Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବିଜେଡି ଓ ବିଜେପି କୁ ଚକମା ଦେବା ପାଇଁ କଂଗ୍ରେସ ର କର୍ମୀ ସମ୍ମିଳନୀ

ଭବାନୀପାଟଣା, ୦୯/୦୩ (ଜଗନ୍ନାଥ ନାଏକ) : ସଦର ବ୍ଲକ ଅର୍ନ୍ତଗତ ବୋର୍ଡା ଓ କର୍ଲାପଡ଼ା ଜୋନ ସ୍ତରୀୟ କର୍ମୀ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି. କଂଗ୍ରେସ ର ଯୁବ ନେତା ସାଗର ଚରଣ ଦାସ ଙ୍କ ନେତୃତ୍ଵରେ ସଦର ବ୍ଲକ ଅର୍ନ୍ତଗତ ବୋର୍ଡା ଜୋନ୍ ର କର୍ମୀ ସମ୍ମିଳନୀ ଅଜରାଇ ଏବଂ କର୍ଲାପଡ଼ା ଜୋନ୍ ର କର୍ମୀ ସମ୍ମିଳନୀ କର୍ଲା ଗୁଡା ଠାରେ ଅନୁଷ୍ଟିତ ହୋଇଯାଇଛି. ଉଭୟ କର୍ମୀ ସମ୍ମିଳନୀ ରେ ଦୁଇଟି ଜୋନ୍ ର 20 ଗୋଟି ପଞ୍ଚାୟତ ର ପଞ୍ଚାୟତ ସ୍ତରୀୟ ଏବଂ ୱାର୍ଡ ସ୍ତରୀୟ ସଭାପତି ସମେତ ଶତାଧିକ କଂଗ୍ରେସ କର୍ମୀ ଯୋଗଦାନ କରିଥିଲେ. ଆଗାମୀ ସାଧାରଣ ନିର୍ବାଚନ ରେ କଂଗ୍ରେସ ର ପାର୍ଥି ଙ୍କୁ କିପରି ବିଜୟ କରାଯିବ ସେ ସମ୍ପର୍କରେ ଶ୍ରୀ ଦାସ କର୍ମୀ ଙ୍କୁ ଆହ୍ଵାନ ଦେଇଥିଲେ. କଂଗ୍ରେସ ଦଳ ର ପାର୍ଥି ମାନଙ୍କୁ ବିଜୟ କରି ବିଜେଡି ଓ ବିଜେପି କୁ ଚକମା ଦେବାକୁ ଶପଥ ନେଇଥିଲେ. ଉଭୟ ଜୋନ୍ ର ସମ୍ମିଳନୀ ରେ ଯୁବ ନେତା ସାଗର ଚରଣ ଦାସ ଙ୍କ ସମେତ ଜିଲା ଉପ ସଭାପତି ଧନୁର୍ଦ୍ଧର ଗହୀର, ସଦର ବ୍ଲକ ସଭାପତି ସୁବାସ ପ୍ରଧାନ, ତାରିଣୀ ନାୟକ, କାର୍ତ୍ତିକ ଜାନୀ, ପ୍ରମୋଦ ମହାପାତ୍ର, ସାଧୁ ନାୟକ, କେଦାର ସାହୁ,ଯେ ମାଝୀ, ଆଲୋକ ପଟେଲ, ପୀତାମ୍ ପଧାନ, ଗଣେଶ ନାୟକ ସମେତ 500 ରୁ ଉର୍ଦ୍ଧ୍ବ ପୁରୁଷ ଓ ମହିଳା କର୍ମୀ ଯୋଗ ଦେଇଥିଲେ

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ