Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ଭବାନୀପାଟଣା ସହରର ବିଭିନ୍ନ ଶିବା ଳୟ ରେ ଜାଗର ପାଳନ

ଭବାନୀପାଟଣା, ୦୯/୦୩ (ଜଗନ୍ନାଥ ନାଏକ) : ପ୍ରତିବର୍ଷ ପରି ଭବାନୀପାଟଣା ସହରର ବିଭିନ୍ନ ଶିବା ଳୟ ରେ ଜାଗର ପାଳନ ହୋଇଯାଇଛି. ସହର ର ପୂରୁଣା ପଡା ସ୍ଥିତ ଶ୍ରୀ ଶ୍ରୀ ବାବା ବାଲୁଙ୍କେଶ୍ଵର ମନ୍ଦିର,ଭଣ୍ଡେ ସ୍ଵର ମନ୍ଦିର, ଭବାନୀ ଶଙ୍କର, ଧବଳେଶ୍ବର ଜଳେଶ୍ଵର ମନ୍ଦିର, ସୁକନା ଭଟା, ଅଟାଗଂଗୁଡା,ବାନ୍ଧ ପଲା ସ୍ଥିତ ଶିବ ମନ୍ଦିର ରେ ଆଜି ସକାଳୁ ଶ୍ରଦ୍ଧାଳୁ ଙ୍କ ଭିଡ଼ ଦେଖିବାକୁ ମିଳିଥିଲା. ସନ୍ଧ୍ୟାରେ ଦୀପ ଜ୍ଵଳନ ସହ ରାତିରେ ଜାଗର ପାଳନ କରାଯାଇଥିଲା. ପୁରୁଣା ପଡା ସ୍ଥିତ ମନ୍ଦିର ରେ ସହର ର ବିଭିନ୍ନ ପ୍ରାନ୍ତର ରୁ ଭକ୍ତ ମାନେ ଆସି ଶୃଙ୍ଖଳା ର ସହ ଦର୍ଶନ କରିଥିଲେ. ମନ୍ଦିର ପୂଜକ ଉଦ୍ଧବ ମୁନି,ଇନ୍ଦ୍ର ଡାକୁଆ ପୂଜାରେ ସହାୟତା କରିଥିଲେ. ମନ୍ଦିର ପରିଚାଳନା ସଭାପତି ସିଦ୍ଧାର୍ଥ ନାୟକ, ମାନସ ପ୍ରଧାନ, ଇନ୍ଦ୍ରଜିତ୍ ମହାଖୁଡ, ବିକାଶ ପ୍ରଧାନ, ପରକ୍ଷିତ ବିଶ୍ଵାଳ,ରବିନ୍ଦ୍ର ପ୍ରଧାନ,ସିନ୍ଧୁ ଡାକୁଆ, କାନହୁ ପ୍ରଧାନ, ରବିନ୍ଦ୍ର ପ୍ରଧାନ, ମନ ମୋହନ ପ୍ରଧାନ, ସନ୍ତୋଷ ପ୍ରଧାନ ପ୍ରମୂଖ ଉପସ୍ଥିତ ରହି ସହଯୋଗ କରିଥିଲେ.