Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

କୋକସରା ବ୍ଲକ ରେ ବିଏସକେୱ।ଇ ନବୀନ କାର୍ଡ ବିତରଣ ଉତ୍ସଵ ଅନୁଷ୍ଠିତ।(ରୋଗୀ ଙ୍କ ପାଇଁ ସଞ୍ଜିବନି ବିଏସକେୱଇ ନବୀନ କାର୍ଡ)

କୋକସରା:୦୬/୦୩
ଓଡିଶା ର ରାଶନ କାର୍ଡ ହିତାଧିକାରୀଙ୍କ ପାଇଁ ପ୍ରଥମ ପର୍ଯ୍ୟାୟରେ ବିଏସକେୱ।ଇ କାର୍ଡ ୨୦୨୧ ରେ ଆରମ୍ଭ କରିଥିଲେ ଓଡିଶା ରାଜ୍ୟ ସରକାର । ବ୍ୟୟ ବହୁଳ ଚିକିତ୍ସା ଅଭାବରୁ ଅକାଳ ରେ ଅନେକ ରୋଗୀ ମୃତ୍ୟୁ ମୁଖରେ ପଡୁଥିଲେ ।ବିଏସକେୱ।ଇ କାର୍ଡ ମିଳିବା ପରେ ରୋଗୀଙ୍କ ପାଇଁ ସଞ୍ଜିବନି ପାଲଟିଥିଲା କାର୍ଡ।ଏହି କାର୍ଡ ରେ ଓଡିଶା ର ହଜାର ହଜାର ରୋଗୀ ବିଭିନ୍ନ ସରକାରୀ ବେସରକାରୀ ହସ୍ପିଟାଲରେ ବ୍ୟୟ ବହୁଳ ନିଶୁଳ୍କ ସ୍ୱାସ୍ଥ୍ୟ ସେବା ସହ ଜଟିଳ ଅସ୍ତ୍ରୋପଚାର ସୁବିଧା ପାଉଛନ୍ତି। ତେବେ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାକୁ କେବଳ ଗରିବ ଶ୍ରେଣୀ ରେ ସୀମିତ ନରଖି ମଧ୍ୟବିତ୍ତ ପରିବାର ବର୍ଗ ଙ୍କୁ ମଧ୍ୟ ଦୃଷ୍ଟିରେ ରଖି ବିଏସକେୱ।ଇ ନବୀନ କାର୍ଡ ରେ ସାମିଲ କରି ପୁଣି ସ୍ୱାସ୍ଥ୍ୟ ସେବା ରେ ଏକ ଉଲ୍ଲେଖନୀୟ ଉପହାର ଓଡ଼ିଶାବାସୀ ଙ୍କୁ ଦେଇଛନ୍ତି। ବୁଧବାର ରାଜ୍ୟରେ ନବୀନ ବିଏସକେୱ।ଇ କାର୍ଡ ଲୋକାର୍ପଣ ହୋଇଛି।କୋକସରା ବ୍ଲକ କାର୍ଯ୍ୟାଳୟ ପରିସରରେ ବିଏସକେୱ।ଇ ନବୀନ କାର୍ଡ ବିତରଣ ଉତ୍ସଵ ରେ ମୁଖ୍ୟ ଅତିଥି ଭାବେ ଧର୍ମଗଡ଼ ବିଧାୟକ ମୌଷଧି ବାଗ,ସମ୍ମାନିତ ଅତିଥି ଭାବେ ଆମପାଣି ସରପଞ୍ଚ ରୁକ୍ମଣୀ ବାଣୁଆ, କାଶିବାହଲ ସରପଞ୍ଚ ପୁଷ୍ପାଞ୍ଜଳି ନାଏକ, ସମିତି ସଭ୍ୟ ଗଜାନନ ନିଆଲ ଉପସ୍ଥିତ ରହି ବିଏସକେୱ।ଇ ନବୀନ କାର୍ଡ ବଣ୍ଟନ ର ଶୁଭାରମ୍ଭ କରିଥିଲେ ଓ ଏହି ସ୍ୱାସ୍ଥ୍ୟ କାର୍ଡ ରାଜ୍ୟ ବାସୀ ଙ୍କ ପାଇଁ ଚିକିତ୍ସା ସେବା କ୍ଷେତ୍ରରେ ଏକ ମାଇଲଖୁଣ୍ଟ ହୋଇଛି ବୋଳି କହିଛନ୍ତି।କୋକସରା ବ୍ଲକ ର ୨୨ ପଞ୍ଚାୟତ ରେ ପ୍ରଥମ ପର୍ଯ୍ୟାୟରେ ୪୫୪ କାର୍ଡ ହିତାଧିକାରୀ ଙ୍କୁ ବଣ୍ଟନ କରାଯାଇଛି।ମଞ୍ଚ ସଂଯୋଜନା ବ୍ଲକ ବିଏସଏସଓ ଦୀପକ କୁମାର ବେହେରା କରିଥିବା ବେଳେ କାର୍ଯ୍ୟକ୍ରମ କୁ ବ୍ଲକ ଯୋଗାଣ ଅଧିକାରୀ ଜଗାରାମ ମୂର୍ମୁ ଓ ଯୋଗାଣ ସହାୟକ ମାନେ ଉପସ୍ଥିତ ରହି ସହଯୋଗ କରିଥିଲେ। ନବୀନ କାର୍ଡ ପାଇବା ପରେ ହିତାଧିକାରି ମୁଖ୍ୟମନ୍ତ୍ରୀ ଙ୍କୁ କୃତଜ୍ଞତା ଜଣାଇଛନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories