Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

କୋକସରା ଠାରେ କ୍ରାଉନ ଡେଣ୍ଟଳ ମଲ୍ଟି ସ୍ପେଶାଳିଟି କ୍ଲିନିକ ଉଦଘାଟିତ।

କୋକସରା:୦୮/୦୩
କୋକସରା ବ୍ଲକ ସଦର ମହକୁମା ଶିଵ ମନ୍ଦିର ଛକ ନିକଟରେ ଶୁକ୍ରବାର କ୍ରାଉନ ମଲ୍ଟି ସ୍ପେଶାଳିଟି ଡେଣ୍ଟଳ କ୍ଲିନିକ ଉଦଘାଟିତ ହୋଇଯାଇଛି। ଡାକ୍ତର ଗୌରବ ରଞ୍ଜନ ବାଗ ଏହି ଡେଣ୍ଟଲ କ୍ଲିନିକ ଖୋଲିଥିବା ବେଳେ ଆଜି ଉଦଘାଟନ ଅବସର ରେ ଅଞ୍ଚଳ ର ଜନସାଧାରଣ ମାନେ ଉପସ୍ଥିତ ରହିଥିଲେ। ଦାନ୍ତ ଜନିତ ରୋଗ ଓ ଏହାର ଚିକିତ୍ସା ଏହି ମଲ୍ଟି ସ୍ପେଶାଳିଟି କ୍ଲିନିକ ରେ କୋକସରା ବ୍ଲକ ଅଞ୍ଚଳ ର ଦାନ୍ତ ରୋଗୀ ଙ୍କୁ ହାତ ପାହାନ୍ତା ରେ ଉପଲବ୍ଧ ହେବ ଓ ବିଶେଷଜ୍ଞ ଡାକ୍ତର ଙ୍କ ଟିମ ଜଟିଳ ଦାନ୍ତ ଜନିତ ଚିକିତ୍ସା କରିବେ ବୋଳି ଡାକ୍ତର ଶ୍ରୀ ଗୌରବ ରଞ୍ଜନ ବାଗ ସୂଚନା ଦେଇଛନ୍ତି। ଉଦଘାଟନୀ କାର୍ଯ୍ୟକ୍ରମ ରେ କୋକସରା ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ର ଅଧିକାରୀ ଡ଼. ତତ୍ୱଦର୍ଶୀ ଦାସ,ଅଵସର ପ୍ରାପ୍ତ ରେଳ ବିଭାଗ ବିଳାଶପୁର ଡ଼. କେଶବ ଲାଲ ବାଗ, ଡେଣ୍ଟାଲ ସର୍ଜନ ଡ଼. କଲ୍ୟାଣ ରୟ, ଡ଼. ଆଶିଷ ରଞ୍ଜନ,ଡ଼. ମିର୍ଜା ବାର୍ଷି ବେଗ, ଡ଼. ସେଫ ଅହମଦ ଖାଁ, ଡ଼.ସ୍ନିଗ୍ଧା ସିଂ ଉପସ୍ଥିତ ରହି ଥିବାବେଳେ ଗୋବର୍ଦ୍ଧନ ବାଗ,ବାମଦେବ ଠାକୁର, ଅଵସର ପ୍ରାପ୍ତ ବ୍ୟାଙ୍କ ମେନେଜର ଧବଳେଶ୍ବର ନାଗ,ଡମ୍ବରୁ ପାଣିଗ୍ରାହୀ, ନିରଞ୍ଜନ ପ୍ରସାଦ ବାଗ,ସମାଜସେବୀ ପର୍ଶୁରାମ ପ୍ରଧାନୀ,ଅଧ୍ୟାପକ ଅଶ୍ୱିନ କୁମାର ପଟ୍ଟନାୟକ,ଦଶରଥ ବାଗ,ଅଶୋକା ନାଏକ,ସମେତ କୋକସରା ଅଞ୍ଚଳ ର ଜନସାଧାରଣ ଉପସ୍ଥିତ ଥିଲେ।