଏକ ଦାବି ପତ୍ର ପ୍ରଦାନ କରିଛନ୍ତି। ୨୫ ବର୍ଷ ର ବିଜେଡ଼ି ଶାସନ କାଳ ଭିତରେ ଜିଲ୍ଲାରେ ସମସ୍ତ ଉନ୍ନତି ମୂଳକ କାର୍ଯ୍ୟରେ ଦୁର୍ନୀତି ହେଇ ଆସୁଥିବା ବେଳେ ପଙ୍ଗୁ ଅଥର୍ବ ସରକାର ନୀରବଦ୍ରଷ୍ଟା ସାଜି ଦୁର୍ନୀତି କୁ ଘଣ୍ଟ ଘୋଡେ଼ଇ ଆସୁଛନ୍ତି, ତେଣୁ ପରିବର୍ତ୍ତନ ର ନିତାନ୍ତ ଆବଶ୍ୟକତା ଅଛି ବୋଲି ସରକାର ଙ୍କୁ ସିଧାସଳଖ ଟାର୍ଗେଟ କରିଛନ୍ତି ଜିଲ୍ଲା ଆବାହକ ଶ୍ରୀ ଜନ୍ମେଜୟ ସ୍ୱାଇଁ, ଆଉ କହିଛନ୍ତି ଏହି ସବୁ ଦାବୀ ଯଦି ପୁରଣ ନ ହୁଏ ତାହେଲେ ଖୁବ୍ ଶୀଘ୍ର ଆନ୍ଦୋଳନ କୁ ତୀବ୍ରତର କରାଯିବ ଓ ମୁଖ୍ୟମନ୍ତ୍ରୀ ଙ୍କ କାର୍ଯ୍ୟାଳୟ ଘେରାଉ କରାଯିବ ବୋଲି ଶ୍ରୀ ସ୍ୱାଇଁ ଚେତାବନୀ ଦେଇଛନ୍ତି। ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବରେ ଆପ କର୍ଣ୍ଣାଟକ ପ୍ରଭାରୀ ଶ୍ରୀ ନିତ୍ୟାନନ୍ଦ ସାହୁ ଯୋଗ ଦେଇ ଥିବା ବେଳେ ଅନ୍ୟ ଅତିଥି ମାନଙ୍କ ମଧ୍ୟରେ କଳାହାଣ୍ଡି ଲୋକସଭା ସଭାପତି ତଥା ଯୁବ ନେତା କୃତିବାସ ମୁଣ୍ଡ, ବଲାଙ୍ଗୀର ଜିଲ୍ଲା ସଭାପତି ଶ୍ରୀ ଆଶିଷ ପାଣ୍ଡେ, ଗଞ୍ଜାମ ଜିଲ୍ଲା ଆ ବହାକ ଶ୍ରୀ ସୁବାସ ରାଉତ, ଗଞ୍ଜାମ ଜିଲ୍ଲା ସଧାରଣ ସମ୍ପାଦକ ଶ୍ରୀ ଆଦିତ୍ୟ ରଥ, କଟକ ଜିଲ୍ଲା ଆବହାକ ଶ୍ରୀ ଦୁର୍ଗା ପରିଡ଼ା, ରାୟଗଡ଼ା ଜିଲ୍ଲା ଆଦିବାସୀ ମୋର୍ଚ୍ଚା ସଭାପତି ଶ୍ରୀ ଟି. ସାଙ୍ଗାନା, ଜିଲ୍ଲା ଉପ ସଭାପତି ଜିତେନ୍ଦ୍ର ସେନାପତି, ରମେଶ ଚନ୍ଦ୍ର ପାତ୍ର, ସନ୍ତୋଷ ପାଇକ, ହେମନ୍ତ ଖୋସଲା, ସୁନ୍ଦର କଡ୍ରାପା, ବିଜୁ କିଲାକା, ଚକ୍ର ମହାପାତ୍ର, ଦୁର୍ଗା ପଟ୍ଟନାୟକ, ଉତ୍ତମ ନାଗ, ମଧୁସୂଦନ ପାଣିଗ୍ରାହୀ, ପ୍ରଦୀପ ସେନାପତି, ସୁଭାଷିନୀ ନାୟକ, ଭାନୁ ବେନିଆ, ରୁନି କରକରିଆ, ଗୀତା, ଓ ଅନେକ ପଦାଧିକାରୀ ଏବଂ ଅଞ୍ଚଳ ବାସୀ ଉପସ୍ଥିତ ରହି କାର୍ଯ୍ୟକ୍ରମ କୁ ସଫଳ କରିଥିଲେ ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ