ଭବାନୀପାଟଣା, ୦୯/୦୩ (ଜଗନ୍ନାଥ ନାଏକ) : କଳାହାଣ୍ଡି ଜିଲ୍ଲା କଂଗ୍ରେସ ସଭାପତି ଭାରତ ବେମାଲ ଙ୍କ ନେତୃତ୍ୱ ରେ ଭବାନୀପାଟଣା ସହରର ହୋଟେଲ କ୍ଲାସିକ ଅ ମରlପାଲି ରେ ସମସ୍ତ କର୍ମକର୍ତା ଙ୍କୁ ନେଇ ଏକ ଜରୁରୀ ବୈଠକ ଅନୁଷ୍ଠିତ ହୋଇଥିଲା l କାର୍ଯ୍ୟକ୍ରମ ରେ ଅଖିଳ ଭାରତୀୟ କଂଗ୍ରେସ କମିଟିର ସମ୍ପାଦକ ତଥା ଓଡିଶା ପ୍ରଦେଶ ପ୍ରଭାରୀ ସେହେନାଜ ହୁସେନ ଚୌଧୁରୀ ଯୋଗଦେଇଥିଲେ l ତାଙ୍କଶହ ଅଖିଳ ଭାରତୀୟ କଂଗ୍ରେସ କମିଟି ର ପର୍ଯ୍ୟବେକ୍ଷ୍ୟକ ମୂଦଗର ଚୌଧୁରୀ, ପ୍ରଦେଶ କଂଗ୍ରେସ କମିଟି ସମ୍ପାଦକ ମିତ୍ରଭାନୁ ମହାପାତ୍ର, କଂଗ୍ରେସ ଯୁବ ନେତା ସାଗର ଚରଣ ଦାଶ,କଳାହାଣ୍ଡି ପ୍ରଭାରୀ ଦ୍ୱାରିକା ମହାପାତ୍ର,ବଳଭଦ୍ର ମାଝୀ,ତୁଲେଶ୍ୱର ନାଏକ, ଦ୍ରୋପଦୀ ମାଝୀ, ଯୋଗଦେଇ ଥିଲେ l ଅନ୍ୟମାନଙ୍କ ଭିତରେ ଜିଲ୍ଲସଭାପତି ଙ୍କ ସହ ଜିଲ୍ଲା ସାଧାରଣ ସମ୍ପାଦକ, ସମ୍ପାଦକ, ଉପସଭାପତି, ବ୍ଲକ ସଭାପତି, ସମସ୍ତ ସେଲ ର କର୍ମକର୍ତା ମାନେ ଉପସ୍ଥିତ ଥିଲେ l
ବୈଠକ ରେ ଆଗାମୀ ସାଧାରଣ ନିର୍ବାଚନ ରେ କଂଗ୍ରେସ ସମସ୍ତ ବିଧାନସଭା ଓ ଲୋକସଭା ରେ କିପରି ଭଲ ପ୍ରଦର୍ଶନ କରିବ
ସେ ଉପରେ ବିସ୍ତୃତ ଆଲୋଚନା ହୋଇଥିଲା l ସେହିପରି ସମଗ୍ର ପଶ୍ଚିମ ଓଡ଼ିଶାରେ ଅଧିକ ରୁ ଅଧିକ ସିଟ ହାତେଇ ହେବ ତାକୁ ଦୃଷ୍ଟିରେ ରଖି ଯୋଜନା ମୁତାବକ ସମସ୍ତେ ମତଭେଦ ଭୁଲି ଏକତ୍ରିତ ହୋଇ ନିର୍ବାଚନ ଲଢ଼ିବାକୁ ସେହେନାଜ ହୁସେନ ଆହ୍ୱାନ ଦେଇଥିଲେ l ଜିଲ୍ଲା ସାଧାରଣ ସମ୍ପାଦକ ସରୋଜ ବାଗ ସମସ୍ତେ କଂଗ୍ରେସ ଦଳର ନୀତି ଆଦର୍ଶ କୁ ପାଥେୟ କରି ଏକତ୍ରିତ ଭାବେ
ନିର୍ବାଚନ ରେ ସକ୍ରିୟ ଅଂଶଗ୍ରହଣ କରିବାକୁ ମତ ଉପସ୍ଥାପନ କରିବା ସହ ସମସ୍ତଙ୍କୁ ଧନ୍ୟବାଦ ଜଣାଇଥିଲେ l