ବୀରମହାରାଜପୁର ବି ଜେ ପି ର ଗାଁ କୁ ଚାଲ ଅଭିଯାନ

ବୀରମହାରାଜପୁର : ( ସୌମିତ୍ରି ମେହେର )
ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ଜ ଜଟେସିଂହା ପଞ୍ଚାୟତ ର ବଡଖମାର ଓ ଡୁମୁରି ଗ୍ରାମରେ ବି ଜେ ପି ପକ୍ଷରୁ ଗାଁ କୁ ଚାଲ ଅଭିଯାନ ଅନୁଷ୍ଠିତ ହୋଇଯାଇଛି l ସୁବର୍ଣ୍ଣପୁର ପୂର୍ବତନ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଆନନ୍ଦ ବାରିକ ଉକ୍ତ କାର୍ଯ୍ୟକ୍ରମ ର ନେତୃତ୍ଵ ନେଇଥିବା ବେଳେ ଦଳର ବରିଷ୍ଠ କାର୍ଯ୍ୟ କର୍ତ୍ତା ଭୋଳା ଶଙ୍କର ବାଘ , ବାବୁଲା ପଧାନ , ପବିତ୍ର ପଧାନ , ସୁମନ୍ତ ସିଂ, ଅଗ୍ରେସନ ପଧାନ, ଅଖୋଜ ଦେହୁରୀ, ଶେଷ ଦେବ ମେଣ୍ଡେଲୀ ପ୍ରମୁଖ ଙ୍କ ସହ ବହୁ ସଦସ୍ୟ ଅଂଶଗ୍ରହଣ କରିଥିଲେ I ଏଥିରେ କେନ୍ଦ୍ର ସରକାରଙ୍କ ବହୁବିଧ ଜନହିତକର ଯୋଜନା ସମ୍ପର୍କରେ ଲୋକଙ୍କୁ ବୁଝାଇଥିଲେ I